ଆଲିଆଙ୍କ ଘରକୁ ଆସିଲା ନୂଆ ଅତିଥି
- News18 Odia
- Last Updated :
- Other, India
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଆଲିଆଙ୍କର ଏକ ଝିଅ ଜନ୍ମ ହୋଇଛି। ଏହି ଖବର ଶୁଣି ପ୍ରଶଂସକ,ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳି ଯାଇଛି। ଆଲିଆ ଭଟ୍ଟଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଚାଲିଛି। ସେ ୧୪ ଏପ୍ରିଲରେ ରଣବୀର କପୁରଙ୍କ ସହ ବିବାହ କରିଥିଲେ ଓ ସେହି ବର୍ଷ ସେମାନଙ୍କର ପ୍ରଥମ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' ମଧ୍ୟ ମୁକ୍ତିଲାଭ କରିଥିଲା। ଏହି ବର୍ଷ ଆଲିଆ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି।
ଆଲିଆ ଭଟ୍ଟ ଏବଂ ରଣବୀର କପୁର ଛୋଟ ଅତିଥିଙ୍କ ଆଗମନ ପୂର୍ବରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ ଯାହା ଦ୍ୱାରା ତାର (ଶିଶୁ) ସ୍ୱାଗତରେ କୌଣସି ଅଭାବ ରହିବ ନାହିଁ।ଖବର ଅନୁଯାୟୀ, ଆଲିଆ ଭଟ୍ଟଙ୍କୁ ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହ ସମୟ ମିଳିଥିଲା। କିନ୍ତୁ ପେଟ ଯନ୍ତ୍ରଣା ହେତୁ ତାଙ୍କୁ ଆଜି ହସ୍ପିଟାଲଟେ ଭର୍ତ୍ତି କରାଯାଇଥିଲା। ଆଲିଆ ଭଟ୍ଟ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ପ୍ରସବ ପ୍ରକ୍ରିୟା ଶେଷ କରିଛନ୍ତି। ନିକଟରେ ଆଲିଆଙ୍କ ଶିଶୁ ସାୱାର ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଅନେକ ସେଲିବ୍ରେଟ୍ ଦେଖିବାକୁ ମିଳିଥିଲା। ଏହି ଶିଶୁ ସାୱାରର ଅନେକ ଫଟୋ ଆଲିଆ ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ।
ଆଲିଆ ବିବାହର ୨ ମାସ ପରେ ଅର୍ଥାତ୍ ୨୭ ଜୁନ୍ ୨୦୨୨ ରେ ଗର୍ଭବତୀ ହୋଇଥିଲେ। ହସ୍ପିଟାଲ ବେଡରେ ସୋନୋଗ୍ରାଫି ପୋଷ୍ଟ ସହିତ ଆଲିଆ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ। ସେବେଠାରୁ ପ୍ରଶଂସକମାନେ ଛୋଟ ଅତିଥିଙ୍କ ଆଗମନକୁ ଅପେକ୍ଷା କରିଥିଲେ। ୨୦୧୭ ମସିହାରେ ଦୁହେଁ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ତା’ପରେ ଏହା ପରେ ଦମ୍ପତି ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିକଲେ। ୫ ବର୍ଷ ପରସ୍ପରକୁ ଡେଟ କରିବା ପରେ ସେମାନେ ଏହି ବର୍ଷ ବିବାହ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।