ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆଟାକ୍ ହେଲା; VIDEO ଜାରି କରି ଜଣାଇଲେ

ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆଟାକ୍ ହେଲା; VIDEO ଜାରି କରି ଜଣାଇଲେ

Bollywood actress Payal Ghosh says she suffered acid attack | ପାୟଲ ଘୋଷ କହିଛନ୍ତି ଯେ ସେ ନିଜ କାରରେ ବସୁଥିବା ବେଳେ କିଛି ଲୋକ ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିଲେ । ସେମାନେ ରଡ଼ ଧରିଥିଲେ । ଏହି ଆକ୍ରମଣରେ ପାୟଲ କିଛି ମାତ୍ରାରେ ଆହତ ହୋଇଛନ୍ତି ବୋଲି ବି କହିଛନ୍ତି।

ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆଟାକ୍ ହେଲା; VIDEO ଜାରି କରି ଜଣାଇଲେ
ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷ
  • News18 Odia
  • Last Updated: September 21, 2021, 9:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଙ୍ଗାଳୀ ଅଭିନେତ୍ରୀ ପାୟଲ ଘୋଷ (Payal Ghosh) କିଛି ଦିନ ତଳେ ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ (Anurag Kashyap) ବିରୁଦ୍ଧରେ ଯୌନ ଉତ୍ପୀଡ଼ନ (sexual harassment) ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ । ସେ କହିଥିଲେ ଯେ ଅନୁରାଗ ତାଙ୍କୁ ୨୦୧୩ ମସିହାରେ ଯୌନ ନିର୍ଯାତନା ଦେଇଥିଲେ । ମୁମ୍ବାଇ ପୋଲିସକୁ (Mumbai Police) ଦେଇଥିବା ବିବୃତ୍ତିରେ କଶ୍ୟପ କହିଥିଲେ ଯେ ସେହି ସମୟରେ ସେ ସୁଟିଂ ପାଇଁ ଶ୍ରୀଲଙ୍କାରେ ଥିଲେ । ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଅନୁରାଗ ମିଥ୍ୟା ବୋଲି କହିଥିଲେ । ଏହା ପରେ ପୋଲିସ ଏହି ଘଟଣାରେ ଅନୁରାଗଙ୍କୁ ପଚରାଉଚରା କରିଥିଲା । ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡି଼ଥିଲେ ଅଭିନେତ୍ରୀ ପାୟଲ ଘୋଷ ।

ଏବେ ପାୟଲଙ୍କ ଆଉ ଏକ ଭିଡିଓ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିରେ ସେ କହିଛନ୍ତି ଯେ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ (acid attack) କରିବାକୁ ଉଦ୍ୟମ କରାଯାଇଛି । ପାୟଲ ଘୋଷ ନିଜ ସୋସିଆଲ ମିଡି଼ଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର୍‌ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ କିଛି ଅଜ୍ଞାତ ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି । ପାୟଲ କହିଛନ୍ତି ଯେ ଏହି ଘଟଣା ସମୟରେ ସେ ମୁମ୍ବାଇର ଅନ୍ଧେରୀରେ ଥିବା ନିଜ ଘରୁ ବାହାରକୁ ଆସୁଥିଲେ (actress acid attack) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

ପାୟଲ ଘୋଷ କହିଛନ୍ତି ଯେ ସେ ନିଜ କାରରେ ବସୁଥିବା ବେଳେ କିଛି ଲୋକ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିଲେ । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଉପରେ ଏସିଡ୍ ପକାଇବାକୁ ଉଦ୍ୟମ କରାଯାଇଥିଲା । ପାୟଲ କହିଛନ୍ତି ଯେ ଆକ୍ରମଣକାରୀମାନଙ୍କ ମୁହଁ ମାସ୍କରେ ଆଚ୍ଛାଦିତ ହୋଇଥିଲା ବୋଲି ସେ କହିଛନ୍ତି । ଏହି ଆକ୍ରମଣରେ ପାୟଲ କିଛି ମାତ୍ରାରେ ଆହତ ହୋଇଛନ୍ତି ବୋଲି ବି କହିଛନ୍ତି (Payal Ghosh acid attack)।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ପୁରା ଘଟଣାକୁ ବର୍ଣ୍ଣନା କରି ପାୟଲ ଘୋଷ ଦାବି କରିଛନ୍ତି ଯେ ତାଙ୍କ ଉପରେ ରଡ଼ରେ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା । ଏହା ସହ ଆକ୍ରମଣକାରୀଙ୍କ ହାତରେ ଏସିଡ୍ ଭଳି କିଛି ଥିଲା ବୋଲି ସେ କହିଛନ୍ତି । ତା’ ପରେ ସେ ପାଟି କରିବାକୁ ଲାଗିଥିଲେ ଓ ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ । ଏହି ଆକ୍ରମଣରେ ତାଙ୍କ ବାମ ହାତରେ ରଡ଼ ବାଜି ଆଘାତ ଲାଗିଛି ବୋଲି ସେ କହିଛନ୍ତି (Bollywood acid attack) ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ପାୟଲ ଘୋଷ କହିଛନ୍ତି ଯେ ଏହି ଆକ୍ରମଣ ବିଷୟରେ ସେ ପୋଲିସରେ ଅଭିଯୋଗ କରିଛନ୍ତି । ଇନଷ୍ଟା ଷ୍ଟୋରୀରେ ପାୟଲ ନିଜ ପୋଷ୍ଟ୍‌ ଶେୟାର କରି ନିଜ ହାତରେ ଲାଗିଥିବା ଆଘାତ ଦେଖାଇଛନ୍ତି । ଫଟୋ ଶେୟାର କରିବା ବେଳେ ପାୟଲ ଲେଖିଛନ୍ତି ଯେ ଯନ୍ତ୍ରଣା ଯୋଗୁଁ ସେ ରାତି ସାରା ଶୋଇପାରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

ଏହି ଆକ୍ରମଣ ଘଟଣା ପରେ ପାୟଲ ଘୋଷ ଖୁବ୍‌ ମର୍ମାହତ ଅବସ୍ଥଆରେ ଅଛନ୍ତି ବୋଲି କହିଛନ୍ତି । ତାଙ୍କ ଭାଇରାଲ୍‌ ହେଉଥିବା ଭିଡିଓ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ସୁସ୍ଥ ହେବା ବାର୍ତ୍ତା ପଠାଉଛନ୍ତି ।
Published by: Anand S.T. Das
First published: September 21, 2021, 9:22 PM IST