ଏହି ଦିନ ବିବାହ ବନ୍ଧନରେ ଆବନ୍ଧ ହେବେ ବଲିଉଡର ଫେମସ କପଲ ଆଲିୟା ଓ ରଣବୀର!

ଏଥର ଅନେକ ଷ୍ଟାର୍ସଙ୍କ ବିବାହ ହେବାକୁ ଯାଉଛି। ଆଉ ଏହି ଲିଷ୍ଟରେ ଟପରେ ଅଛନ୍ତି ରଣବୀର ଓ ଆଲିୟା। ତିନି ବର୍ଷରୁ ଅଧିକ ସମୟ ହେଲାଣି ପରସ୍ପର ସହ ରିଲେସନଶିପରେ ରହିଛନ୍ତି ଏହି ଯୋଡି।

ଏହି ଦିନ ବିବାହ ବନ୍ଧନରେ ଆବନ୍ଧ ହେବେ ବଲିଉଡର ଫେମସ କପଲ ଆଲିୟା ଓ ରଣବୀର!

ଏହି ଦିନ ବିବାହ ବନ୍ଧନରେ ଆବନ୍ଧ ହେବେ ବଲିଉଡର ଫେମସ କପଲ ଆଲିୟା ଓ ରଣବୀର!

  • Share this:
News18 Odia Digital

ମୁମ୍ବାଇ: ସାମ୍ନାକୁ ଆସିଲା କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦୀର୍ଘ ସମୟରୁ ପରସ୍ପରକୁ ଡେଟ୍ କରୁଥିବା ଏହି ରୋମାଣ୍ଟିକ ଯୋଡି ଚଳିତ ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୁଇ ଜଣଙ୍କ ବିବାହକୁ ନେଇ ଦୀର୍ଘ ସମୟରୁ ଅପେକ୍ଷା କରିଥିଲେ ଫ୍ୟାନ୍ସ। ୨୦୨୨ରେ ଅନେକ ସେଲିବ୍ରିଟି ନିଜ ନିଜ ଘର ସଂସାର ବସାଇଛନ୍ତି। ଆଉ ଏବେ ରଣବୀର ଓ ଆଲିୟାଙ୍କ ସମୟ ଆସିଯାଇଛି।

ସେହିପରି ଏଥର ଅନେକ ଷ୍ଟାର୍ସଙ୍କ ବିବାହ ହେବାକୁ ଯାଉଛି। ଆଉ ଏହି ଲିଷ୍ଟରେ ଟପରେ ଅଛନ୍ତି ରଣବୀର ଓ ଆଲିୟା। ତିନି ବର୍ଷରୁ ଅଧିକ ସମୟ ହେଲାଣି ପରସ୍ପର ସହ ରିଲେସନଶିପରେ ରହିଛନ୍ତି ଏହି ଯୋଡି।

ଇତିମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ଆସନ୍ତା ୧୭ ତାରିଖରେ ବିବାହ କରିବାକୁ ଯାଉଛନ୍ତି ବଲିଉଡର ଏହି ଲଭବାର୍ଡ। ଖବର ଅନୁଯାୟୀ ରଣବୀର ଓ ଆଲିୟା ରାଜସ୍ଥାନର ରଣଥାମ୍ବୋରରେ ବିବାହ କରିବେ।

ଏଥିସହ କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ ଚର୍ଚ୍ଚା ହେଉଛି ଯେ ଏହି ଦମ୍ପତି ମୁମ୍ବାଇରେ ବିବାହ କରିବେ। ଏହା ମଧ୍ୟ କୁହାଯାଉଛି ଯେ ଦମ୍ପତି ଏକ ବଡ଼ ବିବାହ ପରିବର୍ତ୍ତେ ଏକ ବ୍ୟକ୍ତିଗତ ସମାରୋହରେ ପରସ୍ପରକୁ ସାତ ଜନ୍ମର ଜୀବନ ସାଥୀ କରିବାକୁ ଯାଉଛନ୍ତି। ବିବାହ ପାଇଁ କେବଳ ପରିବାର ଓ ଘନିଷ୍ଠ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିବାକୁ ଏହି ଯୋଡି ଏକ ମନୋଭାବରେ ଅଛନ୍ତି।

ଯଦି ଗଣମାଧ୍ୟମକୁ ବିଶ୍ବାସ କରାଯାଏ, ତେବେ କୁହାଯାଉଛି ଯେ ଆଲିୟାଙ୍କ ଜେଜେବାପାଙ୍କ ଇଚ୍ଛା ଅଛି ତାଙ୍କ ବିବାହ ଦେଖିବାକୁ। ସେଥିପାଇଁ ବିବାହ ପାଇଁ ପ୍ରସ୍ତୁତି ଚାଲିଛି।

ପ୍ରକାଶ ଥାଉକି ରଣବୀର କପୁର ୨୦୨୭ରୁ ଗର୍ଲଫ୍ରେଣ୍ଡ ଆଲିୟାଙ୍କୁ ଡେଟ କରୁଛନ୍ତି। ରଣବୀର ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ ଯେ କରୋନା କାରଣରୁ ଯଦି ଅବସ୍ଥା ଖରାପ ନହୁଏ ତେବେ ସେ ଆଲିୟାଙ୍କୁ ବିବାହ କରିଥାନ୍ତେ।

ସେହିପରି ଆଲିୟା ଓ ରଣବୀର ଚଳିତ ବର୍ଷ ସେପ୍ଟେମ୍ବର ୯ରେ ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ। ଏହା ଦୁଇଜଣଙ୍କର ପ୍ରଥମ ଫିଲ୍ମ। ପରଦାରେ ଦୁଇଜଣଙ୍କ ରୋମାନ୍ସ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ।
Published by:Lipina Das
First published: