- News18 Odia
- Last Updated :
- Other, India
News 18 Odia Digital
ମୁମ୍ବାଇ: ସାଉଥ ସୁପରଷ୍ଟାର ଅଭିନେତ୍ରୀ ସାମାନ୍ଥା ରୁଥ ପ୍ରଭୁ ତାଙ୍କ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ‘ସିଟାଡେଲ’ ପାଇଁ ପୁଣିଥରେ କାମ ଆରମ୍ଭ କରିଛନ୍ତି। ଅସୁସ୍ଥତା ହେତୁ ଅଭିନେତ୍ରୀ ଏହି ପ୍ରୋଜେକ୍ଟ ସ୍ଥଗିତ ରହିଥିଲା କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ସୁଟିଂ ସେଟ୍କୁ ଫେରିଛନ୍ତି। ଏବେବି ସାମନ୍ଥା ମାୟୋସିଟିସରେ ପୀଡିତ ଅଛନ୍ତି।
ସୁଟିଂରୁ ଦୀର୍ଘ ସମୟ ବ୍ରେକ୍ ନେବା ପରେ ସାମାନ୍ଥା ବରୁଣ ଧୱନଙ୍କ ସହ ସିଟାଡେଲ ଇଣ୍ଡିଆ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଫିଲ୍ମ ହେଉଛି ଦୁଇ ସପ୍ତାହର ସୁଟିଂ କାର୍ଯ୍ୟସୂଚୀ। ନିର୍ମାତାମାନେ କାଳ୍ପନିକ ଧାରାବାହିକ ସିଟାଡେଲର ରୁଷୋ ବ୍ରଦର୍ସ ଇଣ୍ଡିଆନ୍ ସ୍ପିନୋଫ୍ ର ଏକ ଅଂଶ ବୋଲି ସାମନ୍ଥା ଏକ ଅଫିସିଆଲ୍ ଘୋଷଣା କରିବାକୁ ପ୍ରସ୍ତୁତ ଅଛନ୍ତି।
ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ବରୁଣ ଲେଖିଛନ୍ତି " ଡେ-୩ . ଇଣ୍ଡିଆନ। ସିଟାଡେଲ୍ – ରୁଷୋ ବ୍ରଦର୍ସ ବଡ ପ୍ରୋଜେକ୍ଟର ରିଚାର୍ଡ ମ୍ୟାଡେନଙ୍କ ସିଟାଡେଲ୍ ଏଜେଣ୍ଟ ମେସନ୍ କେନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ସିଟାଡେଲ୍ ଏଜେଣ୍ଟ ନାଦିଆ ସିଂ ଭାବରେ ଦେଖାଯିବ । ଏହି ସିରିଜର ଭାରତୀୟ ଆଡାପ୍ଟେସନ୍ ଦି ଫ୍ୟାମିଲି ମ୍ୟାନ୍ ନିର୍ଦ୍ଦେଶକ ରାଜ ଏବଂ ଡି.କେ ନିର୍ଦ୍ଦେଶନା ଦେଇଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।