News18 Odia Digital
Bharat Jodo Yatra: କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ବହୁ ବଲିଉଡ ସେଲିବ୍ରିଟି ଅଂଶଗ୍ରହଣ କରିସାରିଲେଣି। ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ସାଜିଥିବା ଉର୍ମିଲା ମାତୋଣ୍ଡକର। କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ରେ ଯୋଗ ଦେଇଛନ୍ତି ସେ।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା ମଙ୍ଗଳବାର ସକାଳେ ଜାମ୍ମୁର ନାଗରୋଟା ସହରରୁ ଆରମ୍ଭ ହୋଇଥିଲା। ଉର୍ମିଲା ମାତୋଣ୍ଡକର 'ଭାରତ ଯୋଡ଼ ଯାତ୍ରା'ରେ ଭାଗ ନେଇଥିଲେ। ଏଥି ସହିତ ଉର୍ମିଲା ରାହୁଲ ଗାନ୍ଧିଙ୍କ ସହ ସେନା ଶିବିର ନିକଟରେ ପ୍ରାୟ ସକାଳ ୮ଟା ସମୟରେ କଡ଼ା ସୁରକ୍ଷା ମଧ୍ୟରେ ଯାଇଥିଲେ।
ଏହି ସମୟରେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିଲେ। ଏହାସହ ସେ କ୍ରିମ୍ ରଙ୍ଗର ପାରମ୍ପାରିକ କାଶ୍ମୀର ଫେରେନ୍ (ଲୁସ୍ ଗାଉନ୍) ଏବଂ ବିନି କ୍ୟାପ୍ ପିନ୍ଧିଥିବାର ନଜର ଆସିଥିଲେ। ଗାନ୍ଧିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା ତାଙ୍କୁ। ବର୍ତ୍ତମାନ ରାହୁଲଙ୍କ ସହ ଉର୍ମିଲାଙ୍କ ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଉର୍ମିଲା କହିଛନ୍ତି ଯେ ରାଜନୀତି ଅପେକ୍ଷା ଯତ୍ରର ସାମାଜିକ ଗୁରୁତ୍ୱ ଅଧିକ ରହିଛି ବୋଲି ଯାତ୍ରାରେ ଯୋଗଦେବା ପୂର୍ବରୁ ଉର୍ମିଲା ଏକ ଭିଡିଓ ସେୟାର କରି କହିଥିଲେ।
ଏହି ଖବର ବି ପଢ଼ନ୍ତୁ: LICର ଏହି ୫ଟି ବୀମା ଯୋଜନା କରାଇବ ଆପଣଙ୍କ ସଞ୍ଚୟକୁ ଦୁଇ ଗୁଣା; ମିଳୁଛି ଅନେକ ଫାଇଦାସେ ଆହୁରି କହିଥିଲେ, ‘‘ସାମାଜିକ ମୂଲ୍ୟବୋଧ ଉପରେ ଆଧାର କରି ମୁଁ ଏହି ଯାତ୍ରାରେ ମଧ୍ୟ ଯୋଗ ଦେଉଛି। ଏହି ଯାତ୍ରାର ଆତ୍ମାରେ ବହୁତ ପ୍ରେମ, ସ୍ନେହ, ବିଶ୍ୱାସ ଏବଂ ଭାରତୀୟତା ଦେଖିବାକୁ ମିଳୁଛି। ଏହି ଭାରତୀୟତା ଆମ ସମସ୍ତଙ୍କୁ ଏକାଠି ରଖୁଛି। କୌଣସି ସ୍ଥାନରେ ମୁଁ ବି ଅନୁଭବ କରେ ଯେ ପ୍ରେମ ଏବଂ ଶୁଭେଚ୍ଛା ଉପରେ ଚାଲିଥାଏ। ଭାରତୀୟତାର ଏହି ପ୍ରଦୀପ ଆମ ସମସ୍ତଙ୍କ ହୃଦୟରେ ଜଳୁଛି, ଏହା ଅମର ହୋଇ ରହି ଜଳୁ। ଜୟ ଭାରତ ଜୟ ହିନ୍ଦ୍।’’
ମନୋରଞ୍ଜନ ଜଗତର ଅନେକ ସେଲିବ୍ରିଟି ରାହୁଲଙ୍କ ଏହି ଯାତ୍ରାରେ ଯୋଗ ଦେଇସାରିଲେଣି
ପ୍ରକାଶ ଥାଉକି ମନୋରଞ୍ଜନ ଜଗତର ଅନେକ ସେଲିବ୍ରିଟି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇସାରିଲେଣି। ଏହି କ୍ରମରେ ସାମିଲ ଅଛନ୍ତି ପୂଜା ଭଟ୍ଟ, ଆମୋଲ ପାଲେକର, ରିୟା ସେନ୍, ସୁଶାନ୍ତ ସିଂ, ସ୍ୱରା ଭାସ୍କରଙ୍କ ସହ ରଶ୍ମୀ ଦେଶାଇ ଏବଂ ଅକ୍ଷାଂଶା ପୁରୀ ଏବଂ କାମ୍ୟା ପଞ୍ଜାବୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।