ପିଣ୍ଟୁଙ୍କ ନିକଟରେ ପହଞ୍ଚିଲେ ଆକାଶ ଦାସନାୟକ; ଜାଣନ୍ତୁ କଣ କହିଲେ ଆକାଶ

ଅଭିନେତା ପିଣ୍ଟୁ ନନ୍ଦ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ଭେଟିଛନ୍ତି ଅଭିନେତା ଆକାଶ ଦାସନାୟକ । ଭେଟିବା ସହ ଆକାଶ କହିଛନ୍ତି ଯେ, ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ଖବର ଅତ୍ୟନ୍ତ ଦୁଃଖଦାୟକ ।

ପିଣ୍ଟୁଙ୍କ ନିକଟରେ ପହଞ୍ଚିଲେ ଆକାଶ ଦାସନାୟକ; କହିଲେ ଏହା ଅତ୍ୟନ୍ତ ଦୁଃଖଦାୟକ

ପିଣ୍ଟୁଙ୍କ ନିକଟରେ ପହଞ୍ଚିଲେ ଆକାଶ ଦାସନାୟକ; କହିଲେ ଏହା ଅତ୍ୟନ୍ତ ଦୁଃଖଦାୟକ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ (Pintu nanda) ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ଭେଟିଛନ୍ତି ଅଭିନେତା ଆକାଶ ଦାସନାୟକ (Akash dashnayak) । ଭେଟିବା ସହ ଆକାଶ କହିଛନ୍ତି ଯେ, ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ଖବର ଅତ୍ୟନ୍ତ ଦୁଃଖଦାୟକ । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ସହ ଏତେ ବାଟ ଆଗକୁ ଆସିଥିବା ପିଣ୍ଟୁ ବର୍ତ୍ତମାନ ସମୟରେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସମସ୍ତଙ୍କ ସହଯୋଗର ବିଶେଷ ଆବଶ୍ୟକତା ରହିଛି। ତେବେ ଆସନ୍ତୁ ସମସ୍ତେ ମିଶି ନିଜ ନିଜର ସକ୍ଷମ ଅନୁଯାୟୀ ତାଙ୍କୁ ସହଯୋଗ କରିବା ଏବଂ ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ।

ସୂଚନାଯୋଗ୍ୟ, ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଖବର ପାଇବା ପରେ ଅଭିନେତ୍ରୀ ନିଶା ମହାରଣା ପିଣ୍ଟୁଙ୍କୁ ଭେଟିବା ସହ ସହଯୋଗର ହାତ ବଢାଇଛନ୍ତି । ପିଣ୍ଟୁ ଚିକିତ୍ସିତ ହେଉଥିବା ଘରୋଇ ଡାକ୍ତରଖାନାରେ ନିଶା ପହଞ୍ଚିବା ସହ ସକ୍ଷମ ଅନୁସାରେ ଆର୍ଥିକ ସହଯୋଗର (Financial help) ହାତ ବଢାଇଛନ୍ତି । ନିଶା ପିଣ୍ଟୁଙ୍କୁ ସାହାଯ୍ୟ କରିବା ସମୟରେ ଓଲିଉଡ ଅଭିନେତା ମିଟୁ ମିଥୁନ ମଧ୍ୟ ଉପସ୍ଥିତ ଥିଲେ ।

ପିଣ୍ଟୁଙ୍କୁ ଭେଟିବା ପରେ ନିଶା ଆର୍ଥିକ ସହଯୋଗ କରିବା ସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ଏଥିସହ ନିଶା ଭିଡିଓଟିକୁ ନିଜର ସୋସିଆଲ ମିଡିଆରେ ଅପଲୋଡ କରିବା ସହ ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରନ୍ତୁ ବୋଲି ଲେଖିଛନ୍ତି । ନିଶାଙ୍କ ଏପରି କାମକୁ ଅନେକ ମହଲରୁ ପ୍ରଶଂସା କରାଯାଇଛି । ନିଜ ବକ୍ତବ୍ୟ ପାଇଁ ବିବାଦରେ ଥିବା ଅଭିନେତ୍ରୀ ନିଶାଙ୍କ ହୃଦୟ ଯେ, ଏତେ କୋମଳ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନ୍ୟୁଜ ୧୮କୁ ନିଶା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରୁ ଖବର ପାଇବା ପରେ ମୁଁ ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଚାହିଁଲି । ଆଗକୁ ମଧ୍ୟ ଆବଶ୍ୟକ ପଡିଲେ ମୋ ସକ୍ଷମ ହିସାବରେ ମୁଁ ସାହାଯ୍ୟ କରିବି । ପିଣ୍ଟୁ ଭାଇଙ୍କର ମୁଁ ବହୁତ ବଡ ଫ୍ୟାନ । ସେ ସୁସ୍ଥ ହୋଇ ଫେରିଲେ ମୁଁ ତାଙ୍କ ସହ ଅଭିନୟ କରିବି ।

ସୂଚନାଯୋଗ୍ୟ, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି କୁହାଯାଉଛି । ପିଣ୍ଟୁଙ୍କ ପାଇଁ ଡୋନର ମିଳିବା ପରେ ଚିକିତ୍ସା ଆରମ୍ଭ ହେବ । ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସବୁ ଦିଗରୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି । ନିକଟରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଲିଉଡ କଳାକାରମାନେ ଏକ ବୈଠକ କରିଥିଲେ । ପିଣ୍ଟୁଙ୍କୁ ସହଯୋଗ କରିବା ପାଇଁ ଓଲିଉଡ ମଧ୍ୟ ସବୁ ଦିଗରୁ ଚେଷ୍ଟା କରୁଛି ବୋଲି ବୈଠକରେ କଳାକାରମାନେ ମତ ଦେଇଥିଲେ । ଅଭିନେତା ଶ୍ରୀତମ ଦାସ କହିଥିଲେ ଯେ, ପିଣ୍ଟୁ ଆମ ପରିବାରର ସାନ ଭାଇ । ତେଣୁ ତାକୁ ବଞ୍ଚାଇବାକୁ ଆମେ ସବୁ ପ୍ରକାରର ଉଦ୍ୟମ କରିବୁ । ସରକାରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବା ସହ ଆର୍ଥିକ ସହଯୋଗ ଆଶା କରିବୁ । ପିଣ୍ଟୁର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ତେଣୁ ତାକୁ ତୁରନ୍ତ ସମସ୍ତ ପ୍ରକାରର ସହଯୋଗ ପାଇଁ ଆବେ ଚେଷ୍ଟା କରୁଛୁ ।

ଅଭିନେତ୍ରୀ ପୁଷ୍ପା ପଣ୍ଡା ମଧ୍ୟ ପିଣ୍ଟୁଙ୍କୁ ହସ୍ପିଟାଲରେ ଦେଖା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ସୁଟିଂ ସେଟରେ ପିଣ୍ଟୁ ଖୁବ ମଜା ମସ୍ତି କରିଥାଏ । ଯାହାଦ୍ୱାରା ସୁଟିଂ ସମୟରେ ବୋର ହେବାକୁ ପଡେନି । ସେ ଖୁବ ଦୁର୍ବଳ ହୋଇପଡିଛି । ତା ସ୍ୱାସ୍ଥ୍ୟ ଖରାପ ଦେଖି ଆଦୌ ଭଲ ଲାଗୁନାହିଁ । ଭଗବାନ ତାକୁ ଶୀଗ୍ର ଭଲ କରିଦିଅନ୍ତୁ ।

ଅନ୍ୟପଟେ ପିଣ୍ଟୁ ନନ୍ଦଙ୍କ ଭାଇ ଅଭିରାମ ନନ୍ଦ ମଧ୍ୟ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଆଶା କରିଛନ୍ତି । ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଏକ ଫୋନ ପେ, ଗୁଗୁଲ ପେ ନମ୍ୱର ମଧ୍ୟ ଦିଆଯାଇଛି । ଏଥିସହ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଆପଣ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଚଙ୍କା ପଠାଇପାରିବେ ।

ଫୋନ ପେ, ଗୁଗୁଲ ପେ ନମ୍ୱର- 9861131854

ବ୍ୟାଙ୍କ ଆକାଉଣ୍ଟ ନମ୍ୱର - 0614010065447, IFSC- PUNB 0061420
Published by:Soubhagya Mishra
First published: