Akshay Kumar Trolled: 'ଭାରତ' ଉପରେ ଚାଲି ପୁଣି ବିବାଦରେ ଅକ୍ଷୟ କୁମାର

Akshay Kumar Trolled: ପୁଣି ଥରେ ଭୁଲ କାରଣ ଯୋଗୁଁ ବିବାଦରେ ଅକ୍ଷୟ କୁମାର। ଅଭିନେତା ଏକ ଭିଡ଼ିଓ ପୋଷ୍ଟ କରିବା ପରେ ଟ୍ରୋଲର ଶିକାର ହୋଇଛନ୍ତି ।

ପୁଣି ବିବାଦରେ ଅକ୍ଷୟ କୁମାର

ପୁଣି ବିବାଦରେ ଅକ୍ଷୟ କୁମାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Akshay Kumar Slammed: ବର୍ତ୍ତମାନ ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar)ଗୋଟିଏ କାରଣରୁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିପାଇଁ ଲୋକମାନେ ତାଙ୍କୁ ଟ୍ରୋଲ(Trolled) କରୁଛନ୍ତି। ଏହି ଭିଡିଓ କ୍ଲିପ୍‌ରେ ସେ ପୃଥିବୀର ଡିଜିଟାଲ୍ ସଂସ୍କରଣ (Digital Edition Of Earth)ରେ ବୁଲୁଥିବାର ନଜର ଆସିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଅଡୁଆ ସୃଷ୍ଟି ହୋଇଥିଲା ଓ ଲୋକମାନେ ଏହା ଜାଣିବା ପରେ କ୍ଲିପ୍‌ରେ ଭାରତର ମାନଚିତ୍ରରେ ପାଦ ଦେବା ନେଇ ଅଭିନେତାଙ୍କୁ ଟ୍ରୋଲ କରିଛନ୍ତି। ଲୋକମାନେ କହିଛନ୍ତି ଯେ ଦେଶ ପ୍ରତି ତାଙ୍କର ସମ୍ମାନ ନାହିଁ।

ବାସ୍ତବରେ ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା କ୍ଲିପ୍‌ରେ ସେ ଏକ ଆନ୍ତର୍ଜାତୀୟ ବିମାନ କମ୍ପାନୀକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଏହି କ୍ଲିପ୍‌ରେ ଅକ୍ଷୟ ହସୁଥିବା ଓ ପୃଥିବୀର ଏକ ଡିଜିଟାଲ୍ ସଂସ୍କରଣ ଉପରେ ବୁଲୁଥିବାର ନଜର ଆସିଛନ୍ତି। ତେବେ ଟ୍ୱିଟରରେ ଲୋକମାନେ ଏହି ବିଜ୍ଞାପନରେ ଅକ୍ଷୟଙ୍କୁ ଭାରତର ମାନଚିତ୍ରରେ ବୁଲିବା ପାଇଁ ସମାଲୋଚନା କରିଥିଲେ ଏବଂ ତାଙ୍କୁ ବହୁତ କିଛି କହିଛନ୍ତି। ଏହି ବିଜ୍ଞାପନରେ ଦିଶା ପଟାନି, ନୋରା ଫତେହି, ମୌନି ରୟ ଏବଂ ସୋନମ ବାଜୱା ମଧ୍ୟ ନଜର ଆସିଥିଲେ।

ଅକ୍ଷୟଙ୍କୁ ଟ୍ରୋଲ କରି ଜଣେ ଉପଭୋକ୍ତା ଲେଖିଛନ୍ତି, 'ଭାଇ, ଆମ ଭାରତକୁ ସମ୍ମାନ ଦିଅ।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'କି ଲଜ୍ଜାଜନକ ଓ ଅହଂକାରୀ ବ୍ୟକ୍ତି ... ଭାରତର ମାନଚିତ୍ରରେ ବୁଲୁଛି ...' ଆଉ ଜଣେ କହିଛନ୍ତି, 'ଏହା କରି ତୁମେ କ’ଣ ହାସଲ କରିବାକୁ ଚାହୁଁଛ? ଭାରତକୁ ସମ୍ମାନ ଦିଅ। ଅନ୍ୟ ଜଣେ ଲେଖିଛନ୍ତି, 'ଯଦି କୌଣସି ଖାନ (ବଲିଉଡ ଅଭିନେତା) ଭାରତର ମାନଚିତ୍ରରେ ଚାଲିଥାନ୍ତେ, ତେବେ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଵୟକଟ କରାଯାଇସାରନ୍ତାଣି।'

କାମ କହିବାକୁ ଗଲେ ଅକ୍ଷୟ ଖୁବ ଶୀଘ୍ର ଫିଲ୍ମ ସେଲଫିରେ ଇମ୍ରାଶ ହାସମିଙ୍କ ସହ ନଜର ଆସିବେ। 24 ଫେବୃଆରୀରେ ସେଲଫି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଏହି ଚଳଚ୍ଚିତ୍ରଟି 2019 ମାଲାୟାଲମ୍ କମେଡି ଡ୍ରାଇଭିଂ ଲାଇସେନ୍ସର ରିମେକ୍। ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ଫିଲ୍ମ 'ସେଲଫି'ରେ ଜଣେ ହିରୋ ଏବଂ ତାଙ୍କ ପ୍ରଶଂସକଙ୍କ କାହାଣୀ ଚିତ୍ରିତ ହୋଇଛି।
Published by:Soumya Das
First published: