News 18 Odia Digital
ଭୁବନେଶ୍ୱର; ଛୋଟ ପିଲାଙ୍କୁ ଅନେକ ବ୍ୟକ୍ତି ଖୁବ ଭଲ ପାଇଥାନ୍ତି । ଖାସ କରି ଝିଅମାନେ ଛୋଟ ପିଲାଙ୍କୁ ଦେଖିଲେ କୋଳକୁ ନନେଇ ରହି ପାରନ୍ତିନି । ଛୋଟପିଲାଙ୍କୁ ଚକଲେଟ ଦେବା ସହ ଅନେକ ମିଠାମିଠା କଥା କହି ସେମାନଙ୍କ ଓଠରେ ହସ ଭରିବା ଅନେକଙ୍କର ପସନ୍ଦ । ସେଲିବ୍ରେଟିମାନେ ବି ଏଥିରୁ ବାଦ ପଡିବେ କେମିତି । ଅଭିନେତ୍ରୀ ଲିପ୍ସା ମିଶ୍ର ନିକଟରେ ନିଜ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ କୁନି ପୁଅ ଆୟନଙ୍କୁ ଗେଲ କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋ ଫ୍ରେମରେ ଏକ ସୁନ୍ଦର କେକରେ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଲେଖାହୋଇଥିଲା ।

କୁନି ପୁଅକୁ ଗେଲ କରୁଥିବାର ଫଟୋ ଆମ ନଜରକୁ ଆସିବା ପରେ ସେ କିଏ ବୋଲି ଆମେ ଲିପ୍ସାଙ୍କୁ ପ୍ରଶ୍ନ କରିଥିଲୁ । ଲିପ୍ସାଙ୍କ କହିବାନୁଯାୟୀ ଆୟନ ଲିପ୍ସାଙ୍କ ଭଉଣୀଙ୍କ ପୁଅ । ମାଉସୀ ହିସାବରେ ଲିପ୍ସା ଆୟନଙ୍କୁ ଖୁବ ଆଦର କରନ୍ତି । ଆୟନ ମଧ୍ୟ ଲିପ୍ସାଙ୍କୁ ଦେଖିଲେ ତାଙ୍କ ନିକଟକୁ ଯିବା ପାଇଁ ଅଥୟ ହୋଇପଡେ । କେବଳ ସେତିକି ନୁହେଁ, ଦୁହିଁଙ୍କୁ ଦେଖିଲେ ଅନେକ ଭୁଲରେ ଭାବି ନିଅନ୍ତି ଏ ଦୁହେଁ ମାଆ ଏବଂ ପୁଅ ।
କେବଳ ସେତିକି ନୁହେଁ, ସୁଟିଂ ସେଟରେ ମଧ୍ୟ କେହି କୁନି ପିଲା ଥିଲେ କିମ୍ୱା ଅନ୍ୟ କେଉଁଠି ଛୋଟ ପିଲାଙ୍କ ସହ ଭେଟ ହୋଇଗଲେ ଲିପ୍ସା ପିଲାଙ୍କ ସହ ମିଶି ପିଲାଳିଆମି ଆରମ୍ଭ କରିଦେଉଥିବା ସହ କଳାକାରମାନେ କୁହନ୍ତି । କେବଳ ଭଲ ଅଭିନୟ ନୁହେଁ, ଛୋଟ ପିଲାଙ୍କ ସହିତ ସହଜରେ ମିଶିଯିବାର କଳା ଲିପ୍ସାଙ୍କୁ ଖୁବ ଭଲ ଭାବରେ ଜଣା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।