ଟ୍ୱିଟର ଟ୍ରେଣ୍ଡରେ ଅଭିନେତ୍ରୀ କଙ୍ଗନା ରାଣାୱାତ! ପ୍ରଶଂସକମାନେ ଦାବି କଲେ ଏହି କଥା

ବର୍ତ୍ତମାନ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଯଦି ଟ୍ରମ୍ପ ଟ୍ୱିଟରକୁ ଫେରିପାରିବେ ତେବେ କଙ୍ଗନା କାହିଁକି ଫେରିପାରିବେ ନାହିଁ।

କଙ୍ଗନା ରାଣାୱତ (ପ୍ରତୀକାତ୍ମକ ଛବି)

କଙ୍ଗନା ରାଣାୱତ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ତାଙ୍କ ନିଜର ପ୍ରତିକ୍ରିୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ସକାଳୁ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱାତଙ୍କ ଟ୍ୱିଟର ଆକାଉଣ୍ଟକୁ ରେଷ୍ଟୋର କରାଯାଉ। ସୂଚନା ଅନୁଯାୟୀ,ଏଲୋନ୍ ମସ୍କ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟ୍ୱିଟରରେ ଫେରାଇ ଆଣିବା ପାଇଁ ଏକ ସର୍ଭେ କରିଥିଲେ, ଯାହା ପରେ ତାଙ୍କ ଆକାଉଣ୍ଟ ଟ୍ୱିଟର ପ୍ଲାଟଫର୍ମରେ ଫେରିଥିଲା।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଶଂସକମାନେ ଦାବି କରୁଛନ୍ତି ଯେ ଯଦି ଟ୍ରମ୍ପ ଟ୍ୱିଟରକୁ ଫେରିପାରିବେ ତେବେ କଙ୍ଗନା କାହିଁକି ଫେରିପାରିବେ ନାହିଁ। ପ୍ରଶଂସକମାନେ ସକାଳୁ ଟ୍ୱିଟରରେ # କଙ୍ଗନା ରାଣାୱାତ ଟ୍ରେଣ୍ଡ୍ କରୁଛନ୍ତି। ଟ୍ୱିଟରରେ ଫେରିବା ପାଇଁ ପ୍ରଶଂସକମାନେ ଟ୍ୱିଟରରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ଏବଂ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର କରିବାକୁ ଏଲୋନ୍ ମସ୍କଙ୍କୁ ଦାବି କରୁଛନ୍ତି।
Published by:Soumyashree Mishra
First published: