- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ନଭେମ୍ବର ୬, ୨୦୨୨ରେ ଆଲିଆ ଭଟ୍ଟ ତାଙ୍କ ଝିଅ ରାହା କପୁରଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ସମୟରେ ରାହା କପୁରଙ୍କ ମୁହଁ ସାମ୍ନାକୁ ଆସିନାହିଁ। ଦୁହେଁ ରଣବୀର ଏବଂ ଆଲିଆ କହିଛନ୍ତି ଯେ ତାଙ୍କ ଝିଅକୁ ୨ ବର୍ଷ ନହେଲା ପର୍ଯ୍ୟନ୍ତ ତାଙ୍କ ମୁହଁ ମିଡିଆ ସାମ୍ନାରେ ଆସିବ ନାହିଁ। ଏଥିରୁ ସ୍ପଷ୍ଟ ଯେ ରାହା କପୁରଙ୍କ ଜନ୍ମକୁ ନେଇ ସମଗ୍ର କପୁର ପରିବାର ଏବଂ ଭଟ୍ଟ ପରିବାର ବହୁତ ଖୁସି ଅଛନ୍ତି, କିନ୍ତୁ ରାହାଙ୍କ ଜନ୍ମର ପ୍ରାୟ ଦୁଇମାସ ପରେ ଆଲିଆ କହିଛନ୍ତି ଯେ ତାଙ୍କ ପରିବାରରେ କେହି ଜଣେ ଅଛନ୍ତି ଯିଏ ତାଙ୍କ ଉପରେ ରାଗିଛନ୍ତି! ଫଟୋ ସେୟାର କରି ଆଲିଆ କହିଛନ୍ତି ଯେ ତାଙ୍କ ଦିନ ଭଲରେ ଚାଲିନାହିଁ କାରଣ ଏହି ସଦସ୍ୟ ତାଙ୍କ ସହ କଥାବାର୍ତ୍ତା କରୁନାହାଁନ୍ତି ଏବଂ ତାଙ୍କଠାରୁ ଦୂରେଇ ଯାଇଛନ୍ତି। ଆସନ୍ତୁ ଦେଖିବା ଆଲିଆ କାହା ବିଷୟରେ କହୁଛନ୍ତି ଏବଂ ଦୁଃଖ ହେବାର କାରଣ କ’ଣ ହୋଇପାରେ।
ବାସ୍ତବରେ ଆଲିଆ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ କେହି ଅଛନ୍ତି, ସେହି ଫଟୋର ତାଙ୍କୁ ଅଣଦେଖା କରି ବସିଛନ୍ତି ଆଲିଆଙ୍କ ବିଲେଇ 'ଏଡୱାର୍ଡ' (Alia bhat cat Edward)। ଆସନ୍ତୁ ଜାଣିବା ଆଲିଆଙ୍କ ଉପରେ ଏଡୱାର୍ଡ କାହିଁକି ରାଗିଛନ୍ତି?
ଆଲିଆ ଏହି ପୋଷ୍ଟରେ ଲେଖି ନାହାଁନ୍ତି ଯେ ତାଙ୍କ ବିଲେଇ କାହିଁକି ତାଙ୍କ ଉପରେ ରାଗିଛନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାର କାରଣ କ’ଣ, କିନ୍ତୁ ଅନେକ ପ୍ରଶଂସକ ଅଭିନେତ୍ରୀଙ୍କ ପୋଷ୍ଟର କମେଣ୍ଟରେ ଏହାର କାରଣ କହିଛନ୍ତି। ଅନେକ ଲୋକ କହିଛନ୍ତି ଯେ ଆଲିଆ ତାଙ୍କ ଝିଅ ରାହା କପୁରଙ୍କୁ ଅଧିକ ସମୟ ଦେଉଛନ୍ତି ଏବଂ ଏହି କାରଣରୁ ଏଡୱାର୍ଡ ତାଙ୍କ ଉପରେ ରାଗିଛନ୍ତି ଏବଂ ରାହାଙ୍କ ପ୍ରତି ଇର୍ଷା କରୁଛନ୍ତି। ଆଲିଆ ତାଙ୍କ ବିଲେଇକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତ ତାଙ୍କ ସହିତ ଫଟୋ ସେୟାର କରନ୍ତି। ଖବର ଅନୁଯାୟୀ, ଏହି ବିଲେଇକୁ ତାଙ୍କ ପୂର୍ବତନ ପ୍ରେମିକା ସିଦ୍ଧାର୍ଥ ମଲହୋତ୍ରା ଉପହାରରେ ଦେଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।