ନିଜ ଅଭିନୟ ଦକ୍ଷତା ପାଇଁ ପରିଚିତ ୟାମି ଗୌତମ ବଲିଉଡ୍ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ : ନିଜ ଅଭିନୟ ଦକ୍ଷତା ପାଇଁ ପରିଚିତ ୟାମି ଗୌତମ ବଲିଉଡ୍ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ହେଲେ ଏମିତି ଏକ ଦିନ ଆସିଥିଲା ଯେତେବେଳେ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ତାଙ୍କ ମନଛାଡ଼ିଯାଇଥିଲା ଏବଂ ଏଥିରୁ ସେ ବାହାରିଯିବାକୁ ଚାହୁଁଥିଲେ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି । ବଲିଉଡ୍ରେ କେବଳ ଦେଖାଇହେବାକୁ ଗୁରୁତ୍ୱ ଦିଆଯାଉଥିବା ସେ ଅନୁଭବ କରିଥିଲେ ବୋଲି ପ୍ରକାଶ କରିଛନ୍ତି ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଆସିଥିବା ବ୍ୟବସ୍ଥା ଉପରେ ସେ କହିଛନ୍ତି, ଅନେକ ସମୟରେ କିଛି କଥା ଖରାପ ଲାଗିଥାଏ । କ୍ୟାରିୟର ଆରମ୍ଭ ଦିନରେ ତାଙ୍କ ସହ ଏପରି ଘଟିଥିଲା । ଆୱାର୍ଡ ସେରିମନି କିମ୍ବା ସାକ୍ଷାତକାର ଆଦିରେ ଡକା ନ ଯିବା ତାଙ୍କୁ ଭଲ ଅନୁଭବ ଦେଉ ନ ଥିଲା । ଏବେ ଅଧିକାଂଶ ପ୍ରୋଗାମରେ ସାମିଲ ହେଉଥିଲେ ହେଁ ସେତେବେଳେ କିନ୍ତୁ ତାହା ଅଧିକ ବାଧିଥିଲା । ଫିଲ୍ମରେ ସେ ପ୍ରମୁଖ ଭୂମିକାରେ ଥିଲେ ବି ସାକ୍ଷାତକାରେ ତାଙ୍କୁ ବାଦ ଦିଆଯାଉଥିଲା, କାରଣ ସେ ସେତେ ଜଣାଶୁଣା ନ ଥିଲେ ।
ଏଥିଯୋଗୁ ସେ ବେଶ୍ ନିରାଶ ହୋଇଥିଲେ ଏବଂ ଆୟୁଷ୍ମାନ୍ ଖୁରାନାଙ୍କ ସହ ‘ବାଲା’ ମୁଭି କରିବା ପୂର୍ବରୁ ୟାମି ଇଣ୍ଡଷ୍ଟ୍ରି ଛାଡ଼ିଦେବାକୁ ଚାହୁଁଥିଲେ ବୋଲି ପ୍ରକାଶ କରିଛନ୍ତି । ହେଲେ ପରେ ସେ ଦର୍ଶକଙ୍କ ପସନ୍ଦଙ୍କୁ ଜାଣିଥିଲେ। ଅଭିନୟ ଯିଏ ବି କରନ୍ତୁ ନା କାହିଁକି ଲୋକେ କେବଳ ଭଲ ଫିଲ୍ମ ଦେଖିବାକୁ ହିଁ ପସନ୍ଦ କରନ୍ତି ସେ ବୁଝିପାରିଥିଲେ ବୋଲି କହିଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।