ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କ ସୋସିଆଲ ମିଡ଼ିଆ ଫଟୋ ହେଲା ଭାଇରାଲ, ପଢ଼ନ୍ତୁ ପୂରା ଖବର

ପ୍ରତ୍ୟେକ ଫଟୋରେ ଅଭିନେତ୍ରୀ ଭିନ୍ନ ଭିନ୍ନ ପୋଜ୍ କରୁଥିବା ନଜର ଆସିଛନ୍ତି। ତେଜସ୍ୱୀଙ୍କ ଏହି ବୋଲ୍ଡ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ

ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ବିଗ୍ ବସ୍ ୧୫ ବିଜେତା ଏବଂ ନାଗିନ୍ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତ୍ରୀ ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ତେଜସ୍ୱୀ ପ୍ରକାଶ ତାଙ୍କ କାମ ଅପେକ୍ଷା ତାଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତେଜସ୍ୱୀ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ନୂଆ ଫଟୋ କିମ୍ୱା ଭିଡିଓ ପ୍ରଶଂସକମାନଙ୍କ ସହିତ ସେୟାର୍ କରନ୍ତି। ତାଙ୍କର ପ୍ରତ୍ୟେକ ଶୈଳୀ ତାଙ୍କ ପ୍ରଶଂସକମାନେ ପସନ୍ଦ ମଧ୍ୟ କରିଥାନ୍ତି।

ପ୍ରତ୍ୟେକ ଫଟୋରେ ଅଭିନେତ୍ରୀ ଭିନ୍ନ ଭିନ୍ନ ପୋଜ୍ କରୁଥିବା ନଜର ଆସିଛନ୍ତି। ତେଜସ୍ୱୀଙ୍କ ଏହି ବୋଲ୍ଡ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେଜସ୍ୱୀ ସିରିଏଲ ‘୨୬୧୨’ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଶୋ’ ‘ସ୍ୱରାଗିନି’, ‘ଖତରୋଁ କେ ଖିଲାଡି ୧୦’ ଭଳି ଟିଭି ଶୋ’ରେ କାମ କରିଥିଲେ। ଏହା ସହ ବଲିଉଡ ଅଭିନେତା ସଲମାନ ଖାନଙ୍କ ଶୋ ‘ବିଗ୍ ବସ୍-୧୫’ର ବିଜେତା ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସେ ଏକତା କପୁରଙ୍କ ଟିଭି ଶୋ ‘ନାଗିନ୍ -୬’ରେ ଅଭିନୟ କରୁଛନ୍ତି। ୨୯ ବର୍ଷ ବୟସରେ, ସେ କଠିନ ପରିଶ୍ରମ କରି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
Published by:Soumyashree Mishra
First published: