୧୦ ବର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ପାକିସ୍ତାନୀ ଚଳଚ୍ଚିତ୍ର
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ଚଳିତ ବର୍ଷ ପାକିସ୍ତାନୀ ଫିଲ୍ମ 'ଦି ଲିଜେଣ୍ଡ ଅଫ୍ ମୌଲା ଜାଟ' ବିଶ୍ୱ ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଥିଲା । ଏହି ଫିଲ୍ମ କେବଳ ପାକିସ୍ତାନ ନୁହେଁ ବିଦେଶରେ ମଧ୍ୟ ଖୁବ୍ ପସନ୍ଦ ଆସିଛି । ଅତୀତରେ ଏପରି ଚର୍ଚ୍ଚା ହୋଇଥିଲା କି ଫିଲ୍ମ 'ଦି ଲିଜେଣ୍ଡ ମୌଲା ଜାଟ' ଭାରତରେ ମୁକ୍ତିଲାଭ କରିପାରେ । ଏହାପରେ ମହାରାଷ୍ଟ୍ର ନବନିର୍ମାଣ ସେନା ପାର୍ଟି ନେତା ଅମି ଖୋପକର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଯିଏ ଭାରତରେ ପାକିସ୍ତାନୀ ଚଳଚ୍ଚିତ୍ର 'ଦି ଲିଜେଣ୍ଡ ଅଫ୍ ମୌଲା ଜାଟ' ଦେଖିବ ସେ ଦେଶଦ୍ରୋହୀ ହେବ।
କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ଚଳଚ୍ଚିତ୍ରକୁ ଭାରତରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ଥିଏଟର ଚେନ୍ ଆଇନକ୍ସର ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ଆଇନକ୍ସ ଲିଜର ଲିମିଟେଡର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ସିଂ ଜ୍ୟାଲା କହିଛନ୍ତି, ଏହି ଚଳଚ୍ଚିତ୍ର ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଆଶ୍ଚର୍ଯ୍ୟଜନକ ଯେ, ଦଶ ବର୍ଷ ପରେ ଭାରତରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ରିଲିଜ ହେଉଛି ।
ଭାରତରେ 'ଦ ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍' ରିଲିଜ୍ ସମ୍ପର୍କରେ ରାଜେନ୍ଦ୍ର ସିଂ ଜ୍ୟାଲା କହିଛନ୍ତି, ପଞ୍ଜାବ ଓ ଦିଲ୍ଲୀର କିଛି ସିନେମା ହଲରେ ଏହି ଚଳଚ୍ଚିତ୍ର INOX ରେ ପ୍ରଦର୍ଶିତ ହେବ ଯେଉଁଠାରେ ପଞ୍ଜାବୀ ଭାଷାଭାଷୀ ଲୋକ ଅଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମ ' ଲିଜେଣ୍ଡ ମୌଲା ଜାଟ' ଚଳିତ ବର୍ଷ ଅକ୍ଟୋବର ୧୩ ରେ ପାକିସ୍ତାନୀ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ନିଜ ଦେଶରେ ୨୦୦ କୋଟିରୁ ଅଧିକ ରୋଜଗାର କରିଛି । ଏହି ଚଳଚ୍ଚିତ୍ରରେ ଫୱାଦ ଖାନ ଏବଂ ମହିରା ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ହାମଜା ଅବ୍ବାସି, ହୁମାଇମା ମଲିକ, ଗୌହର ରସିଦ, ଶାମୁନ ଅବ୍ବାସି, ଅଲି ଆଜମାଟ ଏବଂ ଅଦନାନ ଜାଫର ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।