ଜନ୍ମ ପୂର୍ବରୁ ଝିଅର ନାମ ଘୋଷଣା କରିଥିଲେ ଆଲିଆ ଭଟ୍ଟ; ଜାଣନ୍ତୁ କଣ ରହିବ ଝିଅର ନାମ

ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ କପୁର ପରିବାରରେ ଆସିଥିବା ଏହି ଶିଶୁର ନାମ କ’ଣ ରହିବ? ଯଦି ଆପଣଙ୍କ ମନରେ ସମାନ ପ୍ରଶ୍ନ ଅଛି, ତେବେ ଜାଣନ୍ତୁ ଆଲିଆଙ୍କ ଉତ୍ତର ।

ଆଲିଆ ଓ ରଣବୀର (ପ୍ରତୀକାତ୍ମକ ଛବି)

ଆଲିଆ ଓ ରଣବୀର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଜୀବନରେ ଏକ ନୂଆ ଅତିଥି ପ୍ରବେଶ କରିଛି। ନଭେମ୍ବର ୬ ରବିବାର ଦିନ ଆଲିଆ ଭଟ୍ଟ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଥିଲେ। ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଆଲିଆ ତାଙ୍କ ଝିଅଅର ଜନ୍ମ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।  ପିତାମାତା ହେବା ପରଠାରୁ ଆଲିଆ-ରଣବୀର କ୍ରମାଗତ ହେଡଲାଇନରେ ରହିଆସିଛନ୍ତି।

ପ୍ରଶଂସକମାନେ ଆଲିଆ-ରଣବୀରଙ୍କ ଝିଅ ପ୍ରଥମ ଝଲକ ପାଇବାକୁ ଆଗ୍ରହୀ ଅଟନ୍ତି, ପ୍ରଶଂସକମାନେ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ କପୁର ପରିବାରରେ ଆସିଥିବା ଏହି ଶିଶୁର ନାମ କ’ଣ ରଖିବେ? ଯଦି ଆପଣଙ୍କ ମନରେ ସମାନ ପ୍ରଶ୍ନ ଅଛି, ତେବେ ଆଲିଆ ଏକ ଟିଭି ସୋ ସମୟରେ ଏହା ପ୍ରକାଶ କରିଥିଲେ ଯେ ସେ ତାଙ୍କ ଝିଅର ନାମ କଣ ରଖିବେ?




ଆଲିଆ ଭଟ୍ଟ ଜଣେ ମା ହେବା ପରେ ଆଲିଆଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆଲିଆ ତାଙ୍କ ଝିଅର ନାମ କହୁଛନ୍ତି। ବାସ୍ତବରେ ଆଲିଆ ଭଟ୍ଟ ଓ ରଣବୀର ସିଂ ସେମାନଙ୍କ ଚଳଚ୍ଚିତ୍ର 'ଗୁଲି ବଏ'ର ପ୍ରମୋସନ ପାଇଁ ଟିଭି ସୋ ସୁପର ଡାନ୍ସର୍ ସିଜନ୍ 3 ର ସେଟ୍ କୁ ଯାଇଥିଲେ। ଯେଉଁଠାରେ ଜଣେ ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ ସମୟରେ ଆଲିଆ ତାଙ୍କୁ ସୋ’ରେ ତାଙ୍କ ନାମର ବନାନ ପଚାରିଥିଲେ। ସେହି ପ୍ରତିଯୋଗୀ ଆଲିଆଙ୍କ ନାମର ବନାନକୁ ALMAA ଭାବରେ କହିଥିଲେ, ଯାହା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିଥିଲେ। କିନ୍ତୁ ଆଲିଆ ଭୁଲ ବନାନକୁ ଏତେ ପସନ୍ଦ କରିଥିଲେ। ସେ କହିଥିଲେ ଯେ 'ଆଲମା' ଏକ ସୁନ୍ଦର ନାମ, ମୁଁ ମୋ ଝିଅର ନାମ ଏୟା ରଖିବି।



ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ଜନ୍ମ ପରେ କପୁର ପରିବାରରେ ଉତ୍ସବର ପରିବେଶ ରହିଛି। ପ୍ରଶଂସକ ଓ ସେଲିବ୍ରେଟମାନେ ଆଲିଆଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।  ଆଲିଆ ଭଟ୍ଟ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଏକ ଝିଅକୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟା ଜନ୍ମ ବିଷୟରେ ସୂଚନା ଦେଇ ଆଲିଆ ସୋସିଆଲ ମିଡିଆରେ ଲେଖିଛନ୍ତି, 'ଆମ ଜୀବନର ସବୁଠୁ ଭଲ ଖବର'।
Published by:Soumya Das
First published: