News18 Odia Digital
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ନୂଆ ଏକ ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମିଡ଼ିଆ କ୍ୟାମେରାକୁ ଦେଖି ପୋଜ୍ ଦେବାକୁ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି । ହେଲେ ତଳ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ । ବର୍ତ୍ତମାନ ତାଙ୍କର ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ ।
କଥାଟି ହେଲା ଯେ ଏହି ଘଟଣା ସୁସ୍ମିତାଙ୍କ ସହ ସେହି ସମୟରେ ଘଟିଥିଲା ଯେତେବେଳେ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏକ ସପରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ଦେଖି ମିଡ଼ିଆ କ୍ୟାମେରା ତାଙ୍କୁ ଘେରିଯାଇଥିଲା । ଆଉ ମିଡ଼ିଆ କ୍ୟାମେରା ଦେଖି ଅଭିନେତ୍ରୀ ମଧ୍ୟ ପୋଜ୍ ଦେବା ଆରମ୍ଭ କରିଦେଇଥିଲେ, କିନ୍ତୁ ହଠାତ୍ ନିଜ ଡ୍ରେସ ଠିକ୍ କରିବା ଚକ୍କରରେ ସେ ପଡୁ ପଡୁ ବର୍ତ୍ତି ଯାଇଥିଲେ। ହେଲେ ସେ ନିଜକୁ ବାଲାନ୍ସ କରି ମିଡ଼ିଆକୁ ପୋଜ୍ ଦେବା ପୁଣି ଥରେ ଆରମ୍ଭ କରିଦେଇଥିଲେ । ଦେଖନ୍ତୁ ଭିଡିଓ...
ଯଦି ତାଙ୍କ ଅଭିନୟ ବିଷୟରେ କଥା ହେବା ଶେଷ ଥର ତାଙ୍କୁ ଫେମସ ୱେବ ସିରିଜ ‘ଆର୍ଯ୍ୟା’ରେ ଦେଖିବାକୁ ମିଳିଥିଲା । ଏହା ଏକ କ୍ରାଇମ ଡ୍ରାମା ସିରିଜ ଥିଲା । ଯେଉଁଥିରେ ତାଙ୍କ ଅଭିନୟର ପ୍ରଶଂସା ବେଶ୍ ହୋଇଥିଲା । ଏହି ସିରିଜ ଜରିଆରେ ସେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ ।
୧୦ ବର୍ଷ ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଆସି ନିଜ ଫ୍ୟାନ୍ସଙ୍କ ମନ କିଣିଥିଲେ ଅଭିନେତ୍ରୀ । ବର୍ତ୍ତମାନ ଏହି ସିରିଜ୍ ଆନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୧ରେ ନୋମିନେଟ୍ ହୋଇଛି । ନଭେମ୍ବର ୨୨ରେ ନ୍ୟୁୟର୍କ ସହରରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ୨୦୨୧ ଆନ୍ତର୍ଜାତୀୟ ଏମି ପୁରସ୍କାର ବିଜେତା ଘୋଷିତ ହେବ । ଉଲ୍ଲେଖନୀୟ କଥା ହେଉଛି, ଫିଲ୍ମ ନିର୍ମାତା ରିଚି ମେହେତାଙ୍କ 'ଦିଲ୍ଲୀ କ୍ରାଇମ୍' ୨୦୨୦ ନଭେମ୍ବରରେ ଶ୍ରେଷ୍ଠ ଡ୍ରାମା ସିରିଜ୍ ପୁରସ୍କାର ଲାଭ କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।