ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା ଫିଲ୍ମର ତାଲିକା ଜାରି; ପ୍ରଥମରେ ରହିଛି ପୁଷ୍ପା ୨

ଓରମାକ୍ସ ମିଡିଆ ତରଫରୁ 'most awaited film' ର ଏକ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ପ୍ରଥମ ସ୍ଥାନରେ ପୁଷ୍ପା ୨ ରହିଛି।

Most awaited film list (ପ୍ରତୀକାତ୍ମକ ଛବି)

Most awaited film list (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବଡ ବଜେଟ୍ ଚଳଚ୍ଚିତ୍ର ଓ ସୁପରହିଟ୍ ଫ୍ରାଞ୍ଚାଇଜ୍ ପାଇଁ ଭାରତୀୟ ଦର୍ଶକ ଉତ୍ସାହିତ ଅଛନ୍ତି ଓ ରିଲିଜ୍ ହେବାର ଆଶା ଦିନକୁ ଦିନ ବଢ଼ିବାରେ ଚାଲିଛି। ପ୍ରତି ଶୁକ୍ରବାର ଦିନ ବକ୍ସ ଅଫିସରେ ଅନେକ ଚଳଚ୍ଚିତ୍ର ରିଲିଜ୍ ହୁଏ। ପୁଷ୍ପା ରିଲିଜ ହେବା ପରେ ଦର୍ଶକ ପୁଷ୍ପା 2 କୁ ଦେଖିବାକୁ ଅପେକ୍ଷା କରିଛନ୍ତି।

ସୋସିଆଲ ମିଡିଆରେ ଏହାକୁ ସେୟାର କରି ଓରମାକ୍ସ ମିଡିଆ 'ମୋଷ୍ଟ awaited ଚଳଚ୍ଚିତ୍ର' ର ଏକ ତାଲିକା ଦେଇଛି, ଯେଉଁଥିରେ ଚଳଚ୍ଚିତ୍ରର ତାଲିକା ରହିଛି।  ଏହି କ୍ରମରେ ପ୍ରଥମେ ରହିଛ ପୁଷ୍ପା ୨ ଚଳଚ୍ଚିତ୍ର। ଦ୍ଵିତୀୟରେ ରହିଛି ପଠାନ୍ ଓ ତୃତୀୟରେ ରହିଛି ଟାଇଗର 3, ଚତୁର୍ଥରେ ଜୱାନ୍ ଓ ଡଙ୍କି ପଞ୍ଚମ ସ୍ଥାନରେ ରହିଛି।କ୍ୟାପସନରେ ଲେଖା ହୋଇଛି "#OrmaxCinematixବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ଅକ୍ଟୋବର ୧୫,୨୦୨୨ ପର୍ଯ୍ୟନ୍ତ (କେବଳ ଡିସେମ୍ବର ୨୦୨୨ ପରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର ଯାହାର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ)।

ନିକଟରେ ପୁଷ୍ପା ୨ର ମୁହୁର୍ତ୍ତ ଘୋଷଣା କରାଯାଇଥିଲା, ଯାହା ପରେ ଫିଲ୍ମ ଏବେ ଫ୍ଲୋରରେ ଚାଲିଛି। ନିର୍ମାତାମାନେ ଟିମ ଉପସ୍ଥିତିରେ ପୂଜା ସମାରୋହ ସହିତ ଶୁଭ ମୁହୁର୍ତ୍ତାରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଯେଉଁଠାରେ ନିର୍ମାତାମାନେ ଏକ ଗ୍ୟାରେଣ୍ଟି ଦେଇଛନ୍ତି ଯେ ଫିଲ୍ମଟି ଦମଦାର ହେବାକୁ ଯାଉଛି, ଏହାର ରିଲିଜ୍ ପାଇଁ ଦର୍ଶକଙ୍କ ଉତ୍ସାହକୁ ବଢି ଯାଇଛି।
Published by:Soumya Das
First published: