ଚୁଲବୁଲି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା (Juhi Chawla)
News18 Odia Digital
ମୁମ୍ବାଇ: ନବେ ଦଶକର ସଫଳ ଓ ଚୁଲବୁଲି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା (Juhi Chawla) ଯେତେବେଳେ ୧୯୯୬ ମସିହାରେ ବ୍ୟବସାୟୀ ଜୟ ମେହେଟାଙ୍କ ସହ ଗୁପ୍ତରେ ବିବାହ କଲେ (Juhi Chawla marriage), ଅନେକ ଯୁବକଙ୍କ ହୃଦୟ ଭାଙ୍ଗିଯାଇଥିଲା । ଜୁହି ସେତେବେଳେ ନିଜ କ୍ୟାରିୟରର ଶିଖରରେ ଥିଲେ । କିଛି ଦିନ ତଳେ ସାମ୍ବାଦିକ ରାଜୀବ ମାସନ୍ଦଙ୍କ ସହ ଏକ ସାକ୍ଷାତକାରରେ କାହିଁକି ନିଜ ବିବାହକୁ ପ୍ରଥମେ ଲୁଚ଼ାଇ ରଖିଥିଲେ ସେ ବିଷୟରେ ଜୁହି ମନ ଖୋଲି କହିଥିଲେ।ଜୁହି ମନେ ପକାଇ କହିଥିଲେ ଯେ ସେ ଯେତେବେଳେ ପ୍ରଥମେ ଜୟଙ୍କୁ ଭେଟିଥିଲେ ସେ ଫିଲ୍ମରେ ଯୋଗ ଦେଇ ନ ଥିଲେ । ‘‘
ଏହା ସାଙ୍ଗମାନଙ୍କ ସହିତ ହୋଇଥିବା ଏକ ସଂକ୍ଷେପ ସାକ୍ଷାତ ଥିଲା,’’
ଜୁହି କହିଥିଲେ । ତା’
ପରେ ଦୁହେଁ ଆଉ ସମ୍ପର୍କରେ ରହିଲେ ନାଙିଁ,
ଆଉ ଢେର୍
ବର୍ଷ ପରେ ଏକ ପାରସ୍ପରିକ ବନ୍ଧୁ ଆୟୋଜନ କରିଥିବା ଏକ ରାତ୍ରୀ ଭୋଜନରେ ସେମାନଙ୍କର ପୁନଃ ସାକ୍ଷାତ ହୋଇଥିଲା ।ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଇଏ ଅଭିନେତା-MP ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା; ପେଶାରେ ସେ ଜଣେ ସାମ୍ବାଦିକା ଓ କବି୧୯୯୮ ମସିହାରେ ‘
ଡୁପ୍ଲିକେଟ୍’
ଫିଲ୍ମର ସୁଟିଂ କରୁଥିବା ସମୟରେ ଜୁହିଙ୍କୁ ଏକ ଖରାପ ଖବର ମିଳିଥିଲା –
ତାଙ୍କ ମା’
ମୋନା ଚାୱଲାଙ୍କର ଏକ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥିଲା । ୧୯୯୦ରେ ଏକ ବିମାନ ଦୁର୍ଘଟଣାରେ ନିଜ ପ୍ରଥମ ପତ୍ନୀ ସୁଜାତା ବିର୍ଲାଙ୍କୁ ହରାଇ ନିଜ ଭାଗ୍ୟରେ ଥିବା ଦୁଃଖଦ ଅଂଶ ଦେଖିଥିବା ଜୟ ସେହି ସମୟରେ ଜୁହିଙ୍କୁ ସାନ୍ତ୍ୱନା ଦେଇଥିଲେ ଓ ତାଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ । ଜୁହି କହିଥିଲେ, “
ଏହା ମୋ’
ପାଇଁ ଏକ ଅତ୍ୟନ୍ତ କଷ୍ଟସାଧ୍ୟ ସମୟ ଥିଲା,
କାରଣ ମୁଁ ଅନୁଭବ କରୁଥିଲି ଯେ ମୁଁ ଭଲ ପାଉଥିବା ସମସ୍ତ ଜିନିଷ ମୁଁ ହରାଇବାକୁ ଯାଉଛି ।’’
ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ନ ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ‘‘
ସେବେ ଠାରୁ ମୁଁ ଯେଉଁଆଡ଼େ ଗଲି,
ସେ (
ଜୟ)
ସେଇଠି ଆସି ପହଁଚିଲେ । ମୁଁ ଯୁଆଡେ ଅନେଇଲି,
ସେ ସେଇଠି ଫୁଲ,
ନୋଟ୍ ଓ ଉପହାର ଧରି ଠିଆ ହୋଇଥିଲେ । ପ୍ରତି ଦିନ!
ମୋ’
ର ମନେ ଅଛି ମୋ’
ଜନ୍ମଦିନରେ ସେ ମୋତେ ଲାଲ୍ ଗୋଲାପରେ ଭରା ଏକ ଟ୍ରକ୍ ପଠାଇଥିଲେ । ମୁଁ ଭାବୁଥିଲି ଜଣେ ଫୁଲରେ ବରା ଏକ ଟ୍ରକରେ କ’
ଣ କରିବ?
ସେ ପ୍ରକୃତରେ ଯାହା ସବୁ କରିପାରିଥାନ୍ତେ ତାହା କରିଥିଲେ । ବର୍ଷକ ପରେ ସେ ପ୍ରସ୍ତାବ ଦେଇଥିଲେ (
ପର୍ପୋଜ୍
କଲୋ),’’
ଜୁହି ସ୍ମରଣ କରି କହିଥିଲେ (Juhi Chawla husband)
।ଜୁହି ଓ ଜୟ ଦୁହେଁ ଦୁଇ ଦଶନ୍ଧି ଓ ଅଧା,
ମାନେ ଗଲା ପଚିଶି ବର୍ଷ ହେଲା,
ବିବାହିତ ହୋଇ ଅଛନ୍ତି,
ଆଉ ଦୁଇ ସନ୍ତାନ ଜାହ୍ନବି (
୨୦)
ଓ ଅର୍ଜୁନ (
୧୭)
ଙ୍କ ସେମାନେ ପିତାମାତା (Juhi Chawla children)
।ଏହା ବି ପଢ଼ନ୍ତୁ | ୪ ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ୪ ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲାନିଜ ବିବାହକୁ ଲୁଚାଇ ରଖିବାରେ ସଫଳ ହେବା ବିଷୟରେ ଜୁହି କହିଥିଲେ, ‘‘
ସେ ସମୟରେ ଇଣ୍ଟରନେଟ୍ ନ ଥିଲା ଓ କାହାରି ଫୋନରେ କ୍ୟାମେରା ନ ଥିଲା,
ତେଣୁ ସେପରି କରିପାରିବା ସମ୍ଭବ ହୋଇଥିଲା । ମୁଁ ପ୍ରାୟ ପ୍ରତିଷ୍ଠିତ ହୋଇ ସାରିଥିଲା ଓ ଭଲ କାମ କରୁଥିଲି । ସେହି ସମୟରେ ଜୟ ମୋତେ ପ୍ରେମ କରି ହଇରାଣ କରୁଥିଲେ,
ଆଉ ମୁଁ ଡରୁଥିଲା ଯେ ସଫଳତା ପାଖରେ ପହଞ୍ଚିବା ସମୟରେ ହିଁ ମୁଁ ମୋ’
କରିୟର ହରାଇ ପାରେ!
ମୁଁ କରିଅରରେ ଆଗକୁ ଆଗେଇବାକୁ ଚାହୁଁଥିଲି,
ଆଉ ଏଇଟା (
ବିବାହ)
ସେହି ସମୟର ମଝିରେ ଆସିଥିଲା ।’’
ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତା’ ଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତା’ ବାପାବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜୁହୀ ଚାୱଲାଙ୍କ ଜନ୍ମ ଦିନ (Juhi Chawla birthday) ନଭେମ୍ବର ୧୩ । ସେ ୧୯୬୭ ମସିହାରେ ଏହି ଦିନ ପଞ୍ଜାବର ଅମ୍ବାଲାରେ ଜନ୍ମ ଗ୍ରହଣ କରିଥିଲେ । ଅର୍ଥାତ ଏବେ ଜୁହୀଙ୍କ ବୟସ ୫୩ ବର୍ଷ । ହେଲେ ଏବେ ବି ସେ ଆଗ ପରି ଚୁଲବୁଲି ଅଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।