ମିକା ସିଂଙ୍କୁ ମିଳିଲେ ଜୀବନ ସାଥୀ; ଟିଭିର ଏହି ଅଭିନେତ୍ରୀ ଜିତିଲେ ତାଙ୍କ ହୃଦୟ

Mika Singh: ପପୁଲାର ସିଙ୍ଗର ମିକା ସିଂଙ୍କୁ ମିଳିଗଲେ ଜୀବନ ସାଥୀ। ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିକାଙ୍କ ହୃଦୟ ଜିତିଛନ୍ତି ଟିଭିର ଏହି ଅଭିନେତ୍ରୀ।

ମିକା ସିଂଙ୍କୁ ମିଳିଲେ ଜୀବନ ସାଥୀ

ମିକା ସିଂଙ୍କୁ ମିଳିଲେ ଜୀବନ ସାଥୀ

  • Share this:
News18 Odia Digital

Swayamwar Mika Singh: କିଛି ଦିନ ହେବ ମନୋରଞ୍ଜନ ଜଗତର ଲୋକପ୍ରିୟ ଗାୟକ ମିକା ସିଂ ନିଜ ପାଇଁ ଜୀବନ ସାଥୀ ବାଛିବାରେ ଖୁବ୍ ବ୍ୟସ୍ତ ଥିଲେ। ଏବେ ତାଙ୍କର ଏହି ଅଭିଯାନ ଶେଷ ହୋଇଛି। ଜୀବନ ସାଥୀ ପାଇଁ ମିକାଙ୍କର ସ୍ବୟଂବର ଚାଲିଥିଲା। ଏହି ପ୍ରତିଯୋଗୀତାରେ ସାଧାରଣ ଝିଅଙ୍କଠୁ ନେଇ ଅନେକ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ।

ହେଲେ ବର୍ତ୍ତମାନ ସମସ୍ତଙ୍କୁ ପଛରେ ପକେଇ ମିକାଙ୍କ ହୃଦୟ ଜିତିଛନ୍ତି ଟିଭିର ଜଣାଶୁଣା ଅଭିନେତ୍ରୀ ତଥା ବିଗ ବସ ଏକ୍ସ ପ୍ରତିଯୋଗୀ ଆକାଂକ୍ଷା ପୁରୀ। ପୂର୍ବରୁ ଆକାଂକ୍ଷା ଅଭିନେତା ପାରସ ଛାବଡ଼ାଙ୍କୁ ଡେଟ କରୁଥିଲେ।

ଆକାଂକ୍ଷା ‘ମିକା ଦି ଭୋଟ୍ଟି ମେଁ’ ଶୋରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ହେଲେ ଆସିବା ମାତ୍ରେ ସେ ଟପ୍ ୩ରେ ପହଞ୍ଚିଯାଇଥିଲେ। ଆଉ ଏବେ ଆକାଂକ୍ଷାଙ୍କୁ ମିକା ନିଜ ଜୀବନ ସାଥୀ ଭାବରେ ଚୟନ କରିଛନ୍ତି ବୋଲି ଖବର ଜୋର ଧରିଛି।




ଇଣ୍ଡିଆ ଫୋରମର ଏକ ରିପୋର୍ଟ ଅନୁଯାୟୀ, ମିକା ସିଂ ଆକାଂକ୍ଷା ପୁରୀଙ୍କୁ ତାଙ୍କ ସାଥୀ ଭାବରେ ବାଛିଛନ୍ତି। ଆକାଂକ୍ଷା ପୁରୀ ‘ମିକା ଦି ଭୋଟ୍ଟି ମେଁ’ ଟାଇଟେଲ ଜିତିଛନ୍ତି। ଫାଇନାଲରେ ଆକାଂକ୍ଷା ପୁରୀ ନୀତ ​​ମହଲ ଓ ପ୍ରଣାତିକା ଦାସଙ୍କୁ ପରାସ୍ତ କରିଥିଲେ। ମିକା ଓ ଆକାଂକ୍ଷା ପୂର୍ବରୁ ପରସ୍ପରର ଭଲ ବନ୍ଧୁ।

ଖବର ଅନୁଯାୟୀ ମିକା ନିଜ ବନ୍ଧୁଙ୍କୁ ପତ୍ନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆକାଂକ୍ଷା ଓ ମିକା ବିବାହ ବନ୍ଧନରେ ଆବଦ୍ଧ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Published by:Lipina Das
First published: