୨୦ ବର୍ଷ ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବେ ଏହି ଅଭିନେତା; ପଢନ୍ତୁ ପୂରା ଖବର

ବଲିଉଡ ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ ଭେଟେରାନ ନିର୍ଦ୍ଦେଶକ ଅଛନ୍ତି। ଯିଏ ଦର୍ଶକଙ୍କୁ ଅନେକ ବଡ଼ ଚଳଚ୍ଚିତ୍ର ଦେଇଛନ୍ତି। ସମସ୍ତଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭଂସାଲୀ ହେଉଛନ୍ତି ଅନ୍ୟତମ।

୨୦ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଅଭିନେତା

୨୦ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଅଭିନେତା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ ଭେଟେରାନ ନିର୍ଦ୍ଦେଶକ ଅଛନ୍ତି। ଯିଏ ଦର୍ଶକଙ୍କୁ ଅନେକ ବଡ଼ ଚଳଚ୍ଚିତ୍ର ଦେଇଛନ୍ତି। ସମସ୍ତଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭଂସାଲୀ ହେଉଛନ୍ତି ଅନ୍ୟତମ। ପ୍ରତ୍ୟେକ ବଲିଉଡ ତାରକା ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବାକୁ ଇଚ୍ଛା କରନ୍ତି। ଭଂସାଲୀ ଏପର୍ଯ୍ୟନ୍ତ ଦର୍ଶକଙ୍କ ସାମ୍ନାରେ ଅନେକ ବଡ ବଜେଟ୍ ଚଳଚ୍ଚିତ୍ର ଦ୍ଵାରା ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।

ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ହିରାମଣ୍ଡି’ ପାଇଁ ସେ ଲାଇମଲାଇଟରେ ରହିଛନ୍ତି। ଏହି ଚଳଚ୍ଚିତ୍ରଟି କେବଳ ଭଂସାଲୀଙ୍କ ସ୍ୱପ୍ନ ନୁହେଁ ବରଂ ତାଙ୍କ ହୃଦୟର ଅତି ନିକଟ । ବର୍ତ୍ତମାନ ଏହି ଚଳଚ୍ଚିତ୍ର ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଫାର୍ଦିନ୍ ଖାନଙ୍କ ପରେ ଫିଲ୍ମର ଷ୍ଟାର କାଷ୍ଟରେ ଆଉ ଏକ ନୂଆ ନାମ ଯୋଡି ହୋଇଛି।

ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ହୁମା କୁରେଶି, ମନୀଷା କୋଇରାଲା ଏବଂ ଭେଟେରାନ ଅଭିନେତ୍ରୀ ମୁମତାଜ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ବକ୍ସ ଅଫିସରେ ରିଲିଜ୍ ହେବ ନାହିଁ, ନେଟଫ୍ଲିକ୍ସରେ ରିଲିଜ୍ ହେବ। ମିଳିଥିବା ସୂଚନା ଅନୁଯାୟୀ, ଜ୍ୟାକି ଶ୍ରଫ ଭଂସାଲୀଙ୍କ ଫିଲ୍ମ ‘ହିରମଣ୍ଡି’ରେ ମଧ୍ୟ ନଜର ଆସିବେ।

ସଞ୍ଜୟ ଲୀଲା ଭଂସାଲୀ ଏବଂ ଜ୍ୟାକି ଶ୍ରଫ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଯୋଡି ୨୦ ବର୍ଷ ପୂର୍ବେ ଏକାଠି କାମ କରିଛନ୍ତି। ୨୦ ବର୍ଷ ପୂର୍ବେ ଭନସାଲୀଙ୍କ ବ୍ଲକବଷ୍ଟର ଫିଲ୍ମ ଦେବଦାସରେ ଜ୍ୟାକି ଶ୍ରଫଙ୍କୁ ଦେଖିବାକୁ ମିମିଳିଥିଲା। ଏହି ଚଳଚ୍ଚିତ୍ରରେ ଜ୍ୟାକି ଚୁନି ବାବୁ ଭୂମିକାରେ ଅଭିନୟ କରିଥିଲେ। ଜ୍ୟାକିଙ୍କ ଏହି ଚଳଚ୍ଚିତ୍ରରେ ଅଭିନୟ ଖବର ଶୁଣିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି।
Published by:Soumyashree Mishra
First published: