ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଏକାଥରେ ୩୩ଟି Handstand ମାରିଲେ ମନ୍ଦିରା ବେଦୀ; ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ

ଏକାଥରେ ୩୩ଟି Handstand ମାରିଲେ ମନ୍ଦିରା ବେଦୀ; ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ

ମନ୍ଦିରା ବେଦୀ ଫିଟନେସକୁ ନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସବୁଠାରୁ ବିଶେଷ କଥା ହେଲା ଏଥିରେ ସେ ଥରକରେ ୩୩ଟି ହ୍ୟାଣ୍ଡଷ୍ଟାଣ୍ଡ କରିଛନ୍ତି।

ଏକାଥରେ ୩୩ଟି Handstand ମାରିଲେ ମନ୍ଦିରା ବେଦୀ; ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ
ମନ୍ଦିରା ବେଦୀଙ୍କ ଏକ୍ସରସାଇଜ ଭିଡ଼ିଓ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 22, 2021, 12:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମନ୍ଦିରା ବେଦୀ ବଲିଉଡ୍‌ର ସେହି ଅଭିନେତ୍ରୀମାନଙ୍କ ତାଲିକାରେ ଗଣା ହୁଅନ୍ତି ଯିଏ ନିଜର ଫିଟନେସ ପ୍ରତି ସବୁବେଳେ ଧ୍ୟାନ ଦିଅନ୍ତି। ସେ ଯେ ଖାଲି ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତି ତାହା ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ‘ଫିଟ୍ ଆଣ୍ଡ୍ ଫାଇନ୍’ ରହିବା ନେଇ ଜାଗରଣ କରନ୍ତି। ସେ ତାଙ୍କ ଜୀବନରେ ଅନେକ ଅସୁବିଧା ଦେଇ ଗତି କରିଛନ୍ତି, କିନ୍ତୁ କେବେ ବି ହାରି ନାହାନ୍ତି।

ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ପ୍ରାୟ ସମସ୍ତେ ଜାଣିଥିବେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଯେଉଁଭଳି ଭାବେ ନିଜକୁ ଓ ନିଜ ପରିବାରକୁ ସମ୍ଭାଳିଲେ, ଏଥିରୁ ଜଣାଯାଏ ଯେ ସେ ମାନସିକ ଭାବେ କେତେ ମଜବୁତ୍। ବର୍ତ୍ତମାନ ସେ ନିଜ ଜୀବନକୁ ସ୍ୱାଭାବିକ କରିବାନେଇ ଚେଷ୍ଟା ଜାରି ରଖିଛନ୍ତି। ବହୁଦିନର ବ୍ୟବଧାନ ପରେ ସେ ବର୍ତ୍ତମାନ ପୁନର୍ବାର ସୋସିଆଲ୍ ମିଡିଆରେ ସକ୍ରିୟ ହୋଇଉଠିଛନ୍ତି। ଏହି ଅବସରରେ ସେ ତାଙ୍କ ଫିଟ୍‌ନେସ୍‌କୁ ନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି।








View this post on Instagram






A post shared by Mandira Bedi (@mandirabedi)






ଏହି ଭିଡିଓରେ ଅଭିନେତ୍ରୀ ମନ୍ଦିରା ବେଦୀ ବ୍ୟାୟାମ କରୁଥିବା ନଜର ଆସୁଛନ୍ତି। ଏମିତିରେ ତ ମନ୍ଦିରା ପୂର୍ବରୁ ନିଜର ଅନେକ ବ୍ୟାୟାମ ଭିଡିଓ ଶେୟାର କରିଛନ୍ତି, କିନ୍ତୁ ଏହି ଭିଡିଓରେ ସବୁଠାରୁ ବିଶେଷ କଥା ହେଲା ଏଥିରେ ସେ ଥରକରେ ୩୩ଟି ହ୍ୟାଣ୍ଡଷ୍ଟାଣ୍ଡ କରିଛନ୍ତି।ଆପଣ ହୁଏତ ଏହା ପଢି ବିଶ୍ୱାସ ନ କରି ପାରନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ୍‌କରି ମନ୍ଦିରା ବେଦୀ ଲେଖିଛନ୍ତି ଯେ “ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ ସକାଳ। ଉପରକୁ ତଳକୁ, ଆଗକୁ ପଛକୁ କରି ଆଜି ମୁଁ ୩୩ଟି ହ୍ୟାଣ୍ଡଷ୍ଟାଣ୍ଡ୍ କରିଦେଇଛି।”

ମନ୍ଦିରା ବେଦୀ ପୂର୍ବରୁ ମଧ୍ୟ ଏଭଳି ଅନେକ ଭିଡିଓ ପୋଷ୍ଟ କରିଛନ୍ତି। କିଛି ଦିନ ପୂର୍ବରୁ ଏକ ଭିଡିଓରେ ମନ୍ଦିରା ହଜାରେ ସ୍କ୍ୱାର୍ଟ୍ସ ମାରୁଥିବା ଦେଖାଦେଇଥିଲେ। ସେ ଏହି ଭିଡିଓ ଶେୟାର କରି ଲେଖିଥିଲେ ଯେ “ଆଜି ସକାଳେ ମୁଁ ଯେତେବେଳେ ଉଠିଲି, ଭାବିଲି ଯେ ଆଜି ମୁଁ ମତେ ହଜାରେ ସ୍କ୍ୱାର୍ଟ୍ସ କରିବାର ଅଛି।”

ମନ୍ଦିରା ବେଦୀ ନିଜ ଶରୀରକୁ ନେଇ ସବୁବେଳେ ସଜାଗ ଥାଆନ୍ତି। ମନ୍ଦିରାଙ୍କ କହିବା କଥା ହେଉଛି ନିଜକୁ ଫିଟ୍ ରଖିବା ନେଇ କେବେ ବିଳମ୍ବ ହୋଇଯାଏ ନାହିଁ। ଆପଣ ଯେକୌଣସି ବୟସରେ ବି ଆପଣଙ୍କୁ ଫିଟ୍ ରଖିପାରିବେ। ଏହାପାଇଁ କେବଳ ଏକ ଇଛାଶକ୍ତି ହିଁ ଦରକାର।

୪୯ ବର୍ଷୀୟ ମନ୍ଦିରା ବେଦୀ ନିଜ କ୍ୟାରିୟରର ଆରମ୍ଭ ୧୯୯୪ ମସିହାରେ ‘ଶାନ୍ତି’ ସିରିୟଲରୁ କରିଥିଲେ। ପରେ ୧୯୯୫ରେ ଫିଲ୍ମ ‘ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ରୁ ସେ ବଲିଉଡ୍ ଦୁନିଆରେ ପାଦ ରଖିଥିଲେ। ହିନ୍ଦି ଫିଲ୍ମ ଛଡା ସେ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ସହିତ ସେ ଅନେକ୍ ୱେବ୍‌ସିରିଜ୍‌ରେ ମଧ୍ୟ ନଜର ଆସିଛନ୍ତି।
Published by: Soumya Das
First published: November 22, 2021, 12:44 PM IST