Alia Bhatt Pregnancy Post: କପୁର ପରିବାରକୁ ଆସିବ ନୂଆ ଅତିଥି; ଖୁସି ଖବର ସେୟାର କଲେ ଆଲିଆ ଭଟ୍ଟ

ଆଲିଆ ଇନଷ୍ଟାରେ ଏକ ଖୁସି ଖବର ସେୟାର କରିଛନ୍ତି। ଆଲିଆ ଏହି ପୋଷ୍ଟରେ କହିଛନ୍ତି ଯେ ତାଙ୍କ ଶିଶୁ ଖୁବ ଶୀଘ୍ର ଆସିବାକୁ ଯାଉଛି।

ମା' ହେବେ ଆଲିଆ ଭଟ୍ଟ (ପ୍ରତୀକାତ୍ମକ ଛବି)

ମା' ହେବେ ଆଲିଆ ଭଟ୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବଲିଉଡ କରିଡରରୁ ଏକ ଖୁସି ଖବର ଆସିଛି  ଆଲିଆ ଭଟ୍ଟ ଏକ ମା ହେବାକୁ ଯାଉଛନ୍ତି। ଆଲିଆ ଇନଷ୍ଟାରେ ଏହି ଖୁସି ଖବର ସେୟାର କରିଛନ୍ତି। ଆଲିଆ ଭଟ୍ଟ ଏହି ପୋଷ୍ଟରେ କହିଛନ୍ତି ଯେ ତାଙ୍କ ଶିଶୁ ଖୁବ ଶୀଘ୍ର ଆସିବାକୁ ଯାଉଛି। ସେ ଓ ରଣବୀର କପୁର ଦୁଇରୁ ତିନି ହେବାକୁ ଯାଉଛନ୍ତି। ଆଲିଆଙ୍କ ଏହି ପୋଷ୍ଟ ଭାଇରାଲ ହେଉଛି। ଫ୍ୟାନ ଓ  ସେଲିବ୍ରେଟିମାନେ ଆଲିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।




ରଣବୀର କପୁର ଓ ଆଲିଆ ଭଟ୍ଟ ଚଳିତ ବର୍ଷ ୧୪ ଏପ୍ରିଲରେ ବିବାହ କରିଥିଲେ। ବିବାହ ପରେ ଖୁବ୍ ଶୀଘ୍ର ଏହି ଦମ୍ପତି ଏକ ଖୁସି ଖବର ସେୟାର କରିଛନ୍ତି। ଏହି ଖୁସି ଖବର ଆସିବା ପରେ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ମା ସୋନି ରଜଦାନ ଏବଂ ନଣନ୍ଦ ରିଦ୍ଧିମାଙ୍କ ପ୍ରତିକ୍ରିୟା ମଧ୍ୟ ଆଲିଆଙ୍କ ଗର୍ଭଧାରଣ ପୋଷ୍ଟରେ ଆସିଛି। ରିଦ୍ଧିମା ହାର୍ଟ ଇମୋଜି ଦେଇଥିବା ବେଳେ ତାଙ୍କ ମା ସୋନି ରଜଦାନ ଲେଖିଛନ୍ତି - ମାମା ଓ ପାପା ସିଂହଙ୍କୁ ଅଭିନନ୍ଦନ। ଆଲିଆଙ୍କୁ ତାଙ୍କ ଝିଅ ବୋଲି ଭାବୁଥିବା କରଣ ଜୋହରଙ୍କର ମଧ୍ୟ ଖୁସିର ସୀମା ନାହିଁ।

ଆଲିଆ ଇନଷ୍ଟା ଉପରେ ଦୁଇଟି ଛବି ସେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ହସ୍ପିଟାଲ ବେଡ ଉପରେ ଶୋଇଛନ୍ତି ସେ ସୋନୋଗ୍ରାଫି କରୁଛନ୍ତି। କମ୍ପ୍ୟୁଟର ସ୍କ୍ରିନକୁ ଅସ୍ପଷ୍ଟ କରି ସେଥିରେ ହାର୍ଟ ଇମୋଜି ଦେଇଛନ୍ତି। କେହି ଜଣେ ଆଲିଆଙ୍କ ପାଖରେ ମଧ୍ୟ ବସିଛନ୍ତି। ତାଙ୍କ ପିଠି ଦୃଶ୍ୟମାନ ହେଉଛି। ଚିତ୍ରରୁ ଜଣାପଡିଛି ଯେ ସେ ରଣବୀର କପୁର ହୋଇପାରନ୍ତି। ଦ୍ୱିତୀୟ ଫଟୋରେ, ଆଲିଆ ସିଂହ ସିଂହୀ ଏବଂ ସେମାନଙ୍କର ଗୋଟିଏ ପିଲାଙ୍କ ଫଟୋ ସେୟାର କରିଛନ୍ତି। ଏହାର ଅର୍ଥ ହେଉଛି ଆଲିଆଙ୍କ ପରିବାର ସଂପୂର୍ଣ୍ଣ ହେବାକୁ ଯାଉଛି।

ଅଭିନେତ୍ରୀ ତାଙ୍କର ଆଗାମୀ ବଲିଉଡ ଚଳଚ୍ଚିତ୍ରର କାର୍ଯ୍ୟସୂଚୀ ସମାପ୍ତ କରିଛନ୍ତି। କିଛି ଦିନ ମଧ୍ୟରେ ଆଲିଆ ମଧ୍ୟ ହଲିଉଡର ଡେବ୍ୟୁ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବେ। ତା’ପରେ ଆଶା କରାଯାଉଛି ଯେ ଆଲିଆ ସୁଟିଂରୁ ବିରତି ନେବେ।
Published by:Soumya Das
First published: