ଆଡ଼ଭୋକେଟ ବ୍ୟୋମକେଶ ତ୍ରିପାଠୀଙ୍କ ବଡ଼ ବୟାନ; ତୃପ୍ତିଙ୍କ ପାଇଁ ବଢ଼ିବ ଅଡୁଆ

ନ୍ୟୁଜ ୧୮କୁ ଦେଇଥିବା ସାକ୍ଷାତକାରରେ ଓକିଲ ବ୍ୟୋମକେଶ ତ୍ରିପାଠୀ ତୃପ୍ତିଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି କହିଛନ୍ତି। ଯଦି ଆଗାମୀ ଦିନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କମ୍ପ୍ରମାଇଜ ନ ହୋଇ ପାରେ ତେବେ କଣ ହେବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଡ଼ଭୋକେଟ ।

ତୃପ୍ତିଙ୍କ ପାଇଁ ବଢ଼ିବ ଅଡ଼ୁଆ

ତୃପ୍ତିଙ୍କ ପାଇଁ ବଢ଼ିବ ଅଡ଼ୁଆ

  • Share this:
News18 Odia Digital

ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିବାଦକୁ ଅନେକ ଆଡୁ ଅନେକ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଆଡ଼ଭୋକେଟ ବ୍ୟୋମକେଶ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏସବୁ ତୃପ୍ତିଙ୍କ ପାଇଁ ଅଡ଼ୁଆ ହୋଇପାରେ। ଯଦି ଆଗାମୀ ଦିନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କମ୍ପ୍ରମାଇଜ ନ ହୋଇ ପାରେ ତେବେ କଣ ହେବ ବୋଲି ଓକିଲ କହିଛନ୍ତି।

ନ୍ୟୁଜ ୧୮କୁ ସାକ୍ଷାତକାର ଦେଇ ଆଡ଼ଭୋକେଟ କହିଛନ୍ତି ଯେ ଏହି ଘଟଣାରେ ପ୍ରକୃତିଙ୍କ ପାଇଁ ବେଶ ଅଡ଼ୁଆ ବଢ଼ିବ ନାହିଁ। ଯଦି ଅଭିଯୋଗ ଅନୁସାରେ ପ୍ରକୃତି ଭୁଲ କରିଥାନ୍ତି ତେବେ ନିଶ୍ଚିତ ଦଣ୍ତ ପାଇବେ। କିନ୍ତୁ ଆପଣା ସୁନା ଭେଣ୍ଡି। ଆମେ ଆମ ଘରକୁ ସଜାଡିବା ଉଚିତ।



ତୃପ୍ତିଙ୍କ ପାଇଁ ଅଡ଼ୁଆ ଉପରେ ଅଡ଼ୁଆ ବୋଲି ସେ କହିଛନ୍ତି। ପୋଲିସ ପାଇଁ ପ୍ରମାଣ ସଂଗ୍ରହ କରିବାରେକୌଣସି ଅସୁବିଧା ନାହିଁ। ସବୁ ଘଟଣା କ୍ୟାମେରାରେ କଏଦ ହୋଇ ରହିଛି।  ତୃପ୍ତିଙ୍କ ପାଇଁ ଚାର୍ଜ ଲାଗିପାରିବ। ତୃପ୍ତି ଥାନା କୋର୍ଟର ଦ୍ୱାରସ୍ଥ ହେବାର ଥିଲା। ଯଦି ଉଭୟଙ୍କ ଭିତରରେ କମ୍ପ୍ରମାଇଜ ହୁଏ 482 ଧାରା ଅନୁସାରେ ସେମାନେ ହାଇକୋର୍ଟରେ ଦ୍ୱାରସ୍ଥ ହେବେ। ଦୁଇ ଜଣଙ୍କ ମାମଲା ପାସ ହୋଇଯିବ।

ଏହି ମାମଲାର ପରବର୍ତ୍ତୀ ଆଇନ ଦିଗ ବାବଦରେ ବୁଝାଇବାକୁ ଯାଇ ଆଡ଼ଭୋକେଟ ତ୍ରିପାଠୀ କହିଛନ୍ତି ଯେ ଯଦି ପ୍ରକୃତି ମିଶ୍ର ଏହି ଘଟଣାକୁ ଆଗକୁ ବଢ଼ାଇବାକୁ ଚାଁହିବେ ତେବେ ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଅନ୍ୟ ଦଫା ପାଇଁ ଫାଇଲ କରିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପର ଝିଅ ଉପରେ ଆକ୍ରମଣ କରିବା ମୂଲ୍ୟହୀନ। ଏପରି ହେବା ଦ୍ୱାରା ବନ୍ଧନ ଶକ୍ତ ହୋଇଯାଏ। ସମସ୍ତଙ୍କ ଘରେ ଝଗଡ଼ା ହେଉଛି। କିନ୍ତୁ କମ୍ପ୍ରମାଇଜ ଶାନ୍ତିପୂର୍ଣ୍ଣ କରିବାର ଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଡ଼ଭୋକେଟ।
Published by:Soumya Das
First published: