News 18 Odia Digital
ଭୁବନେଶ୍ୱର: ଅନେକ ଦିନ ପରେ ନିଜ ମନର କଥା ସେୟାର କରିଛନ୍ତି ଆପଣଙ୍କ ପ୍ରିୟ ତଥା ଓଲିଉଡ୍ ଅଭିନେତ୍ରୀ କୋଏଲ ବାନାର୍ଜୀ (koyel banerjee) । ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଛନ୍ତି ଯେ, ଆପଣଙ୍କର କମେଣ୍ଟ୍ (comment) ମୁଁ ପଢିଛି । ଆପଣମାନେ ମତେ ଏତେ ଭଲପାଉଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ (thank you) ।
ଏଥିସହ କୋଏଲ କହିଛନ୍ତି ଯେ, ମୁଁ ଯେଉଁ ପଦକ୍ଷପ ନେଇଛି ମୁଁ ଭାବୁଛି ଖୁବ୍ ଆଗରୁ ଏ ପଦକ୍ଷପ ନେଇଥିଲେ ଭଲ ହେଇଥାନ୍ତା । ମୁଁ ଭାବୁଥିଲି କିଏ କଣ କହିବ କାଳେ କଣ ହେବ । ଆପଣ ମାନେ ଭାବିବେ ମୁଁ କାହିଁକି ଏକଥା କହୁଛି । ମୁଁ ଅଭିନୟ (acting)କୁ ଖୁବ୍ ଭଲପାଏ । କିନ୍ତୁ ମୁଁ ବେଶି କାମ କରିପାରିନି ଓଡ଼ିଶାରେ । କାରଣ ମତେ ସେତେବେଳେ ସୁଟିଂ ସେଟରେ ଖୁବ୍ ଅସୁବିଧା ହେଉଥିଲା । କାହାର ନାମ ନନେଇ ପରୋକ୍ଷ ଭାବରେ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି କୋଏଲ କହିଛନ୍ତି ଯେ, ଯେହେତୁ ଆଲକହଲ ପର୍ସନ ତେଣୁ ମତେ ଲୋକମାନେ ନେବାପାଇଁ ଡରୁଥିଲେ । ସୁଟିଂ ସେଟରେ ହଂଗାମା, ଅଶାନ୍ତି, ଆହୁରି ବହୁତ କିଛି ଜିନିଷ ଘଟୁଥିଲା । ସେଥିପାଇଁ ମତେ ନବାକୁ ଡରୁଥିଲେ ପ୍ରଯୋଜକ ଓ ନିର୍ଦ୍ଦେଶକ (director and producer) । ତେଣୁ ମୁଁ ଥିଲି ଏକା । ମୁଁ ଫିଲ୍ମ କରିବାକୁ ଚାହୁଁଥିଲି କିନ୍ତୁ ଫିଲ୍ମ ଆସିବାର ଅଧାବାଟରୁ ମନା ହୋଇଯାଉଥିଲା । ନିଜ ଇଚ୍ଛାରେ କିଛି କରିପାରୁନଥିଲି । ସାଙ୍ଗସାଥୀଙ୍କ ସହ ମିଶିପାରୁନଥିଲି । ଅଧିକାଂଶ ସମୟରେ ମୁଁ ଚିନ୍ତାରେ ରହୁଥିଲି ।
ଚପଲ, ଜୋତା, ନେମପ୍ଲେଟ୍ ମିଛ ଷ୍ଟୋରୀକୁ ବନ୍ଦ କରିବା ଦରକାର । କ୍ଷତି ମୋର ହୋଇଛି, ଫିଲ୍ମ (film) ମୁଁ ଛାଡିଛି, ବ୍ୟକ୍ତିଗତ ଓ ବୃତ୍ତିଗତ୍ତ ଉଭୟରେ ମୋର କ୍ଷତି ହୋଇଛି । ହିରୋଇନ (heroin) ମାନଙ୍କର ଏକ ସମୟସୀମା ରହିଛି । ମୁଁ ୪୦କି ୫୦ବର୍ଷରେ ହିରୋଇନ ହୋଇପାରିବିନି । ମୁଁ ଯେଉଁ ବୟସରେ ଓଡ଼ିଶାରେ ଥିଲି ହିରୋଇନ ହେବା ବୟସରେ ହିଁ ଥିଲି । ତେଣୁ କ୍ଷତି (loss) ମୋର ହୋଇଛି । ପିଲାବେଳୁ ଗୀତ ଲେଖିବା ଓ ସ୍ୱର ଦେବାରେ ମୋର ରୁଚି । ମୁଁ ଗୋଟେ ଓଡ଼ିଆ ଗୀତ ଲେଖିଥିଲି । ମୁଁ ଭାବିଥିଲି ଗୀତଟି ରିଲିଜ୍ କରିବି ପୁଣି ଭାବିଲି ମୁଁ ଯେହେତୁ ଓଡ଼ିଶାର ନୁହେଁ ପଶ୍ଚିମବଙ୍ଗର ତେଣୁ କିଏ କଣ ଭାବିବେ ସେଥିପାଇଁ ଚୁପ୍ ହୋଇଯାଇଥିଲି । ମୁଁ ଲେଖିଥିବା ଗୀତ (song) ଏବଂ ଡାଇଲଗକୁ ବର୍ତ୍ତମାନ ଅନ୍ୟ ସଂସ୍ଥାକୁ ଦିଆଯାଉଛି । ମୁଁ ଖୁବଶୀଘ୍ର ମୋର ଗୀତକୁ ଆପଣଙ୍କ ନିକଟରେ ରଖିବି ।
କିଛି ୟୁଟୁବ ଚ୍ୟାନେଲ ମୋ ନାମରେ କଦର୍ଯ୍ୟ ଖବର ପରିବେଷଣ କରୁଛନ୍ତି । ସେମାନଙ୍କୁ ଏତିକି କହିବି ଯେ, ମୋ ବିଷୟରେ କାହାକୁ କିଛି ପଚାରନ୍ତୁ ନାହିଁ । ଆପଣ ଥମନେଲରେ ପକାଇକି ଭିୟୁଜ୍ ପାଇଁ ମତେ ବ୍ୟବହାର କରନ୍ତୁ ନାହିଁ । ମୋ ଲାଇଫର କଥା ମୁଁ ହିଁ କହିପାରିବି ଭଲ ଭାବରେ । ସିଧା ମତେ କଲ୍ କରି ପଚାରନ୍ତୁ । ମୁଁ ଯେତିକି ଦିନ ଓଡ଼ିଶାରେ ରହିଲି ଶାନ୍ତିରେ ରହିପାରିଲି ନାହିଁ । ଏବେ ଓଡ଼ିଶା ଛାଡିଦେଲିଣି । ମତେ ଶାନ୍ତିରେ ରହିବାକୁ ଦିଅନ୍ତୁ । କିଛି ସେନସ୍ ରଖନ୍ତୁ । ଏମିତି ତ ନୁହେଁ ପ୍ରଥମଥର ମୋର ଡିଭର୍ସ (divorce) ହୋଇଛି । ଆଗରୁ ବି ଅନେକଙ୍କର ଡିଭୋର୍ସ ହୋଇଛି । ଚିନ୍ତାଧାରା ବଦଳାନ୍ତୁ । ଅଯୋଥା ମତେ ବ୍ୟବହାର କରି ବଦନାମ କରନ୍ତୁ ନାହିଁ ।
ଏହି ଖବର ପଢ଼ନ୍ତୁ -
ସିଙ୍ଗଡା ନୁହେଁ ଆମ ଦେଶର: କିପରି ପହଞ୍ଚିଲା ଭାରତରେ ? ଜାଣନ୍ତୁ ପୂରା ତଥ୍ୟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।