ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଡ୍ୟାନ୍ସ କରୁ କରୁ ସାଙ୍ଗ ଆଖିରେ ନଖ ପୁରାଇ ଦେଲେ ଅଜୟ ଦେବଗନଙ୍କ ଲାଡଲୀ ନିସା; ଭାଇରାଲ ହେଉଛି ଭିଡିଓ

ଡ୍ୟାନ୍ସ କରୁ କରୁ ସାଙ୍ଗ ଆଖିରେ ନଖ ପୁରାଇ ଦେଲେ ଅଜୟ ଦେବଗନଙ୍କ ଲାଡଲୀ ନିସା; ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନିସା ଦେବଗନଙ୍କ ଏକ ଭିଡିଓ । ଏହି ମଜାଦାର ଭିଡିଓ ଦେଖି ହସି ହସି ବେହାଲ ଫ୍ୟାନ୍ସ ।

ଡ୍ୟାନ୍ସ କରୁ କରୁ ସାଙ୍ଗ ଆଖିରେ ନଖ ପୁରାଇ ଦେଲେ ଅଜୟ ଦେବଗନଙ୍କ ଲାଡଲୀ ନିସା; ଭାଇରାଲ ହେଉଛି ଭିଡିଓ
ଭାଇରାଲ ହେଉଛି ନିସା ଦେବଗନଙ୍କ ଡ୍ୟାନ୍ସ ଭିଡିଓ
  • News18 Odia
  • Last Updated: October 12, 2021, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ସିଂଘମ ଅଜୟ ଦେବଗନ ଓ କାଜଲଙ୍କ ଝିଅ ନିସା ଦେବଗନ ସବୁବେଳେ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରିବାକୁ ଭଲ ପାଆନ୍ତି । ଏହ ସହ ସେ ଟିକଟକ୍ ଭିଡିଓ ମଧ୍ୟ ଖୁବ୍ ତିଆରି କରନ୍ତି । ବିଦେଶରେ ରହୁ ପାଠ ପଢୁଥିବା ନିଶା ବର୍ତ୍ତମାନ ନିଜର ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ । କିଛି ଦିନରୁ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ନିସା ନିକଟରେ ଏକ ଟିକଟକ ଭିଡିଓ ତିଆରି କରୁଥିଲେ । ଯାହା ଭିଡିଓ ସେ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଥିଲେ । ମଜାଦାର କଥା ହେଉଛି ଯେ ଡ୍ୟାନ୍ସ କରିବାରେ ନିସା ଏତେ ବ୍ୟସ୍ତ ଥିଲେ ଯେ ନିଜ ସାଙ୍ଗଙ୍କ ଆଖିରେ ନଖ ପୂରାଇ ଦେଲେ । ଏହା ପରେ ସେ ଭିଡିଓ କ'ଣ ତିଆରି କରିବେ ସାଙ୍ଗଙ୍କ ଚିତ୍କାର ଶୁଣି ସେ ଖୁବ୍ ହସିଥିଲେ ।

ବର୍ତ୍ତମାନ ତାଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି । ସେପଟେ ଫ୍ୟାନ୍ସ ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି । ଦେଖନ୍ତୁ ଭିଡିଓ…








View this post on Instagram






A post shared by @nysadevgan_n






ବର୍ତ୍ତମାନ ସିଙ୍ଗାପୁରରେ ପଢୁଥିବା ନିସା ପୂର୍ବରୁ ଅନେକ ଟିକଟକ୍ ଡ୍ୟାନ୍ସ ଭିଡିଓ ଶେୟାର କରିସାରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଫ୍ୟାନ୍ ପେଜ୍ ଦ୍ବାରା ସେୟାର ହୋଇଥିବା ଏକ ଭିଡିଓରେ, ସେ ନିଜ ସାଙ୍ଗମାନଙ୍କ ସହିତ କ୍ରପ୍ ଟପ୍ ଓ ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ । ନିସା, କାଜଲ ଓ ଅଜୟଙ୍କ ବଡ଼ ଝିଅ । ତାଙ୍କ ସାନ ଭାଇ ୟୁଗ ମଧ୍ୟ ଅଛନ୍ତି ।
Published by: Lipina Das
First published: October 12, 2021, 5:36 PM IST