ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସାଉଥ୍ ସୁପରଷ୍ଟାର Allu Arjunଙ୍କ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’ର ପ୍ରଥମ ଗୀତ ରିଲିଜ; ଭୟାନକ ଲୁକରେ ନଜର ଆସିଲେ ଅଭିନେତା

ସାଉଥ୍ ସୁପରଷ୍ଟାର Allu Arjunଙ୍କ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’ର ପ୍ରଥମ ଗୀତ ରିଲିଜ; ଭୟାନକ ଲୁକରେ ନଜର ଆସିଲେ ଅଭିନେତା

‘ପୁଷ୍ପା’ ଫିଲ୍ମର ପ୍ରଥମ ଗୀତ ଅନ୍ୟ ଭାଷା ସହିତ ହିନ୍ଦୀରେ ମଧ୍ୟ ରିଲିଜ୍ ହେଉଛି । ଫିଲ୍ମର ସମସ୍ତ ଭାଷା ପାଇଁ ସଙ୍ଗୀତ ବିଭିନ୍ନ ଭାଷାରେ ରଚନା କରାଯାଇଛି । ଏହାର ହିନ୍ଦୀ ସଂସ୍କରଣକୁ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି କମ୍ପୋଜ କରିଥିବା ବେଳେ ନିଜେ ଗୀତ ଗାଇଛନ୍ତି ।

ସାଉଥ୍ ସୁପରଷ୍ଟାର Allu Arjunଙ୍କ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’ର ପ୍ରଥମ ଗୀତ ରିଲିଜ; ଭୟାନକ ଲୁକରେ ନଜର ଆସିଲେ ଅଭିନେତା
Allu Arjunଙ୍କ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’ର ପ୍ରଥମ ଗୀତ ରିଲିଜ
  • News18 Odia
  • Last Updated: August 13, 2021, 6:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରବାଦ: ତେଲୁଗୁ ସିନେମାର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ର ପ୍ରଥମ ଗୀତ 'ଜାଗୋ ଜାଗୋ ରେ ବକରେ' ରିଲିଜ ହୋଇଯାଇଛି, ଯେଉଁଥିରେ ଅଭିନେତାଙ୍କ ଭୟଙ୍କର ଅବତାର ଦେଖିବାକୁ ମିଳୁଛି । ‘ପୁଷ୍ପା’ ଫିଲ୍ମକୁ ତେଲୁଗୁ, ତାମିଲ, ମାଲାୟାଲମ୍ ଓ କନ୍ନଡ ସହିତ ହିନ୍ଦୀରେ ରିଲିଜ କରିବାକୁ ଯୋଜନା କରିଛନ୍ତି ନିର୍ମାତା ।

ଏହା ସହିତ ଫିଲ୍ମର ପ୍ରଥମ ଗୀତ ଅନ୍ୟ ଭାଷା ସହିତ ହିନ୍ଦୀରେ ମଧ୍ୟ ରିଲିଜ୍ ହେଉଛି । ଫିଲ୍ମର ସମସ୍ତ ଭାଷା ପାଇଁ ସଙ୍ଗୀତ ବିଭିନ୍ନ ଭାଷାରେ ରଚନା କରାଯାଇଛି । ଏହାର ହିନ୍ଦୀ ସଂସ୍କରଣକୁ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି କମ୍ପୋଜ କରିଥିବା ବେଳେ ନିଜେ ଗୀତ ଗାଇଛନ୍ତି ।

ଅନ୍ୟ ଭାଷା ବିଷୟରେ କହିବାକୁ ଗଲେ ଏହା ତେଲୁଗୁ ଭାଷାରେ ଶିବମ୍ ଗୀତ ଗାଇଥିବା ବେଳେ ତାମିଲରେ ବେନି ଦୟାଲ, ମାଲାୟାଲରେ ରାହୁଲ ନାମ୍ବିଆର୍ ଓ କନ୍ନଡ ସଂସ୍କରଣରେ ବିଜୟ ପ୍ରକାଶ ଗୀତ ଗାଇଛନ୍ତି। ଗୀତ ଗୁଡ଼ିକ ତେଲୁଗୁ ଭାଷାରେ ଲେଖିଛନ୍ତି ଚନ୍ଦ୍ରବୋସ୍, ତାମିଲରେ ବିବେକା, କନ୍ନଡାରେ ଭରଦାରାଜା ଚିକ୍କାବାଲାପୁରା ଓ ମାଲାୟାଲମରେ ସିଜୁ ଥରୁରଙ୍କ ଦ୍ୱାରା ଗୀତ ଲେଖାଯାଇଛି ।

ଗୀତ ରିଲିଜ ଅବସରରେ ଅଲ୍ଲୁ ଅର୍ଜୁନ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗୀତରେ ଅଲ୍ଲୁ ଅର୍ଜୁନଙ୍କର ଶକ୍ତିଶାଳୀ ଶୈଳୀ ଦେଖିବାକୁ ମିଳୁଛି । ସମ୍ପ୍ରତି, ଗୀତର ସୁଟିଂ ଆନିମେଟେଡ୍, ଯାହାକୁ ଏକ ଲାଲ୍ ଥିମ୍ ଦିଆଯାଇଛି । ଯେଉଁ କାରଣରୁ ଗୀତରେ ଏକ ବିପଜ୍ଜନକ ପ୍ରକାରର ପ୍ରଭାବ ଦୃଶ୍ୟମାନ ହେଉଛି ।

ଗୀତ ରିଲଜ ହେବାର କିଛି ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ପ୍ରଶଂସକ ଏହା ଉପରେ କମେଣ୍ଟ ଦେଇସାରିଲେଣି । ଫିଲ୍ମ କେବେ ଆସିବ ଓ ଏହା ବଡ଼ ପରଦାରେ କିମ୍ବା OTTରେ ଆସିବ କି ନାହିଁ ଅନେକ ଫ୍ୟାନ୍ସ କମେଣ୍ଟରେ ପଚାରିଛନ୍ତି ।

ଯଦି ଫିଲ୍ମ ବିଷୟରେ କଥା ହେବା ତାହାଲେ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା' ଦେଖିବାକୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି । ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଏହି ଫିଲ୍ମ ଦୁଇଟି ଭାଗରେ ରିଲିଜ ହେବ ।

ଏହି ଆକ୍ସନ୍-ଥ୍ରୀଲର ଫିଲ୍ମର କାହାଣୀ ଆନ୍ଧ୍ର ପ୍ରଦେଶର ପାହାଡରେ ନାଲି ଚନ୍ଦନ ଡକାୟତି ଉପରେ ଆଧାରିତ। ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କୁ ଚନ୍ଦନ ଚୋରା ଚାଲାଣକାରୀ ପୁଷ୍ପା ରାଜ ଭୂମିକାରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୁକୁମାର, ଯିଏ ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କ ସହ 'ଆର୍ଯ୍ୟ' ଓ 'ଆର୍ଯ୍ୟ ୨' 'ଭଳି ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି ।
Published by: Lipina Das
First published: August 13, 2021, 6:21 PM IST