ଜାତିଆଣ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ; ଦିଲ୍ଲୀ ପୋଲିସର ସମନ

ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ ହୋଇଛି ଯେ, ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁଃବ୍ୟବହାର କରାଯାଇଛି ।

ଜାତିଆଣ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ; ଦିଲ୍ଲୀ ପୋଲିସର ସମନ

ଜାତିଆଣ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ; ଦିଲ୍ଲୀ ପୋଲିସର ସମନ

  • Share this:
News 18 Odia Digital

ଭୁବନେଶ୍ୱର; ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆମ ଦେଶର ସବୁ ଜାତିର ନାଗରିକଙ୍କୁ ସମାନ ଅଧିକାର ଦିଆଯାଇଛି । କୌଣସି ବି ବ୍ୟକ୍ତି ମନରେ ଜାତିଆଣ ଭାବ ଆଣି କାହାକୁ ଆକ୍ଷେପ କରିପାରିବେ ନାହିଁ । ଯଦି ସେମିତି ହୁଏ ତେବେ ଆଇନରେ ସେମାନଙ୍କ ପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ସେହି ଆଧାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଦିଲ୍ଲୀ ପୁଲିସରେ ଏକ ମାମଲା ରୁଜୁ ହୋଇଛି ।

ଅଭିଯୋଗ ହୋଇଛି ଯେ, ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁଃବ୍ୟବହାର କରାଯାଇଛି । ତେବେ ଏହି ମାମଲାରେ ବର୍ଷାଙ୍କ ସହିତ ତାଙ୍କ ଝିଆରୀ ଏବଂ ତାଙ୍କ ମା’ଙ୍କୁ ମଧ୍ୟ ସମନ ହୋଇଥିବା ସୂଚନା ମିଳିଛି । ଏତଲା ପରେ ଦିଲ୍ଲୀର ଏକ ଟିମ୍ ନିକଟରେ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲେ ବି ପାଇନଥିଲା । ପୁରୀ ଘାଟ ପୋଲିସ ମଧ୍ୟ ସହଯୋଗ କରିନଥିଲା। ପରେ ପୁରୀଘାଟ ଥାନାକୁ ଯାଇ ସମନ୍ ଗ୍ରହଣ କରିଥିଲେ ବର୍ଷା ।

କିନ୍ତୁ ଘଟଣା ବିଷୟରେ ସମ୍ପୂର୍ଣ୍ଣ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବଡ କଥା ହେଉଛି ୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ରୁଜୁ ହୋଇଛି । ବର୍ଷା ଏବଂ ସାଂସଦ ଅନୁଭବଙ୍କ ମଧ୍ୟରେ ଛାଡପତ୍ର ନେଇ କୋର୍ଟରେ ମାମଲା ଚାଲିଛି । ଚର୍ଚ୍ଚା ହେଉଛି କି, କୌଣସି ବି ପ୍ରକାରେ ବର୍ଷାଙ୍କୁ ହଇରାଣ କରି ତାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଅନୁଭବ । ସେଥିପାଇଁ ବିଭିନ୍ନ ପୁରୁଣା କଥା ଧରି କେବେ ଥାନାର ଦ୍ବାରସ୍ତ ହେଉଛନ୍ତି ତ କେବେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ବର୍ଷଙ୍କୁ ବଦନାମ କରିବା ଏବଂ ସିମ୍ପାତି ନେବା ପାଇଁ ଚେଷ୍ଟା କରୁଛନ୍ତି ।
Published by:Soubhagya Mishra
First published: