ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆମୀର ଖାନଙ୍କ ଝିଅ ଇରା ଖାନ

ଆମିର୍ ଖାନଙ୍କ ଲାଡଲି ଝିଅ ଇରା ଖାନ ପ୍ରାୟ ଦୁଇ ବର୍ଷ ଧରି ତାଙ୍କ ଫିଟନେସ ଟ୍ରେନର ନୁପୁର ଶିଖରଙ୍କୁ ଡେଟ କରୁଥିଲେ ଏବଂ ଅନେକ ଥର ତାଙ୍କ ସହ ଥିବା ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା।

ଆମିର୍ ଖାନଙ୍କ ଲାଡଲି ଝିଅ ଇରା ଖାନ

ଆମିର୍ ଖାନଙ୍କ ଲାଡଲି ଝିଅ ଇରା ଖାନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଆମିର୍ ଖାନଙ୍କ ଲାଡଲି ଝିଅ ଇରା ଖାନ ପ୍ରାୟ ଦୁଇ ବର୍ଷ ଧରି ତାଙ୍କ ଫିଟନେସ ଟ୍ରେନର ନୁପୁର ଶିଖରଙ୍କୁ ଡେଟ କରୁଥିଲେ ଏବଂ ଅନେକ ଥର ତାଙ୍କ ସହ ଥିବା ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା। ଖୁସି ଖବର ଏହା କି, ବର୍ତ୍ତମାନ ଉଭୟ ଏହି ସମ୍ପର୍କକୁ ଆଗକୁ ବଢାଇଛନ୍ତି। ଇରା ଏବଂ ନୁପୁର ମୁମ୍ବାଇର ଏକ ହୋଟେଲରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତି ନେଇଥିଲେ । ଅର୍ଥାତ ଦୁଇଜଣଙ୍କ ରିଙ୍ଗ ସେରିମୋନି ଆୟୋଜନ ହୋଇଥିଲା। ପରିବାରର ଉପସ୍ଥିତିରେ ଏହି ଶୁଭ କାମ ହୋଇଥିଲା ଏବଂ ସମସ୍ତଙ୍କ ସହିତ ଫଟୋ ଏବଂ ଭିଡିଓ ମଧ୍ୟ ହୋଇଥିଲା।

ଫଟୋରେ ନୁପୁର ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି। ସୂଚନା ଅନୁଯାୟୀ ଆମିର୍ ଆରମ୍ଭରେ ନୁପୁରଙ୍କୁ ପସନ୍ଦ କରୁନଥିଲେ। କିନ୍ତୁ ଝିଅର ଜିଦ୍ ଆଗରେ ଅଭିନେତା ସେମାନଙ୍କ ସମ୍ପର୍କକୁ ସ୍ଵୀକାର କରିଥିଲେ। ଫଟୋରେ ଆମିର୍ ବହୁତ୍ ଖୁସି ନଜର ଆସୁଛନ୍ତି। ଇରା ଏହି ଉତ୍ସବରେ ଏକ ନାଲି ଗାଉନ ପିନ୍ଧିଛନ୍ତି, ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ୍ ଚର୍ଚ୍ଚାର ବିଷୟ ପାଲଟିଛି।

ଇରା ଏବଂ ନୁପୁରଙ୍କ ପ୍ରେମ ସମ୍ପର୍କ ୨୦୨୦ ଲକଡାଉନରେ ଆରମ୍ଭ ହୋଇଥିଲା। ନୁପୁର ଷ୍ଟାରକିଡ୍ସର ଜିମ୍ ଟ୍ରେନର ଭାବରେ କାର୍ଯ୍ୟ କରୁଥିଲେ। ସେପ୍ଟେମ୍ବର ୨୦୨୨ ରେ, ନୁପୁର ତାଙ୍କର ଏକ ପ୍ରତିଯୋଗିତା ପରେ ଇରାଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ଉଭୟ ଶୀଘ୍ର ବିବାହ କରିବେ ବୋଲି ଆଶା କରାଯାଉଛି ।
Published by:Soumyashree Mishra
First published: