'ଦମନ' ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନୂଆ ସମ୍ଭାବନା ଦେଖାଇବ 'ପ୍ରତୀକ୍ଷା'!

ଫିଲ୍ମ ଦମନ ପରେ ପରେ ଆଉ ଏକ ଓଡିଆ ଫିଲ୍ମକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି। ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତୀକ୍ଷା।

ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତୀକ୍ଷା।

ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତୀକ୍ଷା।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଣାଜୀ: ଫିଲ୍ମ ଦମନ ପରେ ପରେ ଆଉ ଏକ ଓଡିଆ ଫିଲ୍ମକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି। ଯାହା ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି। ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତୀକ୍ଷା।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଗୋଆ ରାଜଧାନୀ ପାନାଜିର ଆଇନକ୍ସ ପ୍ରେକ୍ଷାଳୟରେ ମଙ୍ଗଳବ‌ାର ରାତି ୮.୪୫ ମିନିଟରେ ପ୍ରଦର୍ଶିତ ହୋଇଥିଲା। ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେଉଛି ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଏଥିରେ ଭାରତୀୟ ପାନୋରାମା ବିଭାଗରେ ୨୫ଟି ଭାରତୀୟ ଭାଷାର ୩୫୪ଟି ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ମନୋନୀତି ହେବା ସହ ପ୍ରଦର୍ଶିତ ହୋଇଥିଲା।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ପର୍ଯ୍ୟବେସିତ। ରୋଶନ୍ ବିଶୋଇ ପ୍ରତୀକ୍ଷାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ୱ ନିର୍ବାହ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଦ୍ୱୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।

ଫିଚର ଫିଲ୍ମ ସ୍କ୍ରିନିଂ ବେଳେ ଚେୟାରପର୍ସନ ଫିଲ୍ମ ଡିରେକ୍ଟର ତଥା ଏଡିଟର୍ ବିନୋଦ ଗଣତ୍ରାଙ୍କ ସହ ଜୁରି ମେମ୍ବର ଭାବେ ଉପସ୍ଥିତ ଥିଲେ, ସିନେଅଟୋଗ୍ରାଫର ଏ.କାର୍ତ୍ତିକ ରାଜା, ମ୍ୟୁଜିସିଆନ୍, ରାଇଟର୍ ଓ ଫିଲ୍ମମେକର୍ ଆନନ୍ଦ ଜ୍ୟୋତି, ଫିଲ୍ମ ମେକର୍ ଓ ଏଡିଟର ଡ. ଅନୁରାଧା ସିଂ, ପ୍ରଡ୍ୟୁସର-ଡିରେକ୍ଟର ଇମାନୁଏଲ ପ୍ରେମରାଜ, ସାଉଣ୍ଡ ଇଞ୍ଜିନିୟର ଗୀତା ଏମ୍ ଗୁରାପ୍ପା, ପ୍ରଡ୍ୟୁସର ଇମିଓ ସିଂହ, ପ୍ରଡ୍ୟୁସର-ନିର୍ଦ୍ଦେଶକ ଜୁଗଳ ଦେବତା, ପ୍ରଡ୍ୟୁସର ଶୈଳେଶ ଦାଭେ, ଫିଲ୍ମ କ୍ରିଟିକ୍ ବିଷ୍ଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Published by:Soumya Das
First published: