Akshay Kumar Income Tax: ସବୁଠୁ ଅଧିକ ଟ୍ୟାକ୍ସ ଭରିଲେ ବଲିଉଡର ଖିଲାଡି କୁମାର

Akshay Kumar Highest Income Tax: ସୁପରଷ୍ଟାର ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟିକସ ଦେଉଥିବା ଆକ୍ଟର ସାଜିଛନ୍ତି। ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୃର୍ଥ୍ବୀରାଜ’ ପାଇଁ ୬୦ କୋଟି ଫି ସଂଗ୍ରହ କରିଥିଲେ।

ସବୁଠୁ ଅଧିକ ଇନକମ୍ ଟ୍ୟାକ୍ସ ଭରିଲେ ବଲିଉଡର ଖିଲାଡି କୁମାର

ସବୁଠୁ ଅଧିକ ଇନକମ୍ ଟ୍ୟାକ୍ସ ଭରିଲେ ବଲିଉଡର ଖିଲାଡି କୁମାର

  • Share this:
News18 Odia Digital

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟିକସ ଦେଉଥିବା ଆକ୍ଟର ସାଜିଛନ୍ତି। ଏଥିପାଇଁ ଆୟକର ବିଭାଗ ଅକ୍ଷୟଙ୍କୁ 'ସମ୍ମାନ ପତ୍ର' ମଧ୍ୟ ଦେଇଛି। ଅଭିନେତା ଗୋଟିଏ ବର୍ଷରେ ମାତ୍ର ୫ ରୁ ୬ ଫିଲ୍ମ କରନ୍ତି। ଆଉ ସେ ମୋଟା ଫି ନିଅନ୍ତି, ଯାହା ଦ୍ବାରା ସେ ନିଜର ଟ୍ୟାକ୍ସ ଠିକ ସମୟରେ ଭରିବା ସହ ଅଧିକ ମଧ୍ୟ ଭରନ୍ତି।

ଅକ୍ଷୟ କୁମାର ସର୍ବାଧିକ ଟିକସଦାତା

ଅକ୍ଷୟ କୁମାର ମଧ୍ୟ ରୋଜଗାରର ଏକ ବଡ଼ ଅଂଶ ଅଭାବୀଙ୍କ ଦାନ ପାଇଁ ଖର୍ଚ୍ଚ କରନ୍ତି। ଅକ୍ଷୟ କୁମାର ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଟିକସଦାତା ରହିଆସିଛନ୍ତି ଓ ଏଥର ସେ ମନୋରଞ୍ଜନ ଶିଳ୍ପରେ ସର୍ବାଧିକ ଟିକସ ମଧ୍ୟ ଦେଇଛନ୍ତି। ଅକ୍ଷୟ ଚଳିତ ବର୍ଷ କେତେ ଟିକସ ଦେଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। କିନ୍ତୁ ଆୟକର ବିଭାଗ ତାଙ୍କୁ ଏକ ସମ୍ମାନ ପତ୍ର ପ୍ରଦାନ କରିଛନ୍ତି ଓ ଅକ୍ଷୟ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ବୋଲି କହିଛନ୍ତି।

ଫିଲ୍ମ ଓ ବିଜ୍ଞାପନ ପାଇଁ ଅକ୍ଷୟ କୁମାରଙ୍କ ଦେୟ

୨୦୧୮ରେ ଅକ୍ଷୟ କୁମାର ଦୁନିଆର ସପ୍ତମ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରେ ଥିଲେ। ଏହା ପରେ ଫୋର୍ବସ୍ ମାଗାଜିନ ତାଙ୍କୁ ତାଲିକାରେ ସପ୍ତମ ସ୍ଥାନରେ ରଖିଥିଲା। ତାଙ୍କର ଗୋଟିଏ ଫିଲ୍ମ ପାଇଁ ଦେୟ ମଧ୍ୟ କୋଟି ଟଙ୍କା ରହିଛି। ଖବର ଅନୁଯାୟୀ ଅକ୍ଷୟ ତାଙ୍କର ଶେଷ ରିଲିଜ୍ ଫିଲ୍ମ 'ସମ୍ରାଟ ପୃର୍ଥ୍ବୀରାଜ' ପାଇଁ ୬୦ କୋଟି ଟଙ୍କା ନେଇଥିଲେ। ସେହିଭଳି ସେ ଏକ ବିଜ୍ଞାପନ ପାଇଁ ୮ ରୁ ୧୦ କୋଟି ଚାର୍ଜ କରନ୍ତି।

ଅକ୍ଷୟଙ୍କୁ ସମ୍ମାନ ପତ୍ର


୨୦୧୭ ଓ ୨୦୧୮ରେ ଏତେ ଟ୍ୟାକ୍ସ ଦେଇଥିଲେ

ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର ୨୦୧୭ରେ ୨୯.୫ କୋଟି ଟ୍ୟାକ୍ସ ପ୍ରଦାନ କରିଥିଲେ। ସେ ସେହି ବର୍ଷ ସର୍ବାଧିକ ଟିକସଦାତା ଥିଲେ। ସେହିଭଳି, ୨୦୧୪-୧୫ରେ ଅକ୍ଷୟ କୁମାର ସର୍ବାଧିକ ଟିକସଦାତା ଅଭିନେତା ହୋଇଥିଲେ।

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ବର୍ତ୍ତମାନ ଟିନୁ ଦେଶାଇଙ୍କ ସହ ତାଙ୍କର ଆଗାମୀ ଫିଲ୍ମର ସୁଟିଂ କରୁଛନ୍ତି। ଅକ୍ଷୟ କୁମାରଙ୍କ ଦଳ ତାଙ୍କ ଅନୁପସ୍ଥିତିରେ ଆୟକର ବିଭାଗରୁ 'ସମ୍ମାନ ପତ୍ର' ପାଇଥିଲେ।

୭ଟି ଫିଲ୍ମରେ ନଜର ଆସିବେ ଖିଲାଡି କୁମାର

ଅକ୍ଷୟ କୁମାର କେବଳ ସର୍ବାଧିକ ରୋଜଗାର କରୁଥିବା ଅଭିନେତା ନୁହଁନ୍ତି ବରଂ ସେ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମ ଓ ବିଜ୍ଞାପନରେ ନଜର ଆସୁଥିବା ଷ୍ଟାର ମଧ୍ୟ। ଏଭଳି ପରିସ୍ଥିତିରେ ଯଦି ଅକ୍ଷୟ ଚଳିତ ବର୍ଷ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇପାରିଛନ୍ତି, ତେବେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ।

ଅକ୍ଷୟଙ୍କ ତାଲିକାରେ ଏବେ ମଧ୍ୟ ସାତଟି ଫିଲ୍ମ ଅଛି। ଏହି ଫିଲ୍ମଗୁଡ଼ିକ ହେଉଛି 'ରକ୍ଷା ବନ୍ଧନ’, 'ରାମ ସେତୁ', 'କାଠପୁତଲି', 'ସେଲ୍ଫି', 'ଓଏମଜି ୨', 'କ୍ୟାପସୁଲ ଗିଲ' ଏବଂ ସୁରିଆଙ୍କ ଫିଲ୍ମ ‘ସୋରାରାଇ ପୋଟରୁ’ ହିନ୍ଦୀ ରିମେକ।
Published by:Lipina Das
First published: