ସଭିଙ୍କ ସାମ୍ନାରେ ବିଶ୍ଵ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କୁ କିସ୍ କଲେ ଅଭିନେତା ଅଭିଷେକ ବଚ୍ଚନ; ଫଟୋ ହେଲା ଭାଇରାଲ

ଜନ୍ମଦିନରେ ଆରାଧ୍ୟା କେକ୍ କାଟିବା ସମୟରେ ସମସ୍ତଙ୍କ ସାମ୍ନାରେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀକୁ କିସ୍ କରିଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ବିଶ୍ଵ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କୁ କିସ୍ କଲେ ଅଭିନେତା ଅଭିଷେକ ବଚ୍ଚନ

ବିଶ୍ଵ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କୁ କିସ୍ କଲେ ଅଭିନେତା ଅଭିଷେକ ବଚ୍ଚନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ହେଉଛନ୍ତି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରିୟ ଦମ୍ପତି । ବିବାହ ପରଠାରୁ ଦୁଇ ଜଣ ସବୁବେଳେ ତାଙ୍କର ଭ୍ୟାକେସନ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୦୭ ମସିହାରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ପରସ୍ପରକୁ ବିବାହ କରିଥିଲେ ଏବଂ ୨୦୧୧ରେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ଜନ୍ମ ହୋଇଥିଲେ। ନିକଟରେ ଆରଧ୍ୟାଙ୍କ ୧୧ତମ ଜନ୍ମଦିନ ପାଳନ ହୋଇଥିଲା। ଏହି ଗ୍ରାଣ୍ଡ ବାର୍ଥଡେ ପାର୍ଟିରେ ବଚ୍ଚନ ପରିବାର ସହିତ ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ତାରକା ଏବଂ ସେମାନଙ୍କ ପିଲାମାନେ ମଧ୍ୟ ପହଞ୍ଚିଥିଲେ। ଏହି ପାର୍ଟିର ଅନେକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସମସ୍ତଙ୍କ ସାମ୍ନାରେ ଅଭିଷେକ ତାଙ୍କ ପତ୍ନୀଙ୍କୁ କିସ୍ ଦେବାରେ ନଜର ଆସିଛନ୍ତି।

ଏହି ଭିଡିଓରେ ଆରାଧ୍ୟାଙ୍କ କେକ୍ କାଟିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଯେତେବେଳେ ଆରାଧ୍ୟା କେକ୍ କାଟିବା ଆରମ୍ଭ କରିଥିଲେ, ସମସ୍ତଙ୍କ ସାମ୍ନାରେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀକୁ କିସ୍ କରିଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ବହୁ ୟୁଜୁର୍ସ ଏହି ଫଟୋକୁ ସେୟାର ମଧ୍ୟ କରିଛନ୍ତି। ବଲିଉଡରେ ମିସ ୱାର୍ଲ ଟାଇଟଲ ହାସଲ କରିବା ପରେ ସେ ଏଣ୍ଟ୍ରି କରିଥିଲେ । ଏହାପରେ ତାଙ୍କ ସୁନ୍ଦରତା ସାଙ୍ଗକୁ ଅଭିନୟ ଦ୍ଵାରା ଐଶ୍ୱର୍ଯ୍ୟା ଦର୍ଶକଙ୍କ ନିକଟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ କିଛି ହିଟ୍ ମୁଭି ଆଜିବି ଦର୍ଶକମାନେ ବାରମ୍ୱାର ଦେଖିବାକୁ ପସନ୍ଦ କରନ୍ତି ।
Published by:Soumyashree Mishra
First published: