News18 Odia Digital
Pintu Nanda Health: ଲିଭର ଜନିତ ଅପରେସନ ପାଇଁ ପୀଡିତ ହୋଇ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାତ୍ରା କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏଭଳି ସ୍ଥିତିରେ ସାଥି କଳାକାରଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପାଇଁ ଆଗେଇ ଆସିଛନ୍ତି। ଏହି କ୍ରମରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା(Rani Panda) ମଧ୍ୟ ପିଣ୍ଟୁ ନନ୍ଦ(Pintu Nanada)ଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ; ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷରାଣୀ ପଣ୍ଡା ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ଭିଡ଼ିଓରେ ପ୍ରକାଶ କରିଛନ୍ତି ଯେ, କର୍ମ ବ୍ୟସ୍ତତା ଓ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ପିଣ୍ଟୁ ନନ୍ଦଙ୍କୁ ସାକ୍ଷାତ କରିପାରିନାହାଁନ୍ତି। ଏବେ ପର୍ଯ୍ଯନ୍ତ ତାଙ୍କୁ କୌଣସି ଆର୍ଥିକ ସହାୟତା କରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ। ପୂର୍ବରୁ ସମସ୍ତଙ୍କୁ ସାହାଯ୍ୟ କରୁଥିବା ରାଣୀ ଏଥର ମଧ୍ୟ ସାହାଯ୍ୟ କରିବେ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ପିଣ୍ଟୁ ନନ୍ଦଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନ ପାଖରେ ପ୍ରାର୍ଥନା କରିଛନ୍ତି ରାଣୀ।
ପିଣ୍ଟୁ ନନ୍ଦଙ୍କ ଅସ୍ତ୍ରୋପଚାର ପାଇଁ ୫୦ଲକ୍ଷ ଟଙ୍କାର ଆବଶ୍ୟକ ଅଛି। ୬ ମାସ ସୁଦ୍ଧା ତାଙ୍କର ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେଥିପାଇଁ ସାଥି କଳାକାରମାନେ ଯଥା ସମ୍ଭବ ତାଙ୍କୁ ସାହାଯ୍ୟ କରୁଛନ୍ତି। ପିଣ୍ଟୁ ନନ୍ଦ ଚିକିତ୍ସା ପାଇଁ ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ୧୦ଲକ୍ଷ ଟଙ୍କା ଦେଇଥିବା ବେଳେ ରାଣୀ ପ୍ରିୟଦର୍ଶନୀ ଭିକ ମାଗି ତାଙ୍କ ପାଇଁ ଟଙ୍କା ଯୋଗାଡ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।