News 18 Odia Digital
ମୁମ୍ୱାଇ; ଗୋଟିଏ ପଟେ ବଲିଉଡର 'ସିଂଘମ' ଅଜୟ ଦେବଗନଙ୍କ ' ଦୃଶ୍ୟମ ୨' ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଅନ୍ୟପକ୍ଷରେ ଅଜୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସୁପରଷ୍ଟାର ଅଜୟ ଦେବଗନଙ୍କ ଷ୍ଟାରଡମର ପ୍ରମାଣ ଦେଉଛି ।
' ଦୃଶ୍ୟମ୍ ୨'ର ସଫଳତାକୁ ଉପଭୋଗ କରୁଥିବା ଅଜୟ ଦେବଗନ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର' ଭୋଲା'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଭିନେତା ଇନଷ୍ଟାଗ୍ରାମରେ ସୁଟିଂର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବିନା ହେଲମେଟରେ ସ୍କୁଟିରେ ଚଳାଉଥିବାର ନଜର ଆସିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଭିଡିଓରେ ଅଜୟ ଦେବଗନଙ୍କ ପଛରେ ଜନତା ଦୌଡୁଥିବା ଦେଖିବାକୁ ମିଳିଛି । ଏ ହେଉଛି ତାରକାଙ୍କ ପ୍ରତି ଜନସାଧାରଣଙ୍କ ଭଲପାଇବା । ଫ୍ୟାନମାନେ ତାଙ୍କର ଗୋଟିଏ ଝଲକ ପାଇବାକୁ ବ୍ୟାକୁଳ ହେଉଛନ୍ତି ।
ଭିଡିଓରେ ଅଜୟ ଦେବଗନ ଏକ ସ୍କୁଟିରେ ଦ୍ରୁତ ଗତିରେ ଯାଉଥିବାର ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ପଛରେ ବସିଛନ୍ତି । ଜନସାଧାରଣଙ୍କୁ ଦେଖିଲେ ଲାଗୁଥିଲା ଯେପରି ସେମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ବହୁତ ଦିନ ଅପେକ୍ଷା କରିଥିଲେ । ଏଥି ସହିତ ଅଜୟ ଦେବଗନ୍ ମଧ୍ୟ ପ୍ରଶଂସକମାନଙ୍କୁ ସେମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ଦେବାକୁ ଭୁଲି ନାହାଁନ୍ତି । ସେଥିପାଇଁ ସେ କ୍ୟାପସନରେ ପ୍ରଶଂସକଙ୍କ ପ୍ରେମ ପାଇଁ କୃତଜ୍ଞତା ଜଣାଇଛନ୍ତି ।
ଅଜୟ ଦେବଗନପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦନିଜ ପଛରେ ଭିଡ଼ ଜମା ହୋଇଥିବା ଭିଡିଓ ସେୟାର କରିବାବେଳେ ଅଜୟ ଦେବଗନ୍ ଲେଖିଛନ୍ତି, 'ଯେତେବେଳେ ବି ଏକ ଭଲ କାରଣ ପାଇଁ ଜନତା ଆପଣଙ୍କୁ ଅନୁସରଣ କରନ୍ତି ସେତେବେଳେ ଏହା ଭଲ ଲାଗେ । ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହା ସହିତ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।