ନିଜ ପକେଟରୁ ସାହାଯ୍ୟ ପରେ.. ଲୋକଙ୍କ ଆଗରେ ହାତ ଯୋଡିଲେ... ନିଶା ମହାରଣା

ନିଜ ବୟାନ ପାଇଁ ଦିନେ ବିବାଦରେ ଥିଲେ ଅଭିନେତ୍ରୀ ନିଶା ମହାରଣ । କିଛିଦିନ ତଳେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଭେଟି ସହାୟତାର ହାତ ବଡାଇଥିଲେ । ଗତ ରାତିରେ ପିଣ୍ଟୁଙ୍କ ପାଇଁ ଯାତ୍ରା ଷ୍ଟେଜରେ ଦର୍ଶକଙ୍କ ସାମ୍ନାରେ ହାତ ଯୋଡିଲେ ।

ନିଜ ପକେଟରୁ ସାହାଯ୍ୟ ପରେ.. ଲୋକଙ୍କ ଆଗରେ ହାତ ଯୋଡିଲେ... ନିଶା ମହାରଣା

ନିଜ ପକେଟରୁ ସାହାଯ୍ୟ ପରେ.. ଲୋକଙ୍କ ଆଗରେ ହାତ ଯୋଡିଲେ... ନିଶା ମହାରଣା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଯାତ୍ରାରେ ମେଲୋଡି କରିବା ପୂର୍ବରୁ ଦର୍ଶକଙ୍କ ଆଗରେ ହାତ ଯୋଡି ନେହୁରା ହେଲେ ଅଭିନେତ୍ରୀ ନିଶା ମହାରଣା (Nisha Moharana) । ନିଶା କହିଛନ୍ତି, ଜଣେ କଳାକାରଙ୍କ ବିଷୟରେ ମୁଁ କହିବି, ଯାହାଙ୍କୁ ଆପଣ ହୃଦୟରୁ ବହୁତ ଭଲ ପାଆନ୍ତି, ସେ କେତେବେଳେ ହସାନ୍ତି, କେତେବେଳେ ରଗାନ୍ତି, କେତେବେଳେ ତାଙ୍କ ଅଭିନୟ ମାଧ୍ୟମରେ କମେଡି କରନ୍ତି । ଆଜି ଆମେମାନେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରିବା । ଆମ ଓଡ଼ିଶାାରେ ସାଢେ ଚାରି କୋଟି ଲୋକ ଅଛନ୍ତି । ସମସ୍ତେ ଯଦି ପିଣ୍ଟୁ (Pintu nanda) ଭାଇଙ୍କୁ ସାହାଯ୍ୟ କରିବେ ତେବେ ସେ ଭଲ ହୋଇ ଫେରିବେ । ସେ ଦିଲ୍ଲୀ ଯାଇଛନ୍ତି, ତେଣୁ ତାଙ୍କ ଫୋନ୍ ପେ ମାଧ୍ୟମରେ ତାଙ୍କୁ ସାହାଯ୍ୟ କରନ୍ତୁ । ସେ ଭଲ ହୋଇଗଲେ ପୁଣି ଆପଣଙ୍କୁ ମନରୋଞ୍ଜନ (Entertainment) କରିବେ । ଯଦି ଅନ୍ତରରେ ଭଲ ପାଇବା ଥିବ ତେବେ ଆପଣ ନିଶ୍ଚେ ସାହାଯ୍ୟ କରିବେ ।

ପୂର୍ବରୁ ଅଭିନେତ୍ରୀ ନିଶା ମହାରଣା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହସପିଟାଲରେ ଭେଟିବା ସହ ନିଜେ ନିଜ ପକେଟରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ନିଶାଙ୍କ ଏପରି କାର୍ଯ୍ୟକୁ ତାଙ୍କ ପ୍ରଶଂସକ ଖୁବ ପ୍ରଶଂସା କରୁଛନ୍ତି ।

ସୂଚନାଯୋଗ୍ୟ, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ପିଣ୍ଟୁଙ୍କ ପାଇଁ ନିଜ ପରିବାରରୁ ଡୋନର ମିଳିଛନ୍ତି । ଟେଷ୍ଟ୍ କରାଯିବା ପରେ ଚିକିତ୍ସା ଆରମ୍ଭ ହେବ । ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସବୁ ଦିଗରୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି । ନିକଟରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଲିଉଡ କଳାକାରମାନେ ଏକ ବୈଠକ କରିଥିଲେ । ପିଣ୍ଟୁଙ୍କୁ ସହଯୋଗ କରିବା ପାଇଁ ଓଲିଉଡ ମଧ୍ୟ ସବୁ ଦିଗରୁ ଚେଷ୍ଟା କରୁଛି ବୋଲି ବୈଠକରେ କଳାକାରମାନେ ମତ ଦେଇଥିଲେ । ଅଭିନେତା ଶ୍ରୀତମ ଦାସ କହିଥିଲେ ଯେ, ପିଣ୍ଟୁ ଆମ ପରିବାରର ସାନ ଭାଇ । ତେଣୁ ତାକୁ ବଞ୍ଚାଇବାକୁ ଆମେ ସବୁ ପ୍ରକାରର ଉଦ୍ୟମ କରିବୁ । ସରକାରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବା ସହ ଆର୍ଥିକ ସହଯୋଗ ଆଶା କରିବୁ । ପିଣ୍ଟୁର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ତେଣୁ ତାକୁ ତୁରନ୍ତ ସମସ୍ତ ପ୍ରକାରର ସହଯୋଗ ପାଇଁ ଆବେ ଚେଷ୍ଟା କରୁଛୁ ।

ଅଭିନେତ୍ରୀ ପୁଷ୍ପା ପଣ୍ଡା ମଧ୍ୟ ପିଣ୍ଟୁଙ୍କୁ ହସ୍ପିଟାଲରେ ଦେଖା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ସୁଟିଂ ସେଟରେ ପିଣ୍ଟୁ ଖୁବ ମଜା ମସ୍ତି କରିଥାଏ । ଯାହାଦ୍ୱାରା ସୁଟିଂ ସମୟରେ ବୋର ହେବାକୁ ପଡେନି । ସେ ଖୁବ ଦୁର୍ବଳ ହୋଇପଡିଛି । ତା ସ୍ୱାସ୍ଥ୍ୟ ଖରାପ ଦେଖି ଆଦୌ ଭଲ ଲାଗୁନାହିଁ । ଭଗବାନ ତାକୁ ଶୀଗ୍ର ଭଲ କରିଦିଅନ୍ତୁ ।

ଅନ୍ୟପଟେ ପିଣ୍ଟୁ ନନ୍ଦଙ୍କ ଭାଇ ଅଭିରାମ ନନ୍ଦ ମଧ୍ୟ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଆଶା କରିଛନ୍ତି । ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଏକ ଫୋନ ପେ, ଗୁଗୁଲ ପେ ନମ୍ୱର ମଧ୍ୟ ଦିଆଯାଇଛି । ଏଥିସହ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଆପଣ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଚଙ୍କା ପଠାଇପାରିବେ ।

ଫୋନ ପେ, ଗୁଗୁଲ ପେ ନମ୍ୱର- 9861131854

ବ୍ୟାଙ୍କ ଆକାଉଣ୍ଟ ନମ୍ୱର - 0614010065447, IFSC- PUNB 0061420
Published by:Soubhagya Mishra
First published: