ଲାଇଭ୍ ଆସି କଇଁ କଇଁ ହୋଇ କାନ୍ଦିଲେ ରାନୀ ପଣ୍ଡା; କହିଲେ.. ମୁଁ କେବେ ବି ମଦ ପିଏନି ଏମିତିରେ

ସୋସିଆଲ ମିଡିଆରେ ଲାଇଭ୍ ଆସି କାନ୍ଦି କାନ୍ଦି ରାନୀ ପଣ୍ଡା କହିଲେ ଯେ, ମୋର ମୁଣ୍ଡ ମାଡ ହେଇଯାଇଛି, ଛାତି, ଓଠ ତଳ, ହାତ ଗୋଡ ମଧ୍ୟ ମାଡ ହୋଇଛି ଦୁର୍ଘଟଣାରେ ।

ଲାଇଭ୍ ଆସି କଇଁ କଇଁ ହୋଇ କାନ୍ଦିଲେ ରାନୀ ପଣ୍ଡା

ଲାଇଭ୍ ଆସି କଇଁ କଇଁ ହୋଇ କାନ୍ଦିଲେ ରାନୀ ପଣ୍ଡା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଅଭିନେତ୍ରୀ ରାନୀ ପଣ୍ଡାଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ପରେ ଆଉ ଗୋଟେ ଅଡୁଆ ସୁତାରେ ଛନ୍ଦି ହୋଇଯାଉଛନ୍ତି ଆପେ ଆପେ । କିଛି ଗଣମାଧ୍ୟମ ଓ ସୋସିଆଲ ମିଡିଆ ବ୍ୟବହାରକାରୀ ରାନୀଙ୍କ ନାଁରେ ଏଣୁତେଣୁ ପୋଷ୍ଟ କରୁଥିବା କଥାକୁ ନେଇ ରାନୀ କାନ୍ଦି ପକାଇଛନ୍ତି ।

ସୋସିଆଲ ମିଡିଆରେ ଲାଇଭ୍ ଆସି କାନ୍ଦି କାନ୍ଦି ରାନୀ ପଣ୍ଡା କହିଲେ ଯେ, ମୋର ମୁଣ୍ଡ ମାଡ ହେଇଯାଇଛି, ଛାତି, ଓଠ ତଳ, ହାତ ଗୋଡ ମଧ୍ୟ ମାଡ ହୋଇଛି ଦୁର୍ଘଟଣାରେ । ବାଧ୍ୟରେ ଲାଇଭ୍ ଆସିଲି କିନ୍ତୁ ଆସିବାରେ ଇଚ୍ଛା ନଥିଲା । ବହୁତ ଲୋକ ବହୁତ ପ୍ରକାରର କଥା କହୁଛନ୍ତି କିନ୍ତୁ ଦୁର୍ଘଟଣା ସମୟରେ ସେଠାରେ କେହି ବି ନଥିଲେ । ଦୁର୍ଘଟଣା ଘଟିବାର ୧୦ ମିନିଟ ପରେ ସମସ୍ତେ ଦୁର୍ଘଟଣାସ୍ଥଳରେ ଆସି ପହଞ୍ଚିଲେ । ସେତେବେଳକୁ ମାଡ ହୋଇ ମୋ ମୁହଁ ମଧ୍ୟ ଫୁଲି ଯାଇଥିଲା । ମୋ ଡ୍ରାଇଭର ଗାଡି ଚଳାଉଥିଲା ମୁଁ ବସିଥିଲି । ଭୋଜିରୁ ଫେରୁଥିଲି ମତେ ନିଦ ଲାଗିଆସୁଥିଲା । ଆମେ ରୋଡ୍ ସାଇଡରେ ଯାଉଥିଲୁ କିନ୍ତୁ ବାଇକ୍ ଚଳାଉଥିବା ଭାଈ ଜଣକ ଆରପଟ କାରକୁ ଓଭରଟେକ କରିବାକୁ ଚେଷ୍ଟାକରି ଆମ ଆଡକୁ ପଳାଇଆସିଲେ । ଦୁର୍ଘଟଣା ପରେ ମୁଁ ସମସ୍ତଙ୍କୁ ଫୋନ୍ କରୁଥିଲି। କିନ୍ତୁ ସେହି ସମୟର ଫଟୋ ଉଠାଇ ସମସ୍ତେ ଆଡୁସାଡୁ ଲେଖୁଛନ୍ତି । ସେତେବେଳେ ଏତେ ଜୋରରେ ମାଡ ହୋଇଥିଲା ଯେ ମୋ ଗୋଡ଼ ହାତ ଥରୁଥିଲା । ମୁଁ କିଛି ଜାଣିପାରୁନଥିଲି । ପରେ ଚିକିତ୍ସା ପାଇଁ ମୁଁ ମେଡିକାଲ ଆସିଲି । ମୁଁ ଜାଣିଶୁଣି କିଛି ବି ଭୁଲ୍ କରିନି ।

ଏଥିସହ ରାନୀ ପଣ୍ଡା ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ସବୁବେଳେ ଗରିବଙ୍କ ଦୁଖର ସାଥି । ମୁଁ କେବେ ବି କାହାକୁ ମାରିବାକୁ କେବେ ବି ଚାହିଁବିନି । ମୁଁ ସେମିତିକା ଲୋକ ନୁହେଁ । ସବୁବେଳେ ମୁଁ ଗରିବଙ୍କୁ ସାହାର୍ଯ୍ୟ କରିଛି । ମୁଁ କେବେ କାହାର ଜୀବନ ନେଇପାରିବିନି । ସମସ୍ତେ କହୁଛନ୍ତି ରାନୀ ପଣ୍ଡାର କିଛି ହେଇନି ରାନୀ ପଣ୍ଡା ରୋଲ୍ କରୁଛି । ଦେଖନ୍ତୁ ମୋ ଦ୍ୱାରା ଯାହା ଯେତିକି ହୋଇଛି ମୁଁ ତାର ଶୁଦ୍ଧିକ୍ରିୟା ପାଇଁ ସାହାର୍ଯ୍ୟ କରିଛି ଆଜ୍ଞା । ଆଗକୁ ବି ତା ପିଲା ମାନଙ୍କର ଦାୟିତ୍ୱ ନେବା ପାଇଁ ମୁଁ ଚେଷ୍ଟା କରିବି । ମୋ ଦ୍ୱାରା ଯାହା ଯେତିକି ହେବ ମୁଁ ତା ପିଲାମାନଙ୍କ ପାଇଁ କରିବି । ମୁଁ ଏତେ ଅବିବେବି ଏତେ ନିଷ୍ଠୁର ମଣିଷ ନୁହଁ । ମୋର ଦୋଷ ନଥାଇ ବି ବିନା ଦୋଷରେ ମୁଁ ଦୋଷୀ । ଏତେ ଲୋକ ଥାଉ ଥାଉ ମୋ ଗାଡି ଆଗରେ ତା ଜୀବନ ଯିବାର ଥିଲା । ତା ପରିବାର ଲୋକ ମତେ କେତେ କଥା କହୁଛନ୍ତି । କେତେ ଅପମାନ ଦେଉଛନ୍ତି । ମୁଁ କଣ ଗାଡି ଚଳାଉଥିଲି କି ? ମୁଁ ତ ଗାଡି ଚଳାଉନଥିଲି ନା । ମୁଁ ବସିଥିଲି ମୋ ଡ୍ରାଇଭର ଚଳାଉଥିଲେ । ସେ ବି ଦୁର୍ଘଟଣାରେ ଗୁରୁତର ଅଛନ୍ତି । ସମସ୍ତେ ମିଛରେ କହୁଛନ୍ତି ମୁଁ ମଦ ପିଇଥିଲି । ମୁଁ କେବେ ବି ମଦ ପିଏନି ଏମିତିରେ ।

ଦେଖନ୍ତୁ ଭିଡିଓ...

https://www.instagram.com/tv/ClfWM_0Izbe/?igshid=YmMyMTA2M2Y=
Published by:Soubhagya Mishra
First published: