କାଷ୍ଟିଂ କାଉଚ୍ ନା ବ୍ଲାକ ମେଲିଂ? ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡଓ ଭାଇରାଲ

କାଷ୍ଟିଂ କାଉଚ ନା ବ୍ଲାକ ମେଲିଂ? ପ୍ରଯୋଜକଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆସିଥିବା ବେଳେ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ପ୍ରଡ୍ଯୁସର ।

ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡଓ ଭାଇରାଲ

ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡଓ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଆସିଛି ଏକ ସାଂଘାତିକ ଅଭିଯୋଗ। ଅଭିନେତ୍ରୀ କରାଇଦେବା ନାଁରେ ଅକ୍ଷୟ ଯୌନ ନିର୍ଯାତନା ଦେଉଥିବାର ଏକ ଅଭିଯୋଗ ହୋଇଥିବା ବେଳେ ପ୍ରଯୋଜକଙ୍କ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବରିଷ୍ଠ ଫିଲ୍ମ ପ୍ରଯୋଜକ ତଥା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ମୁଖ୍ୟ ହେଉଛନ୍ତି ଅକ୍ଷୟ ପରିଜା ।

ଏହି ଘଟଣା ପରେ ପୁଣି ଓଲିଉଡରେ ନେଇ ହଇଚଇ ଆରମ୍ଭ ହୋଇଛି। ପୂର୍ବରୁ ଓଲିଉଡରେ କାଷ୍ଟିଂକାଉଚ ଓ ଯୌନ ଶୋଷଣ ପରି ଅନେକ ଘଟଣା ଘଟିଥିବାର ଅଭିଯୋଗ ହୋଇଛି। ବର୍ତ୍ତମାନ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏହି ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅକ୍ଷୟ ପରିଜାଙ୍କ ନାଁରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ  ସିନେମା ଓ ବ୍ୟବସାୟରେ ତାଙ୍କୁ କାମ ଦେବେ କହି ବର୍ଷେ ଧରି ପ୍ରଯୋଜକ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରେ ଅକ୍ଷୟ ପରିଜା ଯୌନ ଶୋଷଣ କରିବା ଆରମ୍ଭ କରିଦେଇଥିଲେ ।

ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣିଛନ୍ତି ପ୍ରଯୋଜକ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ଅଭିଯୋଗ କରିଛନ୍ତି ଯେ ଦର୍ଶାଇଛନ୍ତି, ଘରକୁ ରାତ୍ରି ଭୋଜନ ପାଇଁ ଡାକି ତାଙ୍କ ସହ ଭିଡିଓ କରାଯାଇଛି। ଭିଡିଓ କରିବା ପରେ ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଭିଡିଓ ବାବଦକୁ ୫କୋଟି ଟଙ୍କା ଦାବି ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା ।

ଏହି ଘଟଣାକୁ ନେଇ ଫିଲ୍ମ ଜଗତରେ ଏବେ ଚହଳ ପଡିଛି । ଏହା ବାସ୍ତବରେ କାଷ୍ଟିଂ କାଉଚ ନା ବ୍ଲାକ ମେଲିଂ ବୋଲି ପ୍ରଶ୍ନ ଉଠୁଛି।
Published by:Soumya Das
First published: