ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
News18 Odia Digital
କଟକ: ଜାତିଆଣ ଆକ୍ଷେପ ମାମଲାରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ବର୍ଷାଙ୍କ ସହ ତାଙ୍କ ମା' ଓ ଝିଆରୀଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ତାଙ୍କୁ ସମନ ପଠାଇଥିଲା। ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ।
ଏହି ମାମଲାରେ ବର୍ଷାଙ୍କ ମା' ଓ ଝିଆରୀଙ୍କୁ ମଧ୍ୟ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଯାହା ଦ୍ବାରା ସେମାନଙ୍କୁ ଗିରଫ କରି ପାରିବ ନାହିଁ ଦିଲ୍ଲୀ ପୋଲିସ। ଆସନ୍ତା ୮ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପ୍ରକାଶ ଥାଉକି ଦିଲ୍ଲୀ ପୋଲିସ ଏସସି ଓ ଏସଟି ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ କଟକ, ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୋଲିସ ଜରିଆରେ ବର୍ଷାଙ୍କୁ ନୋଟିସ ପଠାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।