News18 Odia Digital
ମୁମ୍ବାଇ: ବଲିଉଡ ଖିଲାଡି ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।
ହେଲେ ରିଲିଜ ପୂର୍ବରୁ ମଧ୍ୟ ଏହି ବର୍ତ୍ତମାନ ଚର୍ଚ୍ଚାରେ ଅଛି। ସୋସିଆଲ ମିଡ଼ିଆରେ ‘ରକ୍ଷା ବନ୍ଧନ’ ବଏ କଟ କରିବାକୁ ଦାବି ହୋଇଛି। ଫିଲ୍ମ ‘ରକ୍ଷା ବନ୍ଧନ’ ଲେଖକ କନିକା ଢିଲ୍ଲୋନଙ୍କ ପୁରୁଣା ଟ୍ୱିଟ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଟ୍ୱିଟରରେ ଫିଲ୍ମ ବଏ କଟ ଦାବି ଉଠିଛି।
ଏବେ ଅକ୍ଷୟ କୁମାର ‘ରକ୍ଷା ବନ୍ଧନ’ ଉପରେ ନୀରବତା ଭାଙ୍ଗିଛନ୍ତି। ସେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଫିଲ୍ମର ବଏ କଟ ବିଷୟରେ ଏହି ବଡ଼ କଥା କହିଛନ୍ତି।
ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ପୂର୍ବରୁ ଆମୀର ଖାନଙ୍କ ଲାଲ ସିଂ ଚଡ୍ଡା ଫିଲ୍ମର ମଧ୍ୟ ବଏ କଟ ଦାବି ହୋଇଥିଲା। ‘ରକ୍ଷା ବନ୍ଧନ’ ପ୍ରମୋସନ ସମୟରେ ଅକ୍ଷୟ କୁମାର କୋଲକାତାର ଏକ କାର୍ଯ୍ୟକ୍ରମରେ ଫିଲ୍ମର ବଏ କଟ ବିଷୟରେ କହିଥିଲେ। ଅକ୍ଷୟ କହିଥିଲେ, ‘‘ଭାରତ ଏକ ମୁକ୍ତ ଦେଶ, ଯେଉଁଠାରେ ସେ ଯାହା ଚାହାଁନ୍ତି ତାହା କରିପାରିବେ।’’
ଦେଶର ଅର୍ଥନୀତିରେ ‘ରକ୍ଷା ବନ୍ଧନ’ ଓ ଲାଲ ସିଂ ଚଡ୍ଡା ସାହାଯ୍ୟ କରିବେଅକ୍ଷୟ ଆହୁରି କହିଛନ୍ତି, ‘‘ମୁଁ ଯେପରି କହିଥିଲି, ଏହା ଏକ ମୁକ୍ତ ଦେଶ, ଯିଏ ଯାହା ଚାହାଁନ୍ତି ତାହା କରିପାରିବେ, କିନ୍ତୁ ରକ୍ଷା ବନ୍ଧନ ଓ ଲାଲ ସିଂ ଚଡ୍ଡା ଦେଶର ଅର୍ଥନୀତିରେ ସାହାଯ୍ୟ କରିବେ। ଆମେ ସମସ୍ତେ ସବୁଠୁ ବଡ଼ ଓ ସର୍ବଶ୍ରେଷ୍ଠ ଦେଶ ହେବାର ପଥରେ ଅଛୁ। ମୁଁ ଏହି ସବୁ ଜିନିଷରେ ନ ପଡ଼ିବା ପାଇଁ ଟ୍ରୋଲ ଓ ମିଡ଼ିଆକୁ ଅନୁରୋଧ କରୁଛି।’’
ପ୍ରକାଶ ଥାଉକି ଅକ୍ଷୟ କୁମାର ‘ରକ୍ଷା ବନ୍ଧନ’ ପ୍ରମୋସନ ପାଇଁ ସାରା ଦେଶରେ ବୁଲୁଛନ୍ତି। ତାଙ୍କ ଟିମ ମଧ୍ୟ ଅକ୍ଷୟଙ୍କ ସହ ଯାତ୍ରା କରୁଛନ୍ତି। ଏହି ଫିଲ୍ମରେ ଭୂମି ପେଡନେକର, ସାଦିଆ ଖତିବ, ସ୍ମୃତି ଶ୍ରୀକାନ୍ତ, ଦୀପିକା ଖାନ୍ନା ଓ ସହଜମିନ କୌର ଅକ୍ଷୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆନନ୍ଦ ଏଲ ରୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।