ଉଜ୍ଜ୍ୱଳ ତ୍ୱଚା ଓ କେଶର ଯତ୍ନ ପାଇଁ ପରାମର୍ଶ ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଚର୍ମର ଉଜ୍ଜ୍ୱଳତା ଓ କେଶର ଯତ୍ନ ପାଇଁ ପରାମର୍ଶ ଦେଇଛନ୍ତି ।

ଉଜ୍ଜ୍ୱଳ ଚର୍ମ ଓ କେଶର ଯତ୍ନ ପାଇଁ ପରାମର୍ଶ ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଉଜ୍ଜ୍ୱଳ ଚର୍ମ ଓ କେଶର ଯତ୍ନ ପାଇଁ ପରାମର୍ଶ ଦେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଦୀର୍ଘ ଦିନ ହେବ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଆସୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । କେତେବେଳେ ବିବାଦୀୟ ଘଟଣାକୁ ନେଇ ତ ପୁଣି କେତେବେଳେ ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟକୁ ନେଇ । ଏଥର କିନ୍ତୁ ଘଟିଛି ଏକ ଭିନ୍ନ ଘଟଣା । ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଚର୍ମର ଉଜ୍ଜ୍ୱଳତା ଓ କେଶର ଯତ୍ନ ପାଇଁ ପରାମର୍ଶ ଦେଇଛନ୍ତି । ଏଥି ପାଇଁ ସମସ୍ତଙ୍କୁ ଏକ ପ୍ରଡକ୍ଟ୍ ବ୍ୟବହାର କରିବା ପାଇଁ ସେ କହିଛନ୍ତି ।



ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଯେ ଯଦି ଆପଣ ଚମକଦାର ଚର୍ମ ଓ କେଶ ଚାହୁଁଛନ୍ତି ତେବେ ଆପଣ ଏହି ପ୍ରଡକ୍ଟ ବ୍ୟବହାର କରନ୍ତୁ । ଏଥିରେ ଥିବା ପ୍ରାକୃତିକ ଆଣ୍ଟିସେପ୍‌ଟିକ ଗୁଣ ଋପିକୁ ନଷ୍ଟ କରିଥାଏ । ଏହା ମଧ୍ୟ ଚର୍ମରୁ ଅଧିକ ତେଲିଆ ଅଂଶ ସଫା କରି ଚର୍ମର ଉଜ୍ଜ୍ୱଳତା ବଢ଼ାଇଥାଏ । ଆହୁରି କହିଛନ୍ତି ଯେ ଏହି ପ୍ରଡକ୍ଟ ଆମାଜୋନ ଓ ଫ୍ଲିପକାର୍ଟ ୱେବସାଇଟ୍ ସହିତ ସମସ୍ତ ଅନଲାଇନ୍ ପ୍ଲାଟଫର୍ମରେ ସହଜରେ ମିଳୁଛି ଏହାକୁ ବ୍ୟବହାର କରନ୍ତୁ । ମୁଁ ଏହି ପ୍ରଡକ୍ଟର ବ୍ୟବହାର ପ୍ରଥମେ କରୁଛି କିନ୍ତୁ ଏହାର ଫଳାଫଳ ଗୁଡିକ ବହୁତ ଚମତ୍କାର ! ଏହି ଉପହାର ଦେଇଥିବା ତାଙ୍କ ବନ୍ଧୁଙ୍କୁ ମଧ୍ୟ ସେ ଧନ୍ୟବାଦ ଦେବା ସହ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।
Published by:Sujit Swain
First published: