'ଡାର୍ଲିଙ୍ଗସ୍' ଫିଲ୍ମ୍ ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ ହେବ ।
News 18 Odia Digital
ମୁମ୍ବାଇ : ଆଲିଆ ଭଟ୍ଟ, ଶେଫାଳୀ ଶାହା ଓ ବିଜୟ ଭର୍ମାଙ୍କ ଅଭିନୀତ 'ଡାର୍ଲିଙ୍ଗସ୍' ଚଳଚ୍ଚିତ୍ର ସଫଳ ହେବା ପରେ ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯିବ । ଏହି ଚଳଚ୍ଚିତ୍ରଟି ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ୍ ହାଉସ୍ ଅନନ୍ତ ସୂର୍ଯ୍ୟକିରଣ ପ୍ରଡକ୍ସନ୍ସ ସହିତ ନିର୍ମାତା ଭାବରେ ଡେବ୍ୟୁ କରିଥିବାବେଳେ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ୍ର ସିଓଓ ତଥା ଫିଲ୍ମ୍ ନିର୍ମାତା ଗୌରବ ଭର୍ମା କହିଛନ୍ତି ଯେ ଫିଲ୍ମ୍ ର ଷ୍ଟୋରୀ ଏଭଳି ରହିଛି ଯାହାକି ଏକାଧିକ ଭାଷାରେ ବହୁତ ଭଲ ଭାବରେ ନିର୍ମାଣ କରାଯାଇ ପାରିବ । ଆମେ ଚାରି ବର୍ଷ ଧରି ସ୍କ୍ରିପ୍ଟ ସହିତ ଜଡିତ ରହିଛୁ । ଅବଶ୍ୟ ଭାଷା ପ୍ରତିବନ୍ଧକ ମଧ୍ୟ ରହିବ, କିନ୍ତୁ ଆମେ ନିଶ୍ଚିତ ଯେ ଏହାକୁ ସଠିକ୍ ଭାବରେ ନିର୍ମାଣ କରିପାରିବୁ ।
ଚଳଚ୍ଚିତ୍ରରେ ସାମାନ୍ୟ ପରିବର୍ତ୍ତନ ଆଣିବାର କଥା କହି ଗୌରବ କହିଛନ୍ତି, "କାହାଣୀଟି ସମାନ ରହିଛି, କିନ୍ତୁ ଆମେ ଏହାକୁ ଲୋକଙ୍କ ପାଖରେ ପହଞ୍ଚେଇବୁ । 'ଡାର୍ଲିଙ୍ଗସ୍' ମୁମ୍ବାଇରେ ଏହାର କାହାଣୀ ତିଆରି କରାଯାଇଥିଲା କିନ୍ତୁ ଆମେ ଏହାକୁ ଭିନ୍ନ ସ୍ତରରେ ତିଆରି କରିବୁ ତାମିଲ ଓ ତେଲୁଗୁର ସ୍ଥାନୀୟ ସଂସ୍କୃତିକୁ ଏଥିରେ ସ୍ଥାନ ଦେବୁ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।