News 18 Odia Digital
ପୁଷ୍ପା: ଦି ରାଇଜ୍ ଏକ ବ୍ଲକବଷ୍ଟର ହିଟ୍ ପାନ୍ ଇଣ୍ଡିଆ ଚଳଚିତ୍ର ଥିଲା। ଏହି ଚଳଚ୍ଚିତ୍ର କେବଳ ଗୀତ ଯୋଗୁଁ ନୁହେଁ ବରଂ ଏହାର କାହାଣୀ ପାଇଁ ମଧ୍ୟ ଲୋକଙ୍କ ମନକୁ ଛୁଇଁପାରିଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୩୨୨ କୋଟି ଟଙ୍କା ସଂଗ୍ରହ କରିଥିଲା। ଯେହେତୁ ସିକ୍ୱେଲର ପ୍ରି-ପ୍ରଡକ୍ସନ ଘୋଷଣା ହୋଇସାରିଛି, ସୂଚନା ଅନୁଯାୟୀ, ନିର୍ମାତାମାନେ ଦଶଟି ଭାଷାରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରୁଛନ୍ତି।
ଯଦିଓ ନିକଟରେ, ମିର୍ଚିର ସ୍ଵତନ୍ତ୍ର ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରଡକ୍ସନ୍ ଆସନ୍ତା ମାସରୁ ଆରମ୍ଭ ହେବ ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ମାରେଡୁମିଲି ଓ ରଙ୍ଗସ୍ତାଲମ୍ ନାମକ ଦୁଇଟି ସ୍ଥାନରେ ସୁଟିଂ କରାଯାଇଥିଲା। କିନ୍ତୁ ପୋଲାଭାରାମ ପ୍ରକଳ୍ପ ହେତୁ ରଙ୍ଗସ୍ତାଲମ୍ ଜଳମଗ୍ନ ହୋଇଥିବାରୁ ସୁଟିଂ ଉପରେ ବାଧା ସୃଷ୍ଟି ହୋଇଥିଲା।
ଅଲ୍ଲୁ ଅର୍ଜୁନ ତାଙ୍କର ନୂଆ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଥିଲେ । ତାଙ୍କ ପ୍ରଶଂସକମାନେ ପୁଷ୍ପାଙ୍କ ସିକ୍ୱେଲ୍ ପାଇଁ ତାଙ୍କର ଲୁକ୍ ବୋଲି ସନ୍ଦେହ କରିଥିଲେ। କିନ୍ତୁ ଲୁକ୍ ଏକ ବିଜ୍ଞାପନର ସୁଟିଂ ପାଇଁ ଯାହା ସେ ନିକଟରେ ସୁଟ୍ କରିଥିଲେ। ଏହି ଚଳଚ୍ଚିତ୍ରଟି ୨୦୨୩ ମସିହାରେ ଆମାଜନ ପ୍ରାଇମ ଏବଂ ଡିଜନି + ହଟଷ୍ଟାର ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।