ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା; ପାରିବାରିକ କୋର୍ଟରେ ହାଜର ହେଲେ ଅଭିନେତ୍ରୀ

କଟକ ପାରିବାରିକ କୋର୍ଟରେ ହାଜର ହୋଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଗ୍ରହଣ ହୋଇଛି ବର୍ଷାଙ୍କ ସାକ୍ଷ୍ୟ।

ପାରିବାରିକ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ପାରିବାରିକ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: କିଛି ଦିନ ହେବ ପୁଣ ଚର୍ଚ୍ଚାକୁ ଆସିଛି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା। ସୋମବାର କଟକ ପାରିବାରିକ କୋର୍ଟରେ ହାଜର ହୋଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଗ୍ରହଣ ହୋଇଛି ବର୍ଷାଙ୍କ ସାକ୍ଷ୍ୟ। ତାଙ୍କୁ ହାଜର ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ଧରି କୋର୍ଟରେ ଚାଲିଛି ଉଭୟଙ୍କ ପାରିବାରିକ କଳହ ମାମଲା। ଏବେ ବି ବିଚାରାଧୀନରେ ରହିଛି ମାମଲା। ସେହିପରି ଗତ ଅକ୍ଟୋବର ମାସରେ ହଜାର ହୋଇଥିଲେ ଲୋକପ୍ରିୟ ଏହି ଷ୍ଟାର ଦମ୍ପତି।

ପୂର୍ବ ନିର୍ଦ୍ଦେଶକ ମୁତାବକ ବର୍ଷାଙ୍କୁ ଜେରା କରାଯାଇଥାଆନ୍ତା। ହେଲେ ସାକ୍ଷୀ ତାଲିକା ସମେତ ଆହୁରି ଅନେକ ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବା ପାଇଁ ଫ୍ୟାମିଲ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହା ସଠିକ ଭାବରେ କାର୍ଯ୍ୟକାରୀ ନହେବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବା ପାଇଁ ବର୍ଷାଙ୍କୁ ପୁଣି ଥରେ କୁହାଯାଇଥିଲା।

ଏହି ମାମଲାକୁ ବାଦ ଦେଲେ ନିକଟରେ ସୋସିଆଲ ମିଡ଼ିଆରେ ଅନୁଭବଙ୍କ ବିବାହ ଫଟୋ ଖୁବ୍ ଭାଇରାଲ ହୋଇଥିଲା। ଯାହାକୁ ଆଧାର କରି ସବୁ ମହଲରେ ଚର୍ଚ୍ଚା ହୋଇଥିଲା ଯେ ଅନୁଭବ ଦ୍ବିତୀୟ ବିବାହ କରିଛନ୍ତି ବୋଲି। ହେଲେ ପରେ ଜଣା ପଡ଼ିଲା ଯେ ସେ ନିଜର ଆଗାମୀ ଫିଲ୍ମର ସୁଟିଂ କରୁଥିଲେ। ଦ୍ବିତୀୟ ବିବାହକୁ ନେଇ ଚର୍ଚ୍ଚା ହେବାର କାରଣ ହେଲେ ଯେ ଅନୁଭବଙ୍କ ଜଣେ ବନ୍ଧୁ ତାଙ୍କୁ ସୋସିଆଲ ମିଡ଼ିଆରେ ବିବାହ ପାଇଁ ଶୁଭେଚ୍ଛା ଜଣାଇଥିଲେ।
Published by:Lipina Das
First published: