ଆଲିଆ ଫିଟ ରହିବା ପାଇଁ ଯୋଗ କରୁଛନ୍ତି (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ : ବଲିଉଡର ଟପ ଓ ଷ୍ଟାଇଲିସ ଅଭିନେତ୍ରୀଙ୍କ କଥା ଯଦି ଉଠେ ତେବେ ଆଲିଆ ଭଟ୍ଟ ଏଥିରୁ ବାଦ ପଡ଼ିବେନି। ଆଲିଆ ଫିଟ ରହିବା ନେଇ ସବୁବେଳେ ୱାର୍କଆଉଟ ଓ ଯୋଗକୁ ପ୍ରାଥମିକତା ଦେଇଥାନ୍ତି। ସେ ସବୁବେଳେ ପାଇଲେଟ୍ସ, ଯୋଗ ଓ ଜିମ ସେସନର ଫଟୋ ସେୟାର କରନ୍ତି। ଏଥିରୁ ଜଣାଯାଏ ଯେ ସେ ତାଙ୍କ ଜୀବନଶୈଳୀକୁ ନେଇ କେତେ ସଚେତନ ଅଛନ୍ତି।
ଏବେ ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ମୁମ୍ବାଇ ସ୍ଥିତ ଘରେ ଯୋଗ କରୁଥିବା ଦେଖାଯାଉଛନ୍ତି। ଏହି ଫଟୋ ତାଙ୍କ ଲିଭିଙ୍ଗ୍ ରୁମର। ଏଠାରେ ଆଲିଆ ଭଟ୍ଟ ଏକ ଯୋଗ ମ୍ୟାଟ ଉପରେ ଏକ କଠିନ ଯୋଗାସନ କରୁଥିବା ନଜର ଆସୁଛନ୍ତି। ଆଲିଆ ଏହି ଯୋଗ କରୁଥିବା ବେଳେ ଏକ ଲାଇଟ ଗ୍ରେ ଟ୍ୟାଙ୍କ ଟପ ସହିତ ଡାର୍କ ଗ୍ରେ ଲେଗିନ୍ସ ପିନ୍ଧିଛନ୍ତି।
ପୂର୍ବରୁ ଯୋଗ ପ୍ରଶିକ୍ଷକ ଅନୁଷ୍କା ଜୋ ଆଲିଆ ଭଟ୍ଟ ଆସନ କରିଥିବା ଏକ ଫଟୋ ସେୟାର କରିଥିଲେ। ଏଥିରେ ସେ ଏକ ମୋଟିଭେସନାଲ କୋର୍ଟ ସେୟାର କରି କହିଥିଲେ ଯେ, ନିଜ ସ୍ୱପ୍ନକୁ ସାକାର କରିବା ନେଇ ଏହା ହେଉଛି ଏକ ଭଲ ଦିନ। ଅନୁଷ୍କା ଜୋ କରୀନା କପୁର, ରକୁଲ ପ୍ରୀତ, ଅନନ୍ୟା ପାଣ୍ଡେ ଭଳି ଅଭିନେତ୍ରୀଙ୍କୁ ଯୋଗ ପ୍ରଶିକ୍ଷଣ ଦିଅନ୍ତି। ସେ ଏହି ଫଟୋ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା। ଲୋକେ ତାଙ୍କର ଏହି ଯୋଗାସନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କାମର କଥା କହିଲେ ଆଲିଆ ବର୍ତ୍ତମାନ ଫିଲ୍ମ ‘ଡାର୍ଲିଂ’ର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ସେ ସହପ୍ରଯୋଜନା କାମ ମଧ୍ୟ ତୁଲାଇଛନ୍ତି। ସେ ଏକ ବିଟିଏମ ମୁମେଣ୍ଟ ସେୟାର କରି ଲେଖିଛନ୍ତି ଯେ “ଆମେ ଏହି ଫିଲ୍ମ ତିଆରି କରିବା ନେଇ ସବୁଠୁ ଭଲ କାମ କରିଛୁ, ଆଶା ଆପଣମାନେ ପସନ୍ଦ କରିବେ।”
ଏହାଛଡା ଆଲିଆ ଭଟ୍ଟଙ୍କ ‘ଆର୍ଆର୍ଆର୍’କୁ ମଧ୍ୟ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଜରିଆରେ ଆଲିଆ ସାଉଥ ଡେବ୍ୟୁ କରିବେ। ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ ହେବାକୁ ଥିବା ବେଳେ ନିର୍ମାତା କରୋନା ପରିସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖିଛନ୍ତି।
ଆଲିଆଙ୍କ ‘ବ୍ରାହ୍ମାସ୍ତ୍ର’କୁ ମଧ୍ୟ ଲୋକେ ଅପେକ୍ଷା କରିଛନ୍ତି। ଏହା ଆୟାନ ମୁଖାର୍ଜୀଙ୍କ ଟ୍ରାୟୋଲୋଜୀ ଫିଲ୍ମ ହୋଇଥିବା ବେଳେ ଏଥିରେ ରଣବୀର କପୁର ଓ ଅଭିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ସଞ୍ଜୟ ଲୀଲା ଭନସାଲୀଙ୍କ ଗଙ୍ଗୁଭାଇ କାଠିଆୱାଡୀ ଓ ଫରହା ଅଖତରଙ୍କ ଜୀ ଲେ ଜରା ରହିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।