ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»୧୫ କେଜି ଶରୀରର ଓଜନ କମ୍ କରି ଆହୁରି ସୁନ୍ଦର ନଜର ଆସିଲେ ସାଉଥ ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସବୁ ସୁନ୍ଦର

୧୫ କେଜି ଶରୀରର ଓଜନ କମ୍ କରି ଆହୁରି ସୁନ୍ଦର ନଜର ଆସିଲେ ସାଉଥ ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସବୁ ସୁନ୍ଦର

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଖୁସବୁ ସୁନ୍ଦରଙ୍କ ନୂଆ ଫଟୋ । ଯେଉଁଥିରେ ଦେଖିବାକୁ ମିଳୁଛି ତାଙ୍କ ଦମଦାର ଲୁକ୍ ।

୧୫ କେଜି ଶରୀରର ଓଜନ କମ୍ କରି ଆହୁରି ସୁନ୍ଦର ନଜର ଆସିଲେ ସାଉଥ ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସବୁ ସୁନ୍ଦର
୧୫ କେଜି ଶରୀରର ଓଜନ କମ୍ କରି ଆହୁରି ସୁନ୍ଦର ନଜର ଆସିଲେ ସାଉଥ ଅଭିନେତ୍ରୀ
  • News18 Odia
  • Last Updated: October 15, 2021, 3:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରି ସମସ୍ତଙ୍କ ମନ କିଣିଥିବା ଖୁସବୁ ସୁନ୍ଦର୍ ମଧ୍ୟ ରାଜନୀତି ଜଗତରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଅଭିନେତ୍ରୀ ହେବା ବ୍ୟତୀତ ଖୁସବ ସୁନ୍ଦର୍ ଜଣେ ଚଳଚ୍ଚିତ୍ର ନିର୍ମାତା ଓ ଟିଭି ହୋଷ୍ଟ ମଧ୍ୟ । ହେଲେ ଏବେ ସେ ଅଭିନୟ ଓ ରାଜନୈତିକ କ୍ୟାରିୟର ବ୍ୟତୀତ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ନିଜର ଶରୀରର ଓଜନ କମ୍ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଉ ଏବେ ତାଙ୍କ ସୌନ୍ଦର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

କଥାଟି ହେଲାଯେ ଅଭିନେତ୍ରୀ ଖୁସବୁ ସୁନ୍ଦର୍ ୧୫ କିଲୋଗ୍ରାମ ଶୀରର ଓଜନ ହ୍ରାସ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ଚେହେରା ମଧ୍ୟ ବହୁତ ପରିମାଣରେ ବଦଳି ଯାଇଛି । ଅଭିନେତ୍ରୀ ନିଜେ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଖୁସବୁ ସୁନ୍ଦର ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ଓଜନ ହ୍ରାସ ପୂର୍ବରୁ ଓ ଗୋଟିଏ ଓଜନ ହ୍ରାସ ପରେ। ଏହି ଦୁଇଟି ଫଟୋରେ ଅଭିନେତ୍ରୀଙ୍କ ଲୁକରେ ଏକ ପାର୍ଥକ୍ୟ ନଜର ଆସୁଛି । ଏହି ପୋଷ୍ଟକୁ ଶେୟାର କରି ଖୁସବୁ ସୁନ୍ଦର କ୍ୟାପସନରେ ଲେଖିଛନ୍ତି, ‘‘ବର୍ତ୍ତମାନ। ୧୫ କିଲୋଗ୍ରାମ ଶୀରରର ଓଜନ ହ୍ରାସ ବ୍ୟତୀତ ଆଉ କିଛି ପରିବର୍ତ୍ତନ ହୋଇନାହିଁ।”

ଏହା ପୂର୍ବରୁ ମଧ୍ୟ ଖୁସବୁ ଟ୍ୱିଟରରେ ତାଙ୍କର କିଛି ଛବି ଶେୟାର କରିଥିଲେ, ଯେଉଁଥିରେ ତାଙ୍କର ନୂଆ ଲୁକ୍ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଥିଲା । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ କଳା ଜମସୁଟ୍ ପିନ୍ଧିଥିବାର ନଜର ଆସିଥିଲେ। ଚିତ୍ରଗୁଡ଼ିକୁ ଶେୟାର କରି ଅଭିନେତ୍ରୀ ଲେଖିଥିଲେ, ‘‘ଯେତେବେଳେ ତୁମେ ତୁମର ପରିଶ୍ରମର ଫଳ ପାଇବ ସେତେବେଳେ ସୁଖକୁ ବର୍ଣ୍ଣନା କରାଯାଇପାରିବ ନାହିଁ ।’’

ପୂର୍ବରୁ ତାଙ୍କ ଶରୀରର ଓଜନ ୯୩ କିଲୋଗ୍ରାମ ଥିଲା

ଅଭିନେତ୍ରୀ ଖୁସବୁ ସୁନ୍ଦର ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ଏକ ସମୟରେ ତାଙ୍କ ଓଜନ ପ୍ରାୟ ୯୩ କିଲୋଗ୍ରାମ ଥିଲା। ଏହି ବିଷୟରେ ଅଭିନେତ୍ରୀ କହିଥିଲେ, “ଯେତେବେଳେ ମୁଁ କାମ କରିବା ଆରମ୍ଭ କଲି, ମୋର ଓଜନ ୯୩ କିଲୋଗ୍ରାମ ଥିଲା। ମୁଁ ବର୍ତ୍ତମାନ ୭୯ କିଲୋଗ୍ରାମ ଓ ମୁଁ ଆଉ ୧୦ କିଲୋଗ୍ରାମ ହ୍ରାସ କରିବାକୁ ଚାହୁଁଛି । ଯାହା ଦ୍ବାରା ମୁଁ ୬୯ କିଲୋଗ୍ରାମର ଲକ୍ଷ୍ୟରେ ପହଞ୍ଚି ପାରିବି।”

ଅଭିନେତ୍ରୀ ରୁଟିନ୍

ଖୁସବୁ ସୁନ୍ଦର ତାଙ୍କ ଟ୍ୱିଟରେ ଜଣାଇଛନ୍ତି ଯେ ତାଙ୍କ ଓଜନ ହ୍ରାସର ସବୁଠାରୁ ବଡ଼ କାରଣ ହେଉଛି ଲକଡାଉନ୍। ଏହି ବିଷୟରେ ଅଭିନେତ୍ରୀ ଏକ ଟ୍ବିଟରେ ଲେଖିଥିଲେ, “ମୋର ପରିବର୍ତ୍ତନ ହେବାର ସବୁଠାରୁ ବଡ଼ କାରଣ ହେଉଛି ଲକଡାଉନ୍। ୭୦ ଦିନ ଧରି କେହି ମୋତେ ସାହାଯ୍ୟ କଲେ ନାହିଁ ମୁଁ ନିଜେ ସବୁକିଛି କାମ କରୁଥିଲି । ଘର କାମଠୁ ନେଇ ସବୁ କାମ କରିବାକୁ ପଡୁଥିଲା ।’’

ଖୁସବୁ ସୁନ୍ଦର ଆହୁରି ମଧ୍ୟ ନିଜ ଟ୍ୱିଟରେ ଲେଖିଥିଲେ, “ଆଜ୍ଞା ହଁ ଯୋଗ ଓ ବ୍ୟାୟାମ ମଧ୍ୟ ବହୁତ ସାହାଯ୍ୟ କରିଛି। ଯେଉଁମାନେ ଅଧିକ ଖାଆନ୍ତି ମୁଁ ସେମାନଙ୍କ ମଧ୍ୟରୁ ଜଣେ ନୁହେଁ।’’

ଏହା ବ୍ୟତୀତ, ତାଙ୍କର ଏକ ମନ୍ତବ୍ୟରେ, ଅଭିନେତ୍ରୀ କହିଥିଲେ ଯେ ସେ ପ୍ରତିଦିନ ପ୍ରାୟ ଦୁଇ ଘଣ୍ଟା କାମ କରୁଥିଲେ ଓ ତାଙ୍କ ଡାଏଟ୍ ମଧ୍ୟ ନିୟନ୍ତ୍ରଣରେ ରହିଥିଲା, ଯାହା ତାଙ୍କୁ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥିଲା ।
Published by: Lipina Das
First published: October 15, 2021, 3:20 PM IST