ବିଜ୍ଞାପନରୁ ବାଦ ହେଲେ ପ୍ରକୃତି; ରାସ୍ତାରୁ ହୋର୍ଡିଂ ବି ହଟାଇଦେଲା କମ୍ପାନୀ

ସୁନା ଅଳଙ୍କାର ବିଜ୍ଞାପନରୁ ପ୍ରକୃତିଙ୍କୁ ବାଦ ଦେଇଛି କମ୍ପାନୀ । ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ ମଧ୍ୟ କାଢ଼ିଦିଆ ହୋଇଛି।

ପ୍ରକୃତି ମିଶ୍ର (ଫଟୋ ସୌଜନ୍ଯ: ସୋସିଆଲ ମିଡ଼ିଆ)

ପ୍ରକୃତି ମିଶ୍ର (ଫଟୋ ସୌଜନ୍ଯ: ସୋସିଆଲ ମିଡ଼ିଆ)

  • Share this:
News18 Odia Digital

ବାବୁସାନ ଓ ପ୍ରକୃତି ମିଶ୍ର ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଗୋଟେ ପଟେ ବାବୁସାନ ଭୁବନେଶ୍ୱର ଫେରିଥିବା ବେଳେ ଅନ୍ୟ ପଟେ ବିଜ୍ଞାପନରୁ ବିଦା ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସୁନା ଅଳଙ୍କାର ବିଜ୍ଞାପନରୁ ପ୍ରକୃତିଙ୍କୁ ବାଦ ଦେଇଛି କମ୍ପାନୀ । ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ ମଧ୍ୟ କାଢ଼ିଦିଆ ହୋଇଛି। ପାରିବାରିକ ବିବାଦକୁ ଆଖି ଆଗରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ ।

ଆଜି ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱର ଫେରି ଆସିଛନ୍ତି ଓଲିଉଡ ଅଭିନେତା । ଆଜି ସକାଳ ୮ଟା୩୦ରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ । ଗଣମାଧ୍ୟମକୁ କେବଳ ଗୋଟିଏ ଲାଇନ୍ 'ମତେ ମୋ ବାପା ମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ' କହି ବାବୁସାନ ନିଜ ଜଗନ୍ନାଥ ବିହାର ଘରକୁ ଯାଇଛନ୍ତି । ଘରେ ପହଞ୍ଚିବା ପରେ ମାଆ ଅପରାଜିତାଙ୍କୁ ଧରି କାନ୍ଦିଛନ୍ତି ପୁଅ ବାବୁସାନ ।

ମଙ୍ଗଳବାର ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ଘରେ ପହଞ୍ଚି ଥିଲା ପୋଲିସ। ପ୍ରକୃତିଙ୍କ ବୟାନ ମଧ୍ୟ ରେକର୍ଡ଼ ହୋଇଛି। ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇସାରିଛନ୍ତି । ଘଟଣାସ୍ଥଳରେ ଆମେ ଉପସ୍ଥିତ ନଥିବାରୁ ଅଭିଯୋଗ ଦାୟର କରିଥିଲୁ ବୋଲି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ପ୍ରତିକ୍ରିୟା ରଖିଥିଲେ ।
Published by:Soumya Das
First published: