ଶାହାରୁଖଙ୍କ 'ପଠାନ' ପରେ... ଅନୁଭବଙ୍କ 'ରାବଣ'କୁ ନେଇ ଉଠିଲା ବିବାଦ

ବିବାଦରେ ଛନ୍ଦି ହେଲା ଅନୁଭବଙ୍କ ସିନେମା 'ରାବଣ' । ରିଲିଜ ହେବା ପୂର୍ବରୁ ଅନୁଭବଙ୍କ ଡାଏଲଗକୁ ସମାନ ଶୈଳୀରେ କପି କରିଛନ୍ତି ଅନ୍ୟ ଜଣେ ଅଭିନେତା । ଯାହାକୁ ନେଇ ସୋସିଆଲ ମିଡିଆରେ ବୟକଟ ଟ୍ରେଣ୍ଡ୍ ଆରମ୍ଭ ହୋଇଛି ।

ଶାହାରୁଖଙ୍କ 'ପଠାନ' ପରେ... ଅନୁଭବଙ୍କ 'ରାବଣ'କୁ ନେଇ ଉଠିଲା ବିବାଦ

ଶାହାରୁଖଙ୍କ 'ପଠାନ' ପରେ... ଅନୁଭବଙ୍କ 'ରାବଣ'କୁ ନେଇ ଉଠିଲା ବିବାଦ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସୋସିଆଲ ମିଡିଆରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ (Anubhav Mohanty) ସିନେମାକୁ ନେଇ ଆରମ୍ଭ ହୋଇଗଲାଣି ଟ୍ରେଣ୍ଡ୍ ( Trend ) । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ରାକେଶ ରୋସନ ମହାନ୍ତି ଅଭିଯୋଗ ଆଣିଛନ୍ତି ଯେ, 'ରାବଣ' (Raavan) ସିନେମା ରିଲିଜ ହେବା ପୂର୍ବରୁ ଅନୁଭବଙ୍କ ଡାଏଲଗ୍ କପି ହୋଇଛି । ଅନ୍ୟ ଏକ ସିନେମା 'ଆର୍ମର'ରେ ଅଭିନେତା ମନୋଜ ମିଶ୍ର ଅନୁଭବଙ୍କ ଡାଏଲଗକୁ ସମାନ ଶୈଳୀରେ କପି କରିଥିବା ଅଭିଯୋଗ କରିଛନ୍ତି ରାକେଶ ।

ରାକେଶ ଲେଖିଛନ୍ତି ଯେ, 'ଅନେକ ଆଗରୁ ଅନୁଭବ ମହାନ୍ତିଙ୍କ ରାବଣ ସିନେମା ଆସିବ ଓ ସେ ଫିଲ୍ମର ଡାଇଲଗ ବି ଅନୁଭବ କହିଛନ୍ତି । କିନ୍ତୁ ଶୁଖିଲା ହିରୋ ହେବାର ସଉକ ରଖିଥିବା ତଥା ଓଡ଼ିଆ ଫିଲ୍ମକୁ ଏକା ଟେକିକି ଧରିଥିବା କହୁଥିବା ମନୋଜ ମିଶ୍ର ରାବଣର ଡାଏଲଗ ଡାଏଲଗ କପି କରିଛନ୍ତି ନିଜ ସିନେମାରେ । ଓଲିଉଡ ବୋଲି ଏଠି କିଛି ରିଆକ୍ସନ ନାହିଁ  ଓଡ଼ିଶା ବାହାରେ ହୋଇଥିଲେ କଥା କେଉଁଠି ଯାଇ ପହଞ୍ଚି ସାରନ୍ତିଣି । ଏଠି ତ Entertainment Journalist ନାହାନ୍ତି, ନହେଲେ #BoycuttManojMishra ଟ୍ରେଣ୍ଡିଂ ହୁଅନ୍ତାଣି'



ରାକେଶଙ୍କ ସୋସିଆଲ ମିଡିଆରେ ପୋଷ୍ଟରେ କିଛି ବ୍ୟକ୍ତି ରାକେଶଙ୍କୁ ସପୋର୍ଟ କରି #BoycuttManojMishra ଲେଖିଥିବା ଦେଖିବାକୁ ମିଳିଛି । ଆଉ କିଛି ଲୋକ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ଅନୁଭବଙ୍କ ଠାରୁ ମନୋଜ ମିଶ୍ରଙ୍କ ଅଭିନୟ ଭଲ । ଅନ୍ୟ ଜଣେ ଲେଖିଛନ୍ତି ଅଭିନେତା ମନୋଜ ମିଶ୍ର କଣ ତାହା ସମସ୍ତେ ଜାଣନ୍ତି ।

ତେବେ ଏ ସମ୍ପର୍କରେ ଆମେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ନେଇଥିଲୁ । ମନୋଜ କହିଛନ୍ତି ଯେ, ଅନୁଭବଙ୍କର 'ଲଭ୍ ଇନ୍ ଲଣ୍ଡନ' ସିନେମା ଆସୁଛି ସେକଥା ମୁଁ ଜାଣିଛି । କିନ୍ତୁ 'ରାବଣ' ନାମରେ ସିନେମା ଆସୁଛି ସେକଥା ମୁଁ ଜାଣିନାହିଁ । କାରଣ ମୁଁ ମୋ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିଥିବା କାରଣରୁ ଅପଡେଟ୍ ନାହିଁ । ତେବେ ଡାଏଲଗ କପି କଥାର ଉତ୍ତର ଦେଇ ମନୋଜ ମିଶ୍ର କହିଛନ୍ତି ଯେ, ଅନୁଭବଙ୍କର ସିନେମା କେବେ ସୁଟିଂ ହେଲା ମୁଁ ଜାଣିନାହିଁ , କିନ୍ତୁ ମୁଁ ମେଘ୍ନା ମିଶ୍ରଙ୍କ ସହ ଅଭିନୟ କରିଥିବା ସିନେମା 'ଆର୍ମର'ର ସୁଟିଂ ୨ବର୍ଷ ତଳୁ ସରିଛି । ତା ପରେ ହୁଏତ ଅନୁଭବଙ୍କ 'ରାବଣ' ସିନେମା ସୁଟିଂ ହୋଇଥିବ ।

#BoycuttManojMishra ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରିବା ପ୍ରଶ୍ନର ଉତ୍ତର ରଖି ମନୋଜ କହିଛନ୍ତି ଯେ, ମତେ କେହି ବୟକଟ କରୁନାହାନ୍ତି । ସ୍ମିତହାସ୍ୟ ଦେଇ ମନୋଜ କହିଲେ, ଯଦି କେହି ବୟକଟ କରିବେ ତେବେ ମୁଁ ମୁମ୍ୱାଇ ପଳେଇବି । କାରଣ ମୁଁ ଜାଣି ବି ନାହିଁ ତାଙ୍କ ସିନେମା କେବେ ସୁଟିଂ ହୋଇଛି, ଆଉ ଆମର ୨ ବର୍ଷ ତଳୁ ସରିଛି । କ୍ୟାମେରାରେ ସୁଟିଂ ତାରିଖ ରେକର୍ଡ ହୋଇ ରହୁଛି ତାହାକୁ ଯାଞ୍ଚ କଲେ ସତ ଆପଣ ଜାଣିପାରିବେ ।

ଏଥିସହ ମନୋଜ ମିଶ୍ର କହିଛନ୍ତି, ମୁଁ କପି ସିନେମାକୁ ବିରୋଧ କରେନାହିଁ । କେବଳ ଖରାପ ସିନେମାକୁ ବିରୋଧ କରେ । ସିନେମା କପି କରିକି ଯଦି ନିଜ ମାଟିର ବାସ୍ନାରେ ତିଆରି ହୋଇପାରିବ ତେବେ ସେ ସିନେମାକୁ ବିରୋଧ କରିବା ଉଚିତ ବୋଲି ମୁଁ ଭାବେନାହିଁ । ଏବେ ମଧ୍ୟ କପି ସିନେମା ଖୁବ ଭଲ ପ୍ରଦର୍ଶନ କରୁଛି । ମୋର ଟାର୍ଗେଟ ହେଉଛି, ଓଡ଼ିଆ ସିନେମା ବିଶ୍ୱ ଦରବାରରେ ପହଞ୍ଚୁ ।

ଅନୁଭବଙ୍କ ବିଷୟରେ ମନୋଜ କହିଛନ୍ତି, ଅନୁଭବ ମୋର ଖୁବ ପ୍ରିୟ, ବ୍ୟକ୍ତିଗତ ଜୀବନରେ ସେ ମୋପାଇଁ ଅନେକ କିଛି କରିଛନ୍ତି । ମୁଁ ତାଙ୍କୁ ଖୁବ୍ ସପୋର୍ଟ କରିବା ସହ ସାନ ଭାଇ ପରି ଦେଖେ । ଆଇ ଲଭ୍ ଅନୁଭବ ମହାନ୍ତି ।

ଏଥିସହ ମନୋଜ କହିଛନ୍ତି, ମୋର ଲକ୍ଷ କେବଳ ଓଡ଼ିଆ ସିନେମା କେମିତି ୫୦ କୋଟି ବ୍ୟବସାୟ କରିବ । ପ୍ୟାନ ଇଣ୍ଡିଆ ରିଲିଜ ହେଲେ ହିଁ ଏହା ସମ୍ଭବ ହେବ ।  ଏଥିପାଇଁ  ମୋ ସହ ସମସ୍ତେ ମିଶି କାମ କରିବା ତଥା ଓଡ଼ିଆ ସିନେମାକୁ ଆଗକୁ ନେବା କଥା ଚିନ୍ତା କରିବା ସହ ସେ ଦିଗରେ ପଦକ୍ଷପ ନେବା ଆବଶ୍ୟକ । ଭଲ ଓଡ଼ିଆ ସିନେମାକୁ ମୁଁ ପ୍ରଚାର କରେ ସିନେମା ଖରାପ ଲାଗିଲେ ମୁଁ ଚୁପ୍ ବସେ ବୋଲି ମନୋଜ କହିଛନ୍ତି ।







ଏହି ଖବର ପଢ଼ନ୍ତୁ- http://ହକି ତାରକା ପ୍ରବୋଧ ତିର୍କୀଙ୍କ ଘରେ ଚୋରି ମାମଲା; ୫ ଚୋର ଗିରଫ
Published by:Soubhagya Mishra
First published: