RRRର ସଫଳତା ପରେ ବଦଳିଯାଇଛନ୍ତି ରାମ ଚରଣ, କାହିଁକି ଏମିତି କହିଲେ କିଆରା?

Kiara reacted on Ram Charan: ନିକଟରେ ସାଉଥର ସୁପରଷ୍ଟାର ରାମ ଚରଣଙ୍କ ବିଷୟରେ ବଡ଼ ଖୁଲାସା କରିଥିଲେ ସୁନ୍ଦରୀ ଅଭିନେତ୍ରୀ କିଆରା ଆଡଭାନୀ। ଯାହାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା।

ରାମ ଚରଣକୁ ନେଇ ଏମିତି କହିଲେ କିଆରା ଆଡଭାନୀ

ରାମ ଚରଣକୁ ନେଇ ଏମିତି କହିଲେ କିଆରା ଆଡଭାନୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: କ୍ରମାଗତ ଭାବେ ‘ଶେରଶାହ’ (Shershaah), ‘ଭୁଲ୍ ଭୁଲେୟା-୨’ (Bhool Bhulaiyaa 2), ‘ଜୁଗଜୁଗ ଜିଓ’ (Jugjugg Jeeyo), ‘ଗୋବିନ୍ଦା ନାମ ମେରା’ (Govinda Naam Mera) ସଫଳତା ପାଇବା ପରେ ଅଭିନେତ୍ରୀ କିଆରା ଆଡଭାନୀ (Kiara Advani) ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ଉଭା ହୋଇଛନ୍ତି।

ବର୍ତ୍ତମାନ ସେ ‘ସତ୍ୟପ୍ରେମ କି କଥା’ (Satyaprem Ki Katha) ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାବେଳେ ଆଗକୁ ଶସାଙ୍କ ଖଇତାନଙ୍କ ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମରେ ମଧ୍ୟ ଅଭିନୟ କରିପାରନ୍ତି।

ତେବେ ନିକଟରେ କିଆରା ନ୍ୟୁଜ ୧୮ ସହ କଥାହେବା ବେଳେ RRR ଚଳଚ୍ଚିତ୍ରର ଅଭିନେତା ରାମ ଚରଣଙ୍କ ସହ ଅନ୍‌-ସ୍କ୍ରିନ ସେୟାର କରିବାର ଖୁସି ଜାହିର କରିଥିଲେ। ନ୍ୟୁଜ୧୮କୁ ନିଜର ସ୍ବତନ୍ତ୍ର ସାକ୍ଷାତକାରରେ କିଆରା କହିଥିଲେ ଯେ ରାମ ଚରଣଙ୍କ ସହ କାମ କରିବା ସବୁବେଳେ ଆନନ୍ଦଦାୟକ। ରାମ ଚରଣ ଖୁବ ଭଲ ଅଭିନେତା ଓ ଉତ୍କୃଷ୍ଟ ଡ୍ୟାନ୍ସର ମଧ୍ୟ।

ଯଦିଓ ରାମ ଚରଣ ପୂର୍ବରୁ ମଧ୍ୟ ଅନେକ ଫିଲ୍ମରେ ନିଖୁଣ ଅଭିନୟ କରି ଅନେକ ପ୍ରଶଂସା ନିଜ ନାମରେ କରିଛନ୍ତି, କିନ୍ତୁ ଏସ୍ ଏସ୍ ରାଜାମୌଲିଙ୍କ ( S S Rajamouli)ଙ୍କ ଫିଲ୍ମ ‘RRR’ ତାଙ୍କୁ ବିଶ୍ବରେ ଖୁବ୍ ଖ୍ୟାତି ପ୍ରଦାନ କରିଛି।

‘RRR’ର ନାଟୁ ନାଟୁ ଗୀତକୁ ନିକଟରେ ଗୋଲ୍ଡେନ ଗ୍ଲୋବ ଆୱାର୍ଡ ମିଳିଛି ଓ ଗୀତଟି ୯୫ତମ ଓସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛି। ଅନେକ ଖ୍ୟାତି ଅର୍ଜନ କରିବା ପରେ ମଧ୍ୟ ଅଭିନେତା ରାମ ଚରଣ (Ram Charan) ବିଲକୁଲ ବି ବଦଳିନାହାଁନ୍ତି କି ତାଙ୍କ ମନରେ ମଧ୍ୟ ଗର୍ବ ନଥିବା ଅଭିନେତ୍ରୀ କିଆରା ଆଡଭାନୀ କହିଥିଲେ।

ପଢ଼ନ୍ତୁ ପୂରା ଖବର:  Gold Price Today: ପୁଣି ଗ୍ରାହକଙ୍କୁ ନିରାଶ କଲା ସୁନା ମୂଲ୍ୟ; ବଢ଼ିଲା ଦର

ପୂର୍ବରୁ ରାମ ଚରଣଙ୍କ ସହ କିଆରା ୨୦୧୯ରେ ତେଲୁଗୁ ଫିଲ୍ମ ‘ବିନୟ ବିଦ୍ୟା ରାମା’ (Vinaya Vidheya Rama)ରେ ସେ କାମ କରିଛନ୍ତି। ଅପକମିଂ ଫିଲ୍ମ ‘RC15’ ମାଧ୍ୟମରେ କିଆରା ୪ ବର୍ଷ ପରେ ତେଲୁଗୁ ଫିଲ୍ମକୁ କମ୍‌ବ୍ୟାକ କରିବେ। ‘RC15’ ଫିଲ୍ମରେ ରାମ ଚରଣଙ୍କ ସହ ନଜର ଆସିବେ ଅଭିନେତ୍ରୀ କିଆରା ଆଡଭାନୀ ।

ରିପୋର୍ଟ ପ୍ରଜ୍ଞା ପରମିତା ପତ୍ରୀଙ୍କ ରିପୋର୍ଟ
Published by:Lipina Das
First published: