Bholla Collection Day 1: ବକ୍ସ ଅଫିସରେ ଛାଇଲା ‘ଭୋଲା’ର ଯାଦୁ; ଆୟ କଲା ଏତିକି କୋଟି

Bholla Collection Day 1: ବକ୍ସ ଅଫିସରେ ’ଭୋଲା’ର ଦମଦାର ଏଣ୍ଟ୍ରି। ପ୍ରଥମ ଦିନରେ ଆୟ କଲା କୋଟି କୋଟି ଟଙ୍କା।

ବକ୍ସ ଅଫିସରେ ଛାଇଲା ‘ଭୋଲା’ର ଯାଦୁ

ବକ୍ସ ଅଫିସରେ ଛାଇଲା ‘ଭୋଲା’ର ଯାଦୁ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Bholla Collection Day 1: ଅଜୟ ଦେବଗନଙ୍କ (Ajay Devgan) ଆକ୍ସନ୍ ଫିଲ୍ମ 'ଭୋଲା' ପ୍ରଥମ ଦିନରେ ହିଁ ଦର୍ଶକଙ୍କ ମନକୁ ଛୁଇଯାଇଛି। ଏହା ସହିତ 'ଭୋଲା' (Bholla Collection Day 1) ମଧ୍ୟ ପ୍ରଥମ ଦିନରେ ଟିକେଟ୍ ୱିଣ୍ଡୋରେ ଭଲ ସଂଗ୍ରହ କରିଛି।

‘ଭୋଲା’ ବକ୍ସ ଅଫିସ୍ କଲେକ୍ସନ

ଅଜୟ ଦେବଗନଙ୍କ ଶେଷ ରିଲିଜ୍ ଫିଲ୍ମ ଦୃଶ୍ୟମ୍ ୨' ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ସେହିଭଳି ଅଜୟଙ୍କ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମ ରାମ ନବମୀ ଅବସରରେ ରିଲିଜ କରିଥିଲେ ମେକର୍ସ।

ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବହୁତ ଗୁଜବ ସୃଷ୍ଟି ହୋଇଥିଲା ବେଳେ 'ଭୋଲା' ପ୍ରଥମ ଦିନରେ ଦର୍ଶକଙ୍କୁ ଭୋଳା କରିଦେଇଛି। ଅଭିନୟଠାରୁ ଆରମ୍ଭ କରି ଅଜୟ ଦେବଗନଙ୍କ ନିର୍ଦ୍ଦେଶନା, ଅତି ଉଚ୍ଚ କେଟିର ବୋଲି ଦର୍ଶକ କହିଛନ୍ତି।

ଦର୍ଶକ ଫିଲ୍ମଟିକୁ ମନ୍ ଭରି ଉପଭୋଗ କରୁଛନ୍ତି। ଫିଲ୍ମ କ୍ରିଟିକ୍ସ ଏହି ଫିଲ୍ମକୁ ବହୁତ ପ୍ରଶଂସା କରିଥିବାବେଳେ ସୋସିଆଲ ମିଡ଼ିଆରେ ଦର୍ଶକ 'ଭୋଲା'କୁ ଭରି ଭରି ପ୍ରଶଂସା କରୁଥିବାର ନଜର ଆସୁଛନ୍ତି। ଫିଲ୍ମର ପ୍ରଥମ ଦିନରେ ବେଶ୍ ଆୟ କରିବା ସହ ଦର୍ଶଙ୍କ ମନକୁ ଜିତିବାରେ ଲାଗିଛି।

ଅଜୟ ଦେବଗନ ଷ୍ଟାରର 'ଭୋଲା' ପ୍ରଥମ ଦିନରେ ଟିକେଟ୍ ୱିଣ୍ଡୋରେ କେତେ କୋଟି ସଂଗ୍ରହ କରିଛି

ପ୍ରଥମ ଦିନରେ 'ଭୋଲା' କେତେ ରୋଜଗାର କଲା?

ଅଜୟ ଦେବଗନ୍ 'ଭୋଲା'ରେ ନିଖୁଣ ଅଭିନୟ କରିବା ସହ ପୁଣିଥରେ ନିଜର ନିର୍ଦ୍ଦେଶନା ପ୍ରମାଣ କରିଛନ୍ତି। ଅଜୟଙ୍କ ସହ ଫିଲ୍ମରେ ତବ୍ବୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ପରଦାରେ ପୁଣି ଏହି ଯୋଡିର ଯାଦୁ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଆକ୍ସନ୍-ଥ୍ରୀଲର ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନର ଏକ ଫୁଲ୍‌ ପ୍ୟାକେଜ ଯୋଗାଇ ଦେଇଛି।

ଏଥି ସହିତ ଫିଲ୍ମର ରୋଜଗାରର ପ୍ରଥମ ଦିନର ପ୍ରାରମ୍ଭିକ ଆକଳନ ମଧ୍ୟ ବେଶ୍ ଭଲ ରହିଛି। ଯାହା ଅନୁଯାୟୀ ଅଜୟ ଦେବଗନଙ୍କ ଫିଲ୍ମର ଉଦଘାଟନ ଭଲ ହୋଇଛି। ରିପୋର୍ଟ ଅନୁଯାୟୀ ’ଭୋଲା' ରିଲିଜ୍ ହେବାର ପ୍ରଥମ ଦିନରେ ୧୧.୫୦ କୋଟି ଟଙ୍କା ରେଜଗାର କରିଛି। ନିର୍ମାତାମାନେ ସପ୍ତାହକ ମଧ୍ୟରେ ଫିଲ୍ମଟି ଆହୁରି ବି ଭଲ ରୋଜଗାର କରିବ ବୋଲି ଆଶା ରଖିଛନ୍ତି।

ପଢ଼ନ୍ତୁ ଏହି ଖବର:  ଚିହ୍ନନ୍ତୁ ବଲିଉଡର ଏହି ସୁପରଷ୍ଟାରଙ୍କୁ; ଯାହାଙ୍କୁ ପ୍ରପୋଜ୍ କରିଥିଲେ ୩୦ ଲକ୍ଷ ଝିଅ

’ଭୋଲା’ର ଷ୍ଟାର୍ କାଷ୍ଟ୍

‘ଭୋଲା’ର ଅଜୟ ଏବଂ ତବ୍ବୁଙ୍କ ବ୍ୟତୀତ ଦୀପକ ଡୋବ୍ରିଆଲ୍, ସଞ୍ଜୟ ମିଶ୍ରା, ଅମାଲା ପଲ୍ ଏବଂ ଗଜରାଜ ରାଓଙ୍କ ସହ ଅନେକ କଳାକାର ଚମତ୍କାର ଅଭିନୟ କରିଛନ୍ତି। ଏହି ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘କୈଥୀ’ର ହିନ୍ଦୀ ରିମେକ୍।
Published by:Lipina Das
First published: