‘ଧାକଡ’ ଫ୍ଲପ୍ ହେବା ପରେ କଙ୍ଗନାଙ୍କୁ ମିଳିଲା ଆଉ ଏକ ବଡ଼ ଝଟକା
News18 Odia Digital
Kangana Ranaut Dhaakad: କଙ୍ଗନା ରଣଆୱତଙ୍କ ଆକ୍ସନ୍ ଫିଲ୍ମ 'ଧାକଡ' ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ପ୍ରଥମ ଦିନରେ ମାତ୍ର ୫୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। କିଛି ଦିନ ପରେ ପରିସ୍ଥିତି ଏପରି ହୋଇଗଲା ଯେ ପ୍ରେକ୍ଷାଳୟରେ ଫିଲ୍ମର ଶୋ ବାତିଲ ହେବାକୁ ଲାଗିଲା। ଇତିମଧ୍ୟରେ କଙ୍ଗନା ଓ ନିର୍ମାତାମାନଙ୍କୁ ଆଉ ଏକ ଝଟକା ଲାଗିଛି। 'ଧାକଡ' ଫ୍ଲପ୍ ହେବାରୁ ବର୍ତ୍ତମାନ କେହି OTT ପ୍ଲାଟଫର୍ମରେ କିଣିବାକୁ ମନେ କରୁନାହାଁନ୍ତି।
ରୋଜଗାରର ଏହି ଆଶା ମଧ୍ୟ ଭାଙ୍ଗିଗଲା!
'ଧାକଡ'ର ନିର୍ମାତାମାନେ ଆଶା କରିଥିଲେ ଯେ ସେମାନେ OTT ଓ ସାଟେଲାଇଟ୍ ଅଧିକାର ବିକ୍ରୟ କରି କିଛି ଟଙ୍କା ରୋଜଗାର କରିବେ, କିନ୍ତୁ ବର୍ତ୍ତମାନ ଏହି ଆଶା ମଧ୍ୟ ଭାଙ୍ଗିଯାଇଛି। ବଲିଉଡ ହଙ୍ଗାମାର ଏକ ଉତ୍ସ କହିଛି, “ଏହା ସାଧାରଣତଃ ଘଟେ ଯେ ରିଲିଜ ପୂର୍ବରୁ ଅଧିକାର ବିକ୍ରି ହୁଏ। ଫିଲ୍ମର ଅଧିକାରକୁ OTT ଓ ଟେଲିଭିଜନ ଚ୍ୟାନେଲରେ ବିକ୍ରୟ କରିବା ଦ୍ୱାରା ନିର୍ମାତାମାନେ ଲାଭରେ ସାହାଯ୍ୟ କରନ୍ତି, କିନ୍ତୁ ଧାକଡ କ୍ଷେତ୍ରରେ ନିର୍ମାତା ଏହାର ରିଲିଜ ପୂର୍ବରୁ ଅଧିକାର ବିକ୍ରୟ କରିନଥିଲେ। କାରଣ ସେମାନେ ଏକ ଭଲ ଡିଲ୍ ପାଇବାକୁ ଆଶା କରିଥିଲେ। ଏହି କାରଣରୁ ଫିଲ୍ମର ଓପନିଂ ସ୍ଲେଟରେ OTT ଓ ସାଟେଲାଇଟ୍ ପାର୍ଟନର ବିଷୟରେ କୌଣସି ଉଲ୍ଲେଖ ନାହିଁ।’’
ଦର୍ଶକମାନେ 'ଧାକଡ' ପସନ୍ଦ କରିନାହାଁନ୍ତି
ଏହା ଜଣା ଯେ ଫିଲ୍ମ 'ଧାକଡ' ସମାଲୋଚକ ଓ ଦର୍ଶକଙ୍କ ଭଲ ସମୀକ୍ଷା ପାଇନାହିଁ। ତେବେ କଙ୍ଗନା ଓ ଅନ୍ୟ ସେଲିବ୍ରିଟିଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଗୋଟିଏ କଥା ମଧ୍ୟ ଅଛି ଯେ ନିର୍ମାତାମାନେ କାର୍ତ୍ତିକ ଆର୍ଯ୍ୟନଙ୍କ ହରର-କମେଡି ଫିଲ୍ମ 'ଭୁଲ ଭୁଲୈୟା ୨' ସହିତ 'ଧାକଡ' ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଏକ ବଡ଼ କ୍ଷତି ଘଟାଇଛି।
'ଧାକଡ'ର ରୋଜଗାର ଉପରେ ରିହାତି
କଙ୍ଗନାଙ୍କ ଫିଲ୍ମ 'ଧାକ଼' ମେ ୨୦ରେ ରିଲିଜ ହୋଇଥିଲା, କିନ୍ତୁ ଏହାର ଉଦଘାଟନ ବହୁତ ଖରାପ ଥିଲା। ପରେ ଏହା ଅନୁଭବ ହେଲା ଯେ ଏହାର ରୋଜଗାରରେ ଏକ ଜମ୍ପ ହୋଇପାରେ, କିନ୍ତୁ ସଂଗ୍ରହ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଲା। ବର୍ତ୍ତମାନ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ ହେତୁ ନିର୍ମାତା ଏହାକୁ OTT ଓ ଟିଭିରେ ପ୍ରିମିୟର୍ କରିବାକୁ ଚାହୁଁଛନ୍ତି, କିନ୍ତୁ ଅଧିକାର କିଣିବାକୁ କେହି ଆଗକୁ ଆସୁନାହାଁନ୍ତି।
ପ୍ରକାଶ ଥାଉକି ଫିଲ୍ମରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତଙ୍କ ପରି ତାରକାମାନେ କଙ୍ଗନାଙ୍କ ସହ 'ଧାକଡ'ରେ କାମ କରିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।