ସୁକାନ୍ତଙ୍କ ଶୁଦ୍ଧିକ୍ରିୟାରେ ଆର୍ଥିକ ସହାୟତା ପ୍ରଦାନ କଲେ ଅଭିନେତ୍ରୀ ରାନୀ ପଣ୍ଡା
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୁକାନ୍ତ ବେହେରାଙ୍କ ପରିବାରକୁ ଆର୍ଥିକ ସହାୟତା କଲେ ରାନୀ ପଣ୍ଡା। ଅନ୍ତ୍ୟେଷ୍ଟିକ୍ରିୟା ଓ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ପରିବାର ଲୋକଙ୍କୁ ତାଙ୍କ ଭାଇଙ୍କ ଜରିଆରେ ପଠାଇଛନ୍ତି ।
ସୋମବାର ମୃତ ସୁକାନ୍ତର ଏକାଦଶାହ ଉପଲକ୍ଷେ ପୁରୀରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଅବଢା ପଠାଇବା ସହିତ ତାଙ୍କର ଦୁଇଟି ଛୋଟ ଝିଅ ଓ ପୁଅଙ୍କ ଭବିଷ୍ୟତ ପାଠପଢା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯାତ୍ରା ଅଭିନେତ୍ରୀ। ସୁକାନ୍ତଙ୍କ ଛୋଟ ପିଲାଙ୍କ ପାଇଁ ସ୍ଥାୟୀ ଜମାଖାତାରେ ଆର୍ଥିକ ସହାୟତା ଜମା କରିବେ ବୋଲି ମଧ୍ୟ ରାନୀ ପ୍ରତିଶ୍ରୁତି ଦେଇଥିଲେ।
ଗତ ୨୫ ତାରିଖ ରାତିରେ ମୁଣ୍ଡଳି ଆଠଗଡ ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ରାନୀଙ୍କ କାର ସହିତ ଏକ ବାଇକ୍ ଧକ୍କାରେ ରାଜନଗର ଗ୍ରାମର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରାଙ୍କ ମୃତ୍ୟୁବରଣ ହୋଇଥିଲା। ତେବେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାନୀ ପଣ୍ଡା ମର୍ମାହତ ହୋଇଥିଲେ। ରାନୀ ପଣ୍ଡା ଏକ ଭିଡିଓ ବାର୍ତ୍ତାରେ କାନ୍ଦି କାନ୍ଦି ତାଙ୍କ ଉପରେ ଆରୋପ ପ୍ରତ୍ୟାରୋପ ନକରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିବା ସହ ମୃତକଙ୍କ ପରିବାରକୁ ସେ ପାରୁ ପର୍ଯ୍ୟନ୍ତ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏନେଇ ଦିବଙ୍ଗତ ସୁକାନ୍ତଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏକାଦଶାହ ଉପଲକ୍ଷେ ସୋମବାର ସନ୍ଧ୍ୟାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜନଗର ଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ସୁକାନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।