- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ଏବେ ବିବାହ ଋତୁ ଚାଲିଛି। ଓଲିଉଡ ଓ ବଲିଉଡରେ ଏବେ ବିବାହ କରୁଛନ୍ତି କଳାକାର। ସେହି କ୍ରମରେ ଯୋଡି ହେବ କି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାମ? ବିବାହ ପ୍ରସଙ୍ଗକୁ ନେଇ ନିଜ ମତ ରଖିଛନ୍ତି ଚୁଲବୁଲି ନାୟିକା ପ୍ରକୃତି ମିଶ୍ର।
ବିବାହ କରିବେ କି ପ୍ରକୃତି? କାହାକୁ କରିବେ ନିଜ ଜୀଵନ ସାଥୀ? ବିବାହରେ ବିଶ୍ୱାସ ରଖନ୍ତି କି ଅଭିନେତ୍ରୀ? ଏ ସମସ୍ତ ପ୍ରଶ୍ନର ସିଧା ଉତ୍ତର ଦେଇଛନ୍ତି ଅଭିନେତ୍ରୀ। ବର୍ତ୍ତମାନ ତାଙ୍କର ବିବାହ କରିବାକୁ ଯୋଜନା ନାହିଁ। ସେ ଏପରି ମଧ୍ୟ କହିଛନ୍ତି ଯେ ଏବେ ପାଇଁ ସେ ବିବାହରେ ବିଶ୍ୱାସ କରୁ ନାହାଁନ୍ତି। କିନ୍ତୁ ରିଲସରେ ନିଜର ବିବାହ ଭିଡ଼ିଓ ଲୋକଙ୍କୁ ଭଲ ଲାଗିବ ବୋଲି ସେ କହିଛନ୍ତି। ସମୟ ଆସିଲେ ସେ ବାବଦରେ ଜଣା ପଡିବ ବୋଲି ଏକ ଆଞ୍ଚଳିକ ଗଣମାଧ୍ୟମକୁ ଉତ୍ତର ଦେଇଛନ୍ତି ପ୍ରକୃତି।
ନିକଟରେ ପ୍ରକୃତି ମିଶ୍ର ଢେଙ୍କାନାଳ ସ୍ଥିତ ଭୁବନରେ ଫିଲ୍ମ 'କଫି ସପ'ର ସୁଟିଂ କରୁଛନ୍ତି। ତାଙ୍କ ସହ ପୁରା ଟିମ ମଧ୍ୟ ଉପସ୍ଥିତ ଅଛନ୍ତି। ଢେଙ୍କାନାଳର ଖାଦ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ଅଭିନେତ୍ରୀ। ସୁଟିଂ ସମୟରେ ସେ ଜଳଖିଆରେ ବରା, ଘୁଗୁନି ଆଦି ଖାଉଛନ୍ତି ବୋଲି ଜଣାଇଛନ୍ତି। ଶୀତ ଅନୁଭୂତି ସହ ଫିଲ୍ମର ବିଭିନ୍ନ ଦିଗକୁ ନେଇ ଖୁସି ଅଛନ୍ତି ପ୍ରକୃତି। ବାବୁସାନଙ୍କ ସହ ବିବାଦ ପରେ ପ୍ରକୃତି ମିଶ୍ର ମଧ୍ୟ ବିବାଦ ଘେରକୁ ଆସିଥିଲେ। ପୁଣି ଥରେ ନିଜ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କୁ ମନ ଜିଣିପାରିବେ ବୋଲି ବିଶ୍ୱାସ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।